STORYMIRROR

Nilamani Thapa

Inspirational

3  

Nilamani Thapa

Inspirational

ନବରାତ୍ରୀ /ଦଶହରା

ନବରାତ୍ରୀ /ଦଶହରା

1 min
140

ଆଶ୍ୱିନ ମାସର       ଶୁକ୍ଳ ପ୍ରତିପଦା

    ପାର୍ବଣୀୟ ଅନୁଷ୍ଠାନ 

ପରମ୍ପରା କ୍ରମେ    ହୋଇ ଆସୁଅଛି 

    ଦୁର୍ଗା ପୂଜାଟି ପାଳନ ।।


ସ୍ଥାନ କାଳ ପାତ୍ର    ଶକ୍ତି ଓ ସାମର୍ଥ୍ୟ 

    ପୂଜା କାଳ ହୁଏ ଧାର୍ଯ୍ୟ 

ଷୋହଳ  ନଅ ଓ    ପାଞ୍ଚ ଦୁଇ ଏକ 

    ଦିବସ ଏ ପୂଜା ହୁଏ ।।


ନବଦୁର୍ଗା ପୂଜା      ହୁଏ ମଣ୍ତପରେ 

     ନବ କଳସ ସ୍ଥାପନ

ଶକ୍ତି ମାତାଙ୍କର      କଳସ ବସଇ 

    ଦିଗ କରି ନିରୂପଣ ।।


ପୂର୍ବର କଳସ      ବ୍ରାହ୍ମୀ ମାତାଙ୍କର 

    ପଶ୍ଚିମେ ମାଆ ବରାହୀ 

ଉତ୍ତର ଦିଗରେ       କଳସର ପୂଜା 

    ଚାମୁଣ୍ତା ପାଆନ୍ତି ରହି ।।


ଦକ୍ଷିଣ ପାରୁଶେ    କଳସେ କୌମାରୀ 

    ମହାଲକ୍ଷ୍ମୀ ଐଶ୍ୱାନରେ 

ମାତା ମାହେଶ୍ୱରୀ-     ଙ୍କର କଳସଟି 

    ସ୍ଥାପନ ଅଗ୍ନି କୋଣରେ ।।


ନୈରୁତ କଳସ    ଦେବୀ ବୈଷ୍ଣବୀଙ୍କ 

   ବାୟୁ କୋଣରେ ଇନ୍ଦ୍ରାଣୀ 

ସମସ୍ତ ଆଠଟି        କଳସର ମଧ୍ୟ 

   ଭାଗ କଳସେ ଶିବାନୀ ।।


ସ୍ଥାପିତ ହୋଇଲା     ପରେ ବିଧିମତେ 

   ପଢାଯାଇଥାଏ ଶ୍ଲୋକ 

ପୂଜକ ପଣ୍ଡିତେ      ହୋଇ ଶୁଦ୍ଧ ପୁତ

   ଥାଆନ୍ତି ଭକତ ଯାକ ।।


ନବରାତ୍ରେ ଏହି       ନବ ଶକ୍ତିଙ୍କର 

   ଆବାହନ ଉପାସନେ 

ଶୁଭ ଆଶୀର୍ବାଦ     ମିଳିଥାଏ ବୋଲି 

   ଆନନ୍ଦ ଭକତ ମନେ ।।


ପୁରାଣ ପୃଷ୍ଠାରୁ      ଜଣା ଯାଇଥାଏ 

   ଥିଲା ଦୁର୍ଗମ ଅସୁର 

କ୍ଷେପି ଯାଉଥିଲା      ତିନିପୁର ଯାକ 

   କରୁଥିଲା ଛାରଖାର ।।


ସହି ପାରିଲେନି     ହାହାକାର ମାତା

   ଆଉତାର ଅତ୍ୟାଚାର

ହୋଇ ଉଗ୍ରମୂର୍ତ୍ତୀ    କୋପଭରେ ଅତି 

   କରିଲେ ତାର ସଂହାର ।।


ତ୍ରିପୁରର ଦଶା       ହରିଥିବା ହେତୁ 

   ସେ ଦିନଟି ଦଶହରା 

ପ୍ରତିବର୍ଷ ସେହି       ତିଥିରେ ପାଳନ 

   ହୁଏ ସେହି ପରମ୍ପରା ।।


ଦୁର୍ଗମ ଦୈତ୍ୟକୁ      ମାରିଥିବା ହେତୁ 

   ଦୁର୍ଗା ନାମ ବୋଲାଇଲେ 

ବିଧି ବିଧାନରେ       ଏ ଧରା ଧାମରେ 

   ସଭକ୍ତି ପୂଜା ପାଇଲେ ।।


ପନ୍ଦର ପନ୍ଦର        ମସିହା ବେଳକୁ 

   ପ୍ରଭୁ ଚୈତନ୍ୟ ଠାକୁର 

ପୁରୀ ଆସିଥିଲେ      ଦର୍ଶନ କରିବେ 

    ପ୍ରଭୁ ଜଗନ୍ନାଥଙ୍କର ।।


ପନ୍ଦର ତେତିଶ        ମସିହା ବେଳକୁ 

   ପ୍ରଭୁ ଚୈତନ୍ୟ ଠାକୁର 

କଟକର ବାରବାଟୀ       ଦୁର୍ଗେ ଯାଇ 

   ରହିଲେ କିଛି ବାସର ।।


ଓଡିଆ ବଙ୍ଗାଳୀ       ମିଶି ଯାଇଥିଲେ 

   ଉଭୟଙ୍କ ଉଦ୍ୟମରେ 

ପ୍ରଥମ ଦଶରା        ପାଳିତ ହୋଇଲା 

    ଆମ ଓଡିଶା ମାଟିରେ ।।


ପରମ୍ପରା କ୍ରମେ       ସେହି ଦିନଠାରୁ 

   ଆମ ଓଡିଶା ମାଟିରେ

ନବରାତ୍ରୀ ଆଉ        ଦଶହରା ପର୍ବ 

   ପାଳୁଅଛୁଁ ଆମେ ମାନେ ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational