STORYMIRROR

Puja Pradhan

Inspirational

3  

Puja Pradhan

Inspirational

କାଶତଣ୍ଡୀ

କାଶତଣ୍ଡୀ

1 min
234

କାଶତଣ୍ଡୀ ନାଚିନାଚି ଗାଉଛି ଗୀତ

 ମାଆ ତୋ ଅପେକ୍ଷାରେ ସାରା ଜଗତ

 କୀଟରୁ ପତଙ୍ଗ ଏ ପ୍ରାଣୀ ଜଗତ

 ସଭିଏଁ ତୋତେ ଚାହିଁଛନ୍ତି

ତୋ ଦରଶନ ପାଇଁ

  ଆତୁର ହେଉଥାନ୍ତି

ତୋ ଆସିବା ପୂର୍ବରୁ

 ମୁଁ ଚାଲିଆସି ଥାଏ

 ତୋ ଆସିବା ବାଟକୁ

  ବିକଳେ ଚାହିଁଥାଏ

 ଘରେଘରେ ପୁରେପୁରେ

  ତୋ ପୂଜା ହେଉଥାଏ

 ଧୂପ ଦୀପ ଝୁଣାରେ

  ଚାରିଆଡ଼ ମହକୁଥାଏ

 କି ଧନୀରୁ ଗରୀବ

  ତୋ ପୂଜାରେ ସଭିଏଁ ଅଛନ୍ତି

 ମନର କଥାକୁ ତୋ ପାଖରେ କୁହନ୍ତି

  ତୋ ଦୟାର କୃପା ମାଗୋ ଜାଣିଛି ସିଏ

 ତୋ ମହିମା କହ ଭୁଲିବ କିଏ 

   ଭକତଙ୍କ ମନ କଥା ନାହିଁ ତୋତେ ଅଜଣା

  ସବୁ ବାଟର ମାଆ ତୁ ଅଟୁ ଠିକଣା

  ମାଆ ବୋଲି ତୋତେ ଯିଏ ଡାକିଛି ଥରେ

   ତୋ କରୁଣାର କୃପା ତା ମଥାରେ

  ମହିଷାମର୍ଦ୍ଦିନୀ ମାଆ ଦେବୀ ଦଶଭୁଜା

  ଦୋଷ ଥିଲେ କ୍ଷମା ଦେବୁ ଜଗତମାତା   

   

  

  

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational