ସମର୍ପିତା ସୌଭାଗିନି
ସମର୍ପିତା ସୌଭାଗିନି


ନାମ ଦେଇ ଥିଲି ତୋର ମୁହିଁ ସମର୍ପିତା
ତୋ ପରି ଝିଅ ପାଇ ଧନ୍ୟ ହେଲୁ ପିତା ମାତା
ଦିନରାତି ଆମ ତୁହି ସେବା କରିଲୁ
ଆମ ସେବା କରି ସରଗ ସୁଖକୁ ପାଇଲୁ
ତୁହି ଆମ ଘର ଲକ୍ଷ୍ମୀ ହୋଇ ଆସିଲୁ
ଆମ ପାଇଁ ତୁହି ସବୁ ତ୍ୟାଗ କରିଲୁ
ନିଜ କଥା କେବେ ଭାବିଲୁ ନାହିଁ
ଆମ ମନ ବୁଝିଲୁ ଆମ ଝିଅ ହୋଇ
ତୋ ହାତ ରନ୍ଧା ନୀତି ଖୁଆଇଲୁ
ଝିଅ ନୁହେଁ ତୁ ଆମ ସୌଭାଗ୍ୟ ହୋଇଲୁ
ରୂପ ଗୁଣରେ ତୁ ଜଗତକୁ କଲୁ ମୋହିତ
ଆମ ପାଇଁ ତୁହି ରହିଲୁ ହୋଇ ଅବିବାହିତ
ବୃଦ୍ଧ କାଳ ରେ ତୁ ଆମ ସଙ୍ଖାଳି ହୋଇଲୁ
ଆମ ଅନ୍ଧର ଲଉଡ଼ି ଆମ ପାଇଁ ହେଲୁ
ଆମ କୂଳ ରେ ହୋଇଲୁ ତୁହି ଦୁହିତା
ଆମ ଘର ସୌଭାଗିନି ତୁ ହେଲୁ ସମର୍ପିତା ।