STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ସମର୍ପିତା ସୌଭାଗିନି

ସମର୍ପିତା ସୌଭାଗିନି

1 min
241


ନାମ ଦେଇ ଥିଲି ତୋର ମୁହିଁ ସମର୍ପିତା

ତୋ ପରି ଝିଅ ପାଇ ଧନ୍ୟ ହେଲୁ ପିତା ମାତା

ଦିନରାତି ଆମ ତୁହି ସେବା କରିଲୁ

ଆମ ସେବା କରି ସରଗ ସୁଖକୁ ପାଇଲୁ

ତୁହି ଆମ ଘର ଲକ୍ଷ୍ମୀ ହୋଇ ଆସିଲୁ

ଆମ ପାଇଁ ତୁହି ସବୁ ତ୍ୟାଗ କରିଲୁ

ନିଜ କଥା କେବେ ଭାବିଲୁ ନାହିଁ

ଆମ ମନ ବୁଝିଲୁ ଆମ ଝିଅ ହୋଇ

ତୋ ହାତ ରନ୍ଧା ନୀତି ଖୁଆଇଲୁ

ଝିଅ ନୁହେଁ ତୁ ଆମ ସୌଭାଗ୍ୟ ହୋଇଲୁ

ରୂପ ଗୁଣରେ ତୁ ଜଗତକୁ କଲୁ ମୋହିତ

ଆମ ପାଇଁ ତୁହି ରହିଲୁ ହୋଇ ଅବିବାହିତ

ବୃଦ୍ଧ କାଳ ରେ ତୁ ଆମ ସଙ୍ଖାଳି ହୋଇଲୁ

ଆମ ଅନ୍ଧର ଲଉଡ଼ି ଆମ ପାଇଁ ହେଲୁ

ଆମ କୂଳ ରେ ହୋଇଲୁ ତୁହି ଦୁହିତା

ଆମ ଘର ସୌଭାଗିନି ତୁ ହେଲୁ ସମର୍ପିତା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational