STORYMIRROR

Suresh chandra Padhy

Tragedy

4  

Suresh chandra Padhy

Tragedy

ଆହେ ନୀଳାଦ୍ରି ବିହାରୀ

ଆହେ ନୀଳାଦ୍ରି ବିହାରୀ

1 min
55

କବିତା,ଆହେ ନୀଳାଦ୍ରି ବିହାରୀ
 ଆହେ ନୀଳାଦ୍ରି ବିହାରୀ
 ତୁମ ଚରଣେ କରେ ଗୁହାରି
           ଶ୍ରୀ କ୍ଷେତ୍ର ର ତୁମେ ହରି
 ଆହେ ନୀଳାଦ୍ରି ବିହାରୀ

 ତୁମ ପାଇଁ ଶ୍ରୀ କ୍ଷେତ୍ର ହୁଏ ପରିଚିତ
 ତୁମେ ହେଲ ଏଇ ଜଗତ ର ନାଥ
 ତୁମ ବିନା ଶ୍ରୀ ମନ୍ଦିର ଶୂନ୍ୟ ଥାଏ
ରତ୍ନ ସିଂହାସନ ରେ ଦର୍ଶନ ହୁଏ

 ଆହେ ନୀଳାଦ୍ରି ବିହାରୀ
                ପତିତପାବନ ବାନା ତୁମରି
 ପତିତ ଙ୍କ ଦୁଃଖ ନିଅ ହରି
                   ଆହେ ନୀଳାଦ୍ରି ବିହାରୀ

 ରଥେ ଚାଲି ଯାଅ ଗୁଣ୍ଡିଚା ଘର କୁ
ତୁମେ ଭଲ ପାଅ ତୁମ ଭକତ ଙ୍କୁ
 ଲକ୍ଷ୍ମୀଙ୍କ ମାନଭଞ୍ଜନ କରି ନିଅ
 ରସଗୁଲା ଦେଇ ମନ ଜିଣି ଥାଅ
 ଆହେ ନୀଳାଦ୍ରି ବିହାରୀ
                ତୁମ ଧାମ ରେ ମନ ମୋହରି
ପ୍ରାଣ ର ନାଥ ତୁମେ ତ ହରି
                        ଆହେ ନୀଳାଦ୍ରି ବିହାରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy