STORYMIRROR

Lopamudra Mishra

Inspirational Tragedy

2.5  

Lopamudra Mishra

Inspirational Tragedy

ମୋ ସ୍କୁଲ୍

ମୋ ସ୍କୁଲ୍

3 mins
13.6K


* ମୋ ଜିପିୟୁପି ଓ ନନ୍ଦିପୁର ହାଇସ୍କୁଲ*


ରାମବଗ -ବିରିପଟା ରୋଡ଼

ପଥଧାରେ ସେ ସଦା ସ୍ଥିର ଶାନ୍ତ

ସକାଳୁ ମୁଖରିତ ସନ୍ଧ୍ୟାରେ ମୌନ

ତା'ରି ବୁକୁରେ,

ଲେଖା ମୋ କୈଶୋରର ଗୀତ l


ହତାମଧ୍ୟେ ପ୍ରବେଶି ଚତୁର୍ଥରୁ ଦଶମ

କେତେ ଶିଶୁଙ୍କ ହସ ଖେଳ କୀର୍ତ୍ତି କୃତୀ

ଗଢୁ ସଜାଉ ସାଇତିଦେଉ

ଅସଂଖ୍ୟ ଅଗଣିତ ସ୍ମୃତି ନିତିପ୍ରତି l


ମନ୍ଦାରଖଣ୍ଡରୁ ବରିକୂଳ

ସୂରଢ଼ୀଅ ,ନନ୍ଦିପୁର ଓ ଵାବଲପୁର

ଶ୍ରୀପୁରା,ତରାଙ୍ଗ ର ଯେତକ ମେଧାବୀ ଛାତ୍ରଛାତ୍ରୀ

ସଭିଙ୍କ ପାଇଁ ଉନ୍ମକ୍ତ ତୋ ଫାଟକ l

ଚଣ୍ଡିଗୋଳ ଓ କରତରା ଯମଜ ଗ୍ରାମଦୁଇ

ଲଗାଲଗି ହୋଇ ରହିଅଛ

ମୋ ସ୍କୁଲ ର ଅତି ନିକଟ l

ପାଦେ ଚାଲି ଅବା ଦୌଡ଼ି ଧାଇଁ

ପ୍ରାର୍ଥନା ସଭା ପୂର୍ଵରୁ ପହଞ୍ଚିବାକୁ ହେବ

ବିଶ୍ୱାଳସାହି ପିଲାଙ୍କୁ କ୍ଷେତ ବିଲ ଡେଇଁ l


ବର୍ଷାଦିନେ ସ୍କୁଲ ଝର୍କାଦେଇ

ବିଲରେ ମାଟିଆ ପାଣିର ଢେଉ l

କୈଶୋର ମନଟି ଉଚ୍ଚାଟ

ଝିପଝିପ ବର୍ଷାର ରିମଝିମ ଶବ୍ଦ ତାଳେ

କାଗଜ ଡ଼ଙ୍ଗା ସମ ଭାସିଯାଏ

ସତ୍ତା ହଜିଯାଏ

ଚାହିଁଲେ ଵି ସେଇଦିନ ଫେରେନାହିଁ ଆଉ l


ଶୀତଦିନେ କୁନିକୁନି ଫୁଲ ଗଛ

ଅଫିସ ଆଗେ ପ୍ରତିମୂର୍ତୀ ଚଉପାଶେ

ମଧୁର ବାସ ରେ ବିମୋହିତ

ଆସିଛି କି ଜୀବନେ ଆଉଥରେ,

କୋଉଦିନ ସେମିତିକା ସ୍କୁଲଦିନର ଶୀତ?


ଖରାଦିନ ସକାଳୁଆ ସ୍କୁଲ

ଆମ୍ବକଷି ଓ ବ୍ଲେଡର ଧାର

ଛୁଟିପରେ କବାଡି ବୋହୂଚୋରୀ ଖେଳ l

ଅପରାହ୍ନ ଚାରିଟାରେ ସ୍କୁଲ ପଛ ବିସ୍ତୀର୍ଣ୍ଣ ପ୍ରାନ୍ତର

ନଡ଼ିଆ, ଇଉକାଲିପଟାସ, ଆକାଶିଆ ଗଛତଳ

ସୁଲୁସୁଲିଆ ପବନରେ

କେବେ କରସାର,ଉମେଶସାର

ପୁଣି କେବେ ଦିଲ୍ଲୀପସାରଙ୍କ ଅଙ୍କ ବିଜ୍ଞାନ ସାହିତ୍ୟ

ଓ ନିର୍ଘାତ ବେତ ପ୍ରହାର l


ହଜିଗଲେ କାହିଁ ସେ ଦିନମାନ

କାଳର କୋଳରେ ନିଖୋଜ

ମୋ ଚୀରନମସ୍ୟ ପୂଜ୍ୟ

ନବଘନ ଶଙ୍ଖୁଆ ସାର

ଓ ତାଙ୍କ ନିରୋଳା ସ୍ନେହଁ, ଅବଦାନ l


ଦଶବାଜିଲେ ବାଜି ବାଜି ଯାଏ

ମୋ ସାଇକେଲ ର ଘଣ୍ଟି

ଆଗ ବେଞ୍ଚ ର କଡ଼ ସିଟ

ସାଙ୍ଗମାନଙ୍କ ଟୁପ ଟାପ କଥା

ଓ ମନିଟରର ଧମକ l

କମ୍ବାଇଣ୍ଡ କ୍ଲାସ

ଶ୍ରେଣୀର ଅଦଳ ବଦଳ l


ପାଇଛୁ ଆମେ ସାନିଧ୍ୟ ହିନ୍ଦୀରେ ପ୍ରବୀଣ,

ସୁଦକ୍ଷ ଶିକ୍ଷକ ପୂଜ୍ୟ ବଳରାମସାରଙ୍କୁ

ପୂର୍ଣ୍ଣସାରଙ୍କ ଉଚ୍ଚକୋଟୀ ସଂସ୍କୃତ ଭାଷାଜ୍ଞାନ

ପ୍ରମୋଦସାରଙ୍କ ଗଣିତ ଓ ବିଜ୍ଞାନର

ସରଳ ସୁନ୍ଦର ସାବଲୀଳ ଶିକ୍ଷାଦାନକୁ l


ଆପଣାପଣ ରେ ଆପଣେଇ

ସମସ୍ତ ଶିକ୍ଷକବୃନ୍ଦ

ପରମପୂଜ୍ୟ ମୋର ଶୁଭାକାଂକ୍ଷୀ

ହରେକୃଷ୍ଣ ପତିସାର, ମାଧସାର, ଘନସାର

ଜୀବନେ ଶିକ୍ଷାର ପ୍ରଦୀପ କଲେ ଉଜ୍ଜୀବିତ l

ସୁବ୍ରତସାର ଙ୍କ ନିଆରା ପଢାଶୈଳୀ

ତାଙ୍କ ଦକ୍ଷତାର ନିଦର୍ଶନ

ସଦା ଗମ୍ଭୀର ପ୍ରମୋଦସ୍ୱାଇଁ ସାରଙ୍କ

ଗଭୀର ଇଂରାଜୀ ଜ୍ଞାନ l

ଦାମୋଦର କର ସାରଙ୍କ ଓଡ଼ିଆ ଇଂରାଜୀ

ସ୍ନେହଁ ଶ୍ରଦ୍ଧା ଓ ଆକଟ

ପ୍ରେରଣା ଦେଇଥିଲେ ପିଲାଦିନୁ

କହି "ଲେଖ ଲିପା ଲେଖ

ତୁ ନିଶ୍ଚୟ ପାରିବୁ

ବଡ ଶକ୍ତି ଥାଏ କାଳିର ଅକ୍ଷରେ,

ଶାଣିତ କର ତୋର କଲମ ମୂନ..." l


ଖେଳଛୁଟି ଓ ମୂଷାନନା

ଚାଟ ଵାଲା, ନନ୍ଦିପୁର ଛକ ବହି ଦୋକାନ

ନୂଆ ସ୍ଟୁଡ଼ିଓ ରେ ଫୋଟୋ ଉଠା

ନୂଆ କରି ପାଉଡର ମଖା ଲିପସ୍ଟିକ ଲଗା

ଗାଳି ଶୁଣି କ୍ଲାସ ବାହାରେ ଲୁଚି ଲୁଚି ମୁହଁ ପୋଛା l


ସାଙ୍ଗ ହୋଇ ବୁଲା ବୁଲି

ସାଙ୍ଗ ହୋଇ ମାଡ଼ ଗାଳି

ହୃଦୟେ ମନରେ ଏବେ ଵି ତାଜା

ଆଜି ଵି ସତେଜ ସେଦିନର କିଶୋରୀ ମୁଖକାନ୍ତି

ମୋ ପ୍ରିୟ ଅତିପ୍ରିୟ ଚିରକାଳର ପ୍ରିୟତା

ଗୁଡ୍ଡି, ମଧୁସ୍ମିତା, ମିଲି ଓ ରଞ୍ଜିତା l


ମନେ ରଖିଛ କି ତୁମେ?

ଆମ ମାଟ୍ରିକ ପରୀକ୍ଷା

ଆମ ସ୍କୁଲ ପୋଖରୀ

ବର ଓହଳରେ ଝୁଲି

ନାନା ଦି ଅଜବ ନାମକରଣ

ଓ ମାଧବୀ ସହ ଥଟ୍ଟା ମଜା l


କ୍ଲାସ ବଦଳୁଥିଲା

ଶ୍ରେଣୀ ଗୃହ ଵି

ଅବଦଳ ଥିଲା ଖାଲି

ଆମ ରାଗ ରୁଷା କଟି ମିଟି l

ମନିଟର ଵି ବଦଳିଲା ନାହିଁ

ସରିଗଲା ଦଶମ ପରୀକ୍ଷା

ଉପାଧି ଟେ ଯାହା ବାକି ଅଛି

ଦେବା କୁ ତାକୁ

ପୂରଣ କରିଥିବାରୁ ଏତେ ଦୀର୍ଘ କାର୍ଯ୍ୟକାଳତା l


ଯାଇଛି ଯାହା

ସାଇତି ଅଛି ସଯତ୍ନେ

ଆଉକି ଲେଉଟି ଯିଵି

ତୋରି କୋଳ କୁ

ହେ ନନ୍ଦିପୁର ହାଇସ୍କୁଲ

ଯାହା ଦେଉ କିଛି ଫେରିପାଉ କି?

ତୁ ସ୍ଥିର ଆମେ ଗତିଶୀଳ

ତୋ ପାଖକୁ ଅନେକ ଆସନ୍ତି ଯାଆନ୍ତି

ଆମ ପିଲାଦିନ ର ସ୍ମୃତିମନ୍ଦିର

ତୁ କିନ୍ତୁ ଏକଦମ ଏକାକୀ l


ବଦଳୁଛି ତୋର କଳେବର

ଲିଭୁଛି ଖାତାରୁ ଅନେକ ନାମ

ଲିଭିନାହିଁ କିନ୍ତୁ ତୋରି କାନ୍ଥ ରେ ଲେଖା

କୈଶୋର ର ନିରୀହ ପ୍ରେମଗାଥା

ଯାଇ ଥରେ ଛୁଇଁଦେଖ କେହି

କହିବ ଅନେକ ମନଛୁଆଁ ପିଲାଳିଆ କଥା l


ପୂଜ୍ୟ କୁଳମଣୀ ସାର

ପ୍ରାଣପ୍ରତିଷ୍ଠାତା, ଆମ ଜନ୍ମ ବହୁ ଆଗରୁ

ସେ ଥିଲେ, ଏବେ ଅଛନ୍ତି ତୋରି ଆମରି ସ୍ମୃତିରେ

ଆମ ପାଇଁ ଅଦେଖା କିନ୍ତୁ ନୁହଁନ୍ତି ଅଚିହ୍ନା

ତୁ ଦେଖିଛୁ ତାଙ୍କ ତ୍ୟାଗ ପରାକାଷ୍ଠା

ତୋତେ ସୁନ୍ଦର କରି ଗଢିତୋଳିବାର

ଅଭିଳାଷl ଓ ପ୍ରତିଜ୍ଞା ବଦ୍ଧତା l


ପରିବର୍ତ୍ତିତ ସମୟର ଧାରେ

ନୂତନତ୍ୱ କୁ ଭବ୍ୟ ସ୍ୱାଗତ

ତୋର ଉତ୍ତୋରତର ଉନ୍ନତି ଆମର କାମ୍ୟ

ଆମ ତମାମ ବାଲ୍ୟକାଳ ଚପଳାମୀ ର ସାକ୍ଷୀ

ହେ ନିରବ ତପସ୍ୱୀ

ତୋତେ ଶତଶତ ପ୍ରଣାମ l

ନେଇଯାଆ ପୁଣି ଥରେ

ହତାଭିତରକୁ

ଆରମ୍ଭ ହେଉ ନୂଆକରି

ଆଉଥରେ ଚତୁର୍ଥ ରୁ ଦଶମ ll


************ଲୋପାମୁଦ୍ରା ମିଶ୍ର ************


Rate this content
Log in