Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

3  

Kalandi pal

Inspirational

ମାଆ ଆସୁଛନ୍ତି ବୋଲି

ମାଆ ଆସୁଛନ୍ତି ବୋଲି

1 min
215


ଦିଅ ହୁଳହୁଳି ଦିଅ କର ତାଳି

ବଜା ଶୁଭ ଶଙ୍ଖ ମଙ୍ଗଳ ମହୁରୀ

ହରିବୋଲ ହୁଳହୁଳି

ଘଣ୍ଟ ଘଣ୍ଟା ଭେରି ତୂରୀ

ଧୂପ ଦୀପ ସଜ୍ କରି

ଆଣଲୋ ବନ୍ଦାଣ ଥାଳି

ମାଆ ଆସୁଛନ୍ତି ବୋଲି ।


ଗଜ ବାହାନରେ ମାଆ ଆସୁଛନ୍ତି ଆଜି

ଦୁନିଆଁର ପଡ଼ି ଦାତ୍ରି ଗଜଲକ୍ଷ୍ମୀ ସାଜି

ଆଠ ରୂପେ ଅବତରି

ଅଷ୍ଟଲକ୍ଷ୍ମୀ ଅଷ୍ଟ ଶିରୀ

ପଦ୍ମ ଫୁଲେ ଶ୍ରଦ୍ଧା ଭାରି

ଆଣଲୋ ସେଥିରୁ ତୋଳି

ମାଆ ଆସୁଛନ୍ତି ବୋଲି ।


ଆଦି ଲକ୍ଷ୍ମୀ ଧନ ଲକ୍ଷ୍ମୀ ବଇଭବ ଲକ୍ଷ୍ମୀ

ଗଜଲକ୍ଷ୍ମୀ ଧୈର୍ଯ୍ୟଲକ୍ଷ୍ମୀ ପୁଣି ବିଦ୍ୟାଲକ୍ଷ୍ମୀ

ସନ୍ତାନ ବିଜୟା କାରୀ 

ଆସେ ମାତା ଅବତରି

ପୁରି ଉଠେ ଜଗତରେ

ଧନ ଧାନ୍ୟ ଶୋଭା ଶିରୀ

ଦୁଃଖ ଶୋକ ଯାଏ ହରି ।


Rate this content
Log in

Similar oriya poem from Inspirational