STORYMIRROR

Kalandi pal

Inspirational

4  

Kalandi pal

Inspirational

ମାଆ ଆସୁଛନ୍ତି ବୋଲି

ମାଆ ଆସୁଛନ୍ତି ବୋଲି

1 min
29


   ଶାରଦ ଜୋଛନା ବିଛଇଛି ହେନା

      ଯୁଇ ଜାଇ ବଣ ମଲ୍ଲୀ

   ମୁରୁକି ହସନ୍ତି ଶେଫାଳି ସେବତୀ

      ଆନନ୍ଦରେ ଡେଣା ମେଲି

    ଆଜି, ମାଆ ଆସୁଛନ୍ତି ବୋଲି ।।


   ଦିଶଇ ନିର୍ମଳ    ସରସୀର ଜଳ

       ପଦ୍ମ ହସେ ଖିଲି ଖିଲି

   ସାନ ଭାଇ କଇଁ କାନ୍ଦେ କଇଁ କଇଁ

       ମାଆଙ୍କୁ ଦେଖିବ ବୋଲି

    ଆଜି, ମାଆ ଆସୁଛନ୍ତି ବୋଲି ।।


   ଜହ୍ନି ଫୁଲ ହସେ ଗୁରୁ ଗୁରୁ ଦିଶେ

      ହଳଦୀ ରଙ୍ଗକୁ ବୋଳି

   ଧୋବ ଫରଫର  ଦିଶଇ ଟଗର

       ଝରଇ ଗଙ୍ଗ ଶିଉଳି

    ଆଜି, ମାଆ ଆସୁଛନ୍ତି ବୋଲି ।।


   ସରାଗେ କାମିନୀ ନାନା ଫୁଲ ଆଣି

      ବାଲିର ନଅର ତୋଳି

   ନାନା ଗୀତ ଗାଇ  ସ୍ଵାଗତ କରଇ

       ତୁଣ୍ଡେ ଦେଇ ହୁଳହୁଳି

     ଆଜି, ମାଆ ଆସୁଛନ୍ତି ବୋଲି ।।


   ନାଚେ କାଶତଣ୍ଡି ହଲାଇ ତା ଗଣ୍ଡି

       ସତେ ସାଗର ଲହରି

   ସୁବାସିତ ବାସ  ଆଣେ ଚଉପାଶ

       ଅଦିନେ ମଳୟ ଧରି

    ଆଜି, ମାଆ ଆସୁଛନ୍ତି ବୋଲି ।।


   ଲୁଚି ଯାଏ ମେଘ  ସ୍ୱଚ୍ଛ ଦିଶେ ନଭ 

       ଉଲ୍ଲସି ଉଠଇ ଶିରି

   ଅନ୍ତରୀକ୍ଷେ ଛଟା ତାରା ମାଉସୀଟା 

        ଚାହେଁ ମିଟି ମିଟି କରି

     ଆଜି, ମାଆ ଆସୁଛନ୍ତି ବୋଲି ।।


   ସଜେଇ ତୋରଣ ବାଜେ ବାଜା ବାଣ

       ସକଳେ ସ୍ଵାଗତ ବରି

   ଭକତି ପସରା   ଢାଳି ଭକ୍ତ ତୋରା

       ଚାହେଁ ପଥ ଅନୁସରି

    ଆଜି, ମାଆ ଆସୁଛନ୍ତି ବୋଲି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational