STORYMIRROR

Kalandi pal

Inspirational

4  

Kalandi pal

Inspirational

ଆପେ ବଞ୍ଚିଥିଲେ ବୋପାର ନାଆଁ

ଆପେ ବଞ୍ଚିଥିଲେ ବୋପାର ନାଆଁ

1 min
318


ଭାବୁଛି କାତରେ ମନରେ ସତରେ

ଯୁଗଟା ହୋଇଛି ପରିବର୍ତ୍ତନ

ଦେଖ ଆଜି ଯାହା କାଲି ନାହିଁ ତାହା

ଆଧୁନିକ ବାଣେ ହେଉଛି ଲୀନ ।।


ଭଲା ମୋବାଇଲ ହାତେ ଭଳି ଭଳି

ମାନୁ ନାହିଁ କଣ୍ଟା ଜଙ୍ଗଲ ବଣ

ଦ୍ଵାର ଦିଆ ପ୍ରେମ ଭାରି ଅଡ଼ୁଆ ମ

ପ୍ରେମ ପାଇଁ ପାର୍କ ଖୋଲା ମୈଦାନ ।।


ବାହା ହେବା ସ୍ଵାମୀ ମନକୁ ଆସୁନି

ପାଖ ଦିଅରଟା ଜିଣୁଛି ମନ

ଦୁଇଟା ତିନିଟା ଛୁଆର ମାଆ ଟା

ରାତା ରାତି ହୁଏ ଚୋରା ଚାଲାଣ ।।


ଦଣ୍ଡମୁକ୍ତ ଦୋଷ ବିଦ୍ୟାଳୟେ ଶିଷ୍ୟ

ଗୁରୁଙ୍କୁ ମଣୁଛି ସାଙ୍ଗ ସମାନ

ପାଠ ପଢ଼ାଇବା ଆଳେ ଶିକ୍ଷାଦାତା

ଛାତ୍ରୀକୁ କରୁଛି ଅପହରଣ ।।


ବାପା ରୁହେ ଜରା ଆଶ୍ରମରେ ପରା

ଶ୍ଵଶୁର ଖାଉଛି ଏଠି ମଟନ 

ବାର ବରଷରେ ଭଉଣୀ ଆସୁନି

ପାଶେ ଶାଳୀ ରହି କାଢେ ଫେଶନ ।।


ନେତା ହୋନ୍ତି କୁତା ଭୋଟ ସମୟଟା

ପେଟକୁ ଦେଖେଇ ପଶେ ଶରଣ

ଭୋଟ ପାଇଗଲେ ଜଗତି ଉପରେ

ବସି ଗୋଟି ଗୋଟି କରେ ଶୋଷଣ ।।


ଯନ୍ତ୍ରୀ ମନ୍ତ୍ରୀ ଚୋର ଜାଣେ ଠିକାଦାର

ଶାବଳକୁ କରେ ଛୁଞ୍ଚି ସମାନ

ଦେଶ ଭାସି ଯାଉ ରାଜ୍ୟ ଭାସି ଯାଉ

ଆପେ ବଞ୍ଚି ଥିଲେ ବୋପାର ନାମ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational