STORYMIRROR

Kalandi pal

Inspirational Others

4  

Kalandi pal

Inspirational Others

ଓଡ଼ିଆଣୀ

ଓଡ଼ିଆଣୀ

1 min
312


ଓଡ଼ିଆ ଓଡ଼ିଶା    ଓଜୀୟାନ ଭାଷା

     ଓଡ଼ିଆଙ୍କ ମୁଖେ ଶୋଭା

ଓଡ଼ିଆ ଘରଣୀ    ଶଙ୍ଖା ଚୁଡ଼ି ଘେନି

     ଓଢଣୀ ଶାଢ଼ୀରେ ଆଭା ।।


ଓଠ ତଳୁ ଭାସେ    ସୁମଧୁର ଭାଷ

     ଓଢଣୀ ମୁହଁରେ ଢ଼ଙ୍କା

ଓଡ଼ିଆଣୀ ମୁହଁ    ପାଞ୍ଚ ସାତ ଚାହଁ

     ବଢାଇ ଦିଏ ତା ଶଙ୍କା ।।


ଓଟ ଭଳି ମୁଖ   ବାପ ଘରେ ଦେଖ

     ଶାଶୁ ଘରେ ତଳ ମୁହାଁ

ଓଲେଇ ବୋହୂଟା ନୋହିଲେ କହିବ

     ଭୁଲ ହେଲା କରି ବାହା ।।


ଓଡ଼ିଆ ଇଶାଣେ  ଓଡ଼ିଆଣୀ ବୋହୂ

     ପିତୃ ଲୋକେ ଦିଏ ଜଳ

ଓଢଣୀ ଉହାଡେ  ବୃନ୍ଦାବତୀ ମୂଳେ

     ପ୍ରଣତି ସଞ୍ଜ ସକାଳ ।।


ଓଜସ୍ଵିନୀ ଭରା    ତାର ପରମ୍ପରା

    ପର୍ବ ପର୍ବାଣି ଓ ବ୍ରତ

ଓଡ଼ିଆଣୀ ପାଳେ  ଭକ୍ତି ସହକାରେ

    ହୋଇ ମନେ ଶୁଦ୍ଧ ପୂତ ।।


ଓଳଗୀ ହୁଅଇ    ସଦା ଗୁରୁଜନେ

    କନିଷ୍ଟେ ସ୍ନେହ ପସରା

ଓଷା ବ୍ରତ ପାଳି   କରେ ନିଉଛାଳି

     ଓଡ଼ିଆଣୀ ଖାଣ୍ଟି ପରା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational