STORYMIRROR

Kalandi pal

Inspirational

4  

Kalandi pal

Inspirational

ନନ୍ଦକ ନନ୍ଦନ ଶ୍ୟାମ

ନନ୍ଦକ ନନ୍ଦନ ଶ୍ୟାମ

1 min
448

ନନ୍ଦନେ ନନ୍ଦନ  ନବରସେ ପୂର୍ଣ୍ଣ

   ନରେଶ୍ୱର ନରୋତ୍ତମ

ନୀଳାଭି ନୟନ ତନୁ ଶ୍ୟାମବର୍ଣ୍ଣ

    ନନ୍ଦକ ନନ୍ଦନ ଶ୍ୟାମ

     ନବଘନ କି ସତେ

ନଭେ ଆଚ୍ଛାଦିତ  ତନୁ ପୁଲକିତ

    ନୀଳଘନେ ମରୁ ପ୍ରିତେ ।।


ନବରଙ୍ଗେ ନତ  ନବ ନିନାଦିତ

   ନୀଳ ଯମୁନା ତରଙ୍ଗ

ନବ ବିକଶିତ    କଦମ୍ବ କୁମୁଦ

   ନୀରୂପେ ନୀଳାଭ ରଙ୍ଗ

    ନୀ.କୁଞ୍ଜେ ତ୍ୱରିତେ

ନବ ପଲ୍ଲବିତା   ତୃଣ ତରୁ ଲତା

   ନାରାୟଣ ଆଗମନ୍ତେ ।।


ନେତ୍ରକୋଣେ ନେତ୍ର କରେ ନେତ୍ରପାତ

   ନିପୁଣା ଗୋପ ତରୁଣୀ

ନୈସର୍ଗିକ ପ୍ରେମ   ନିଦ୍ଧ ନିଷ୍ପିଡନ

   ନିଃସହାୟ ମନେ ମଣି

    ନିକଳପେ ନିରତେ

ନବ ଯୁବା ମନେ  ନବ ଉନ୍ମାଦନେ

    ନଗର ଗୋପ ବାଳୁତେ ।।


ନିକୁଳେ କୁଳିନା ଗୋପ ଗୋପାଙ୍ଗନା

  ନିଃସଙ୍କୋଚେ ଲଜ୍ଜ୍ୟା ତେଜି

ନିରଞ୍ଜନ ନୀରେ  ନବଧା ଭକ୍ତିରେ

   ନବନୀତ ହୃଦେ ହେଜି

    ନିରିମାଣି ସ୍ୱ ହସ୍ତେ

ନିକୁଞ୍ଜ ସୁସଞ୍ଚେ ରାସ କୁଞ୍ଜ ରଂଜେ

   ନଟବର ନଟ ନୃତ୍ୟେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational