ଭକ୍ତି
ଭକ୍ତି
ସକାଳୁ ଉଠିଣ ନିତ୍ୟକର୍ମ ସାରି
ପ୍ରଭୁ ସେବା ଅଟେ ଧର୍ମ
ପ୍ରଭୁଙ୍କ ଭକ୍ତିରେ ସବୁ ସିଦ୍ଧି ହୁଏ
ମିଳେଟି ପବିତ୍ର ଧାମ।୧।
ପ୍ରଭୁ ଭକ୍ତି କରି ଗୄହସ୍ତ ସେବାରେ
ମନ ଦେଉ ଥାଅ ତୁମେ
ଗୄହ ଆବଶ୍ୟକ ପୂରଣ କରିଣ
ଜନ ସେବା କର ତୁମେ।୨।
ମନୁଷ୍ୟ ଜୀବନ ଦୁର୍ଲଭ ଜୀବନ
ଦେଶ ସେବା କର ତୁମେ
ଦେଶ ସେବା ଅଟେ ଆମର କର୍ତ୍ତବ୍ୟ
ଦେଶ ସେବୁ ଥାଅ ତୁମେ।୩।
ନିସ୍ବାର୍ଥ ସେବାଟି ପ୍ରଭୁ ଭକ୍ତି ହୁଏ
ପ୍ରେମ ଭକ୍ତି କର ତୁମେ
ଜଗନ୍ନାଥ ପ୍ରତି ଭକ୍ତି ରଖ ନିତ୍ୟେ
ପାଇବା ପ୍ରଭୁଙ୍କ ଧାମ।୪।
ଅବୁଝା ଜନଙ୍କୁ ବୁଝାଇ ଦିଅଟି
କର୍ତ୍ତବ୍ୟଟି ଅଟେ ଆମ
ନିଜ ପ୍ରତିଭାରେ ଏକତ୍ରିତ କର
ଦେଶ ହିତେ କର କାମ।୫।
ଜନହିତ କାର୍ଯ୍ୟେ ଆଗକୁ ହୋଇଣ
କାର୍ଯ୍ୟ କରୁ ଥିବା ନିତ୍ୟେ
ପ୍ରଭୁଙ୍କ ଦୟାରେ ପୂରଣ ହୋଇବ
ଶକ୍ତି ମିଳୁଥିବ ନିତ୍ୟେ।୬।
ଦେଶେ ହେଉ ଥିବା କଲ୍ୟାଣ କାର୍ଯ୍ୟକୁ
ସମର୍ଥନ କର ନିତ୍ୟେ
ସେହି କାର୍ଯ୍ୟ ପ୍ରତି ସମର୍ପିତ ହୋଇ
ପଥିକ ହୋଇବା ନିତ୍ୟେ।୮।
ବିରୋଧୀ ମାନଙ୍କ ବିରୋଧୀ କାର୍ଯ୍ୟକୁ
ବିରୋଧ କରିବା ନିତ୍ୟେ
ଦେଶ ଗାରିମାକୁ ପ୍ରଖର କରିବା
ପ୍ରଭୁ ଭକ୍ତି ହେଉ ନିତ୍ୟେ।୯।
ସକାଳୁ ଉଠିଣ ନିତ୍ୟକର୍ମ ସାରି
ପ୍ରଭୁ ସେବା ଅଟେ ଧର୍ମ
ପ୍ରଭୁଙ୍କ ଭକ୍ତିରେ ସବୁ ସିଦ୍ଧି ହୁଏ
ମିଳେଟି ପବିତ୍ର ଧାମ।୧୦।
