STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଅମୃତ ମହୋତ୍ସବ, ଘର ଘର ତ୍ରିରଙ୍ଗା!

ଅମୃତ ମହୋତ୍ସବ, ଘର ଘର ତ୍ରିରଙ୍ଗା!

1 min
24


       ଅଜିତ କୁମାର ରାଉତ ଗାଁ କଳାବାଡିଆ


ଅମୃତ ମହୋତ୍ସବ ପାଳିତ ରାଷ୍ଟ୍ରରେ

ଆନନ୍ଦ ଉଲ୍ଲାସ ଦୃଷ୍ଟିଗୋଚର ଲୋକ ଗହଳିରେ !

ନୂଆ ଭାରତର ଅମୃତ କାଳରେ

କୀର୍ତ୍ତି ଗୌରବ ଗୁଞ୍ଜୁଛି ସାରା ଏ ବିଶ୍ବରେ

୭୭ ତମ ସ୍ବାଧୀନତା ଦିବସ,

ପନ୍ଦର ଅଗଷ୍ଟ ଦେଶର,

ଦେଶବ୍ୟାପୀ ଭରି ଅଛି ଆନନ୍ଦ ଉତ୍ସବ,

ଘର ଘର ସୁଶୋଭିତ ତ୍ରିରଙ୍ଗାରେ ଭବ୍ୟ !


ପନ୍ଦର ଅଗଷ୍ଟ ଅସ୍ମିତା ଦିବସ,

ପାଳିବା ହୋଇ ଖୁସି ଓ ହରଷ,

ସୁରକ୍ଷିତ ରଖିବା ତ୍ରିରଙ୍ଗା ଆମର,

ଅର୍ପଣ କରିବ ପ୍ରାଣ ସୁରକ୍ଷାରେ ତାର !

ବୀର ଶହୀଦଙ୍କ ସ୍ମୃତିର ଏ ଦିନ

ତାଙ୍କ ବଳିଦାନ ବଳେ ଆମ୍ଭେରେ ସ୍ବାଧୀନ

ଅଟନ୍ତି ସେହୁ ଆମ୍ଭ ଗର୍ବ ଅଭିମାନ

ପରାଧୀନ ଯନ୍ତ୍ରଣା କରିଣ ସ୍ମରଣ

ରାଷ୍ଟ୍ର ନାୟକଙ୍କୁ କରିଣ ପ୍ରଣାମ

ଶ୍ରଦ୍ଧାଞ୍ଜଳି ପୁଷ୍ପାଞ୍ଜଳି ତାଙ୍କରି ଚରଣ

ଦେଶ ସ୍ବାଧୀନତା ତାଙ୍କ ଅବଦାନ

ତାଙ୍କ ସ୍ମୃତିରେ ଅର୍ପିତ ପୁଷ୍ପ ଓ ଚନ୍ଦନ

ପନ୍ଦର ଅଗଷ୍ଟ ଏହୁ ସ୍ମୃତିର ଦିନ

ଗୌରବମୟୀ ଶକ୍ତିଶାଳୀ ଭାରତର

ଯୁବ ଯୁବତୀ ଭବିଷ୍ୟ

କରିବେ ରାଷ୍ଟ୍ର ବିକାଶରେ ଆଗୁଆରେ ମନ,

ସୁରକ୍ଷିତ କରିବା କର୍ତ୍ତବ୍ୟ ଜନଜନ

ଶୁଭ ଦିବସର ଶୁଭୁ ମୁହୂର୍ତ୍ତରେ ପୁନଃ

ଦେଶର ପ୍ରଧାନ

ଲାଲ୍ କିଲା ପ୍ରାଚୀରୁ 

ଦେବେରେ ଭାଷଣ !


ଅମୃତ ମହୋତ୍ସବର 

ଚିତ୍ରରଣ ଗୁଞ୍ଜିବ

ଦୃଶ୍ୟ ରାଷ୍ଟ୍ର ଉନ୍ନତିର ମାନଚିତ୍ର ଥିବ

ସମୃଦ୍ଧ ଭାରତର ରୂପରେଖ ବର୍ଣ୍ଣିବ

ଆତ୍ମନିର୍ଭରର କୌଶଳ ଯୁବାଙ୍କ ତନ୍ତ୍ର,

ଚେତାବନୀ ଥିବ

ଦେଶ ଶତ୍ରୁଙ୍କର,

ଦେବେ ତହିଁ ପୁଣି ବିଶ୍ବ ଶାନ୍ତି ମନ୍ତ୍ର

ଉଦବୋଧନ ପ୍ରଧାନମନ୍ତ୍ରୀଙ୍କର !


ସଭାପତି ଉତ୍କଳ ସମ୍ମିଳନୀ ଷଢେଇକଳା ଖରସୁଆଁ ଜିଲ୍ଲାର

ରାଜନଗର ବ୍ଲକ ଶାଖା ଝାଡ଼ଖଣ୍ଡ ରାଜ୍ୟ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract