STORYMIRROR

Dr.Sashi Bhushan Mohapatra

Abstract

4  

Dr.Sashi Bhushan Mohapatra

Abstract

ପ୍ରକୃତିର ଅଭିସାର

ପ୍ରକୃତିର ଅଭିସାର

1 min
435


ଲୋହିତ ସଞ୍ଜ

ମନ୍ଦିରରେ ମାଙ୍ଗଳିକ ଧ୍ଵନି

ସ୍ଵର୍ଣ୍ଣାଭ ଆଲୋକରେ

ସକାଳର କାକର

ପାହାଡ଼ ତଳ ବନ ଭୂଇଁ

ପୋଖରୀର ନୀଳ କଇଁ

ଦୂର ପାହାଡ଼ର କୁହୁଡ଼ି

ପରିସ୍କାର ନଦିଶିଲେ ବି

ସବୁ ଦେଖେ ଅବାକ ହୋଇ |


ମହୁଆ ଫଗୁଣର ମୋହ

ଉଚ୍ଚାଟ ବଇଁଶୀର ସ୍ଵନ

ବାସ୍ନାମୟ କିଆ ବନ

ତାଳ ଗଛ ଫାଙ୍କରେ

ଧୀରେ ଧୀରେ ଉଉଁଥିବା ଜହ୍ନ,

ନଈ କଡ଼ କ୍ଷେତରେ

ସୋରିଷ ଫୁଲର ସମ୍ଭାର

କେଜାଣି କେମିତି କିଣିନିଏ

କେତେ କେତେ ମନ ପ୍ରାଣ |


ଉପରେ ଧଳା ବଉଦର ଭେଳା

ଆକାଶରେ ସିନ୍ଦୁର ଛିଟା

ଚଢେଇଙ୍କ ସଞ୍ଜ ବାହୁଡା

ପ୍ରଜାପତିଙ୍କର ଚିତ୍ରିତ ଡେଣା

ଜହ୍ନ ଆଲୁଅରେ ସୋଇଥିବା ନଈ ପଠା

ହସୁଥିବା କାଶତଣ୍ଡୀ ଫୁଲ

ମିଞ୍ଜି ମିଞ୍ଜି ତାରା ଆଲୁଅରେ

ବେଳାଭୂଇଁ ଝାଉଁ ବନ,

ପାଗଳ ପରି ଡ଼େଉଁଥିବା

ଜୁଆରିଆ ସମୁଦ୍ରର ଢେଉ

ସବୁକିଛି ମନମଗ୍ନ ଥାଉ |


ଆକାଶରେ ରଙ୍ଗର ଇନ୍ଦ୍ରଧନୁ

ଅସରାଏ ବର୍ଷାରେ ମାଟିର ବାସ୍ନା

ଫୁଲ ଉପରେ ମହୁମାଛିର ଗୁଣୁଗୁଣୁ

ନଈକୂଳରେ ଶୀତଳ ବାଆ

ନଈ ଜଳରେ ଭାସମାନ ନାଆ

ନାଆ ଉପରେ ନାଉରିର ଡାକ

ସବୁର ଇସାରାରେ ଥାଏ ଆମନ୍ତ୍ରଣ|

ଜୀବନ ରାସ୍ତାରେ ବାଟୋଇ ମୁଁ

ସବୁକିଛି ଚିକ ମିକ କରେ

ପ୍ରକୃତିର ଏ ମନୋରମ ଅଭିସାର

ଦେଖେ ମୁହିଁ ଗଭୀର ବିସ୍ମୟେ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract