Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manorama Mohanty

Abstract

4  

Manorama Mohanty

Abstract

ସଭିଏଁ ବଳି ଗଲେଣି

ସଭିଏଁ ବଳି ଗଲେଣି

1 min
496



ବାପା ମାଆ ଠାରୁ ବଳେଇ ଗଲେଣି 

ପୁଅ ଝିଅ ଆଉ ଭେଣ୍ଡିଆ ନାତି 

ଜନତାଙ୍କ ଠାରୁ ବୁକେଇ ଗଲେଣି 

ଖଚ ମିଛ କୁହା ନେତା ଓ ନେତ୍ରୀ ।


ବକ୍ତା ଠାରୁ ଶ୍ରୋତା ବଳି ପଡିଲେଣି 

ନାହିଁ ଶୁଣା ଆଉ ପୁରାଣ ପୋଥି

ସଭିଏଁ ସଭିଙ୍କି ଆଗୁଆ ହେଲେଣି 

କିଏ ବା ଶୁଣୁଛି କାହାର ଉକ୍ତି ।


ବିପ୍ଳବ ର ଏଠି କଳନା ହୁଏନି 

ସ୍ୱାଭିମାନୀ କହେ ଫୁଲାଇ ଛାତି 

ଏଠି ସଭିଏଁ ତ ସବୁ ବୁଝିଲେଣି 

କଳି ଗୋଳ ଆଉ ଅଯଥା ଯୁକ୍ତି ।


ଏଠି ଛଦ୍ମବେଶୀ ପୁରୋହିତ ଖୋଲି 

ବଦଳାଇ ଦିଏ ପଇତା ନିତି 

କେଇ ଖିଆ ସୂତା ପକାଇ କାନ୍ଧ ରେ 

ବଳି ଦିଏ ନିଜ ସଂସ୍କାର ନୀତି ।


ଚାଷୀ ଠାରୁ ଚାଷ ବଳିପଡ଼ିଲାଣି 

ନାହିଁ ଆମଦାନୀ ବିଶେଷ କିଛି 

ଏଠି ବିଷ ଠାରୁ ବେଶୀ କୀଟାଣୁ ର ଭୟ 

ହତାଶ ହେଲେଣି ଯେତେକ ଚାଷୀ ।


ଖାଦ୍ୟ ଠାରୁ ପୁଣି ଖାଦକ ର ଭୟ 

ଖାଉଟି ହୁଅନ୍ତି ଭକୁଆ ଖାଲି 

ମନରୁ ଭୁଲନ୍ତି ଭାଇଚାରା ଭାବ 

ହିଂସା ରାହାଜାନି ଆସଇ ହଲି ।


ପବନଠୁଁ ବଳି ପ୍ରଗତି ବେଗ 

ପ୍ରତାରଣା କହେ ଫୁଲାଇ ଛାତି 

ମୁଁ ପରା ଏଠି ସାକ୍ଷାତ ଈଶ୍ୱର 

ଆସି ମାରିଦେବା ମୋ ଆଦତି ।



Rate this content
Log in