Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manorama Mohanty

Abstract

3  

Manorama Mohanty

Abstract

2023 ହେ ନୂତନ ବର୍ଷ

2023 ହେ ନୂତନ ବର୍ଷ

1 min
195



ତୁମ ଆଗମନେ ଧରଣୀବୁକୁରେ

ଖୋଲିଯାଉ ଆନନ୍ଦ ର ଉତ୍ସ,

ନିନାଦିତ ହେଉ ଭାଇଚାରା ର ମହାମନ୍ତ୍ର

ଜଗନ୍ନାଥ ଙ୍କ ଶରଣାଗତ ନିମିତ୍ତ

ଉଚ୍ଚାରିତ ହେଉ ପୁଣ୍ୟ ଶ୍ଲୋକ |


ତୁମର ସେହି ଯାଦୁଗରୀ ଖେଳରେ

 ଯେମିତି ଏ ଓଡିଶାବାସୀ ହାରି ନଯାନ୍ତି

ଏକ ସୂକ୍ଷ୍ମ ଆଲୋକ ଅନ୍ତରାଳେ 

ସମଗ୍ର ପୃଥିବୀ ଆଲୋକିତ ହେଉ, 

ମହାମାରୀ ପ୍ରପୀଡ଼ିତ ପ୍ରତ୍ୟେକ

ମାନବ ମାନଙ୍କ ମୁକ୍ତି ମୃଣୟ ହେଉ l


ଅଭିଶପ୍ତ କରୋନା ର ପ୍ରତିଛବି

ପ୍ରତ୍ୟେକ ପ୍ରାଣ ରୁ ବିଲୁପ୍ତପ୍ରାପ୍ତ ହେଉ

ମନଖୋଲି ହସିଉଠୁ ଏକ ନୂତନ ରୂପରେଖ

ଶୁଭଙ୍କର ହେଉ ତୁମ ଆଗମନୀ l


ଧର୍ଷଣ, ଲୁଣ୍ଠନ, ରାହାଜାନି ଓ

ବ୍ୟଭିଚାର ର ହଳାହଳ ମଧ୍ୟରୁ

ମୁକ୍ତ ହେଉ ଏ ପୃଥିବୀ

ସବୁ ଅସମ୍ଭବ ସମ୍ଭାବନାରେ l


ପରିପ୍ରକାଶ କରୁ

ସମସ୍ତ ଘାତ ପ୍ରତିଘାତ

ର ଅନ୍ତହେଉ

ସୁଖ ମୁଗ୍ଧ ର ପରିସର ମଧ୍ୟରେ

ସମଗ୍ର ଜନ ଜୀବନ ସରସୀ ଉଠୁ l


ଏଥରକ ସବୁ ଠିକ କରିଦିଅ ହେ ନବବର୍ଷ

ସବୁରି ଶରୀର ରେ ନିରୋଗତା ଭରିଯାଉ,ଆଶଙ୍କା ରେ ଛଟପଟ ହେଉଥିବା ଓଡିଶାବାସୀ ଙ୍କର ଦୁର୍ଦଶା ଦୂର ହେଉ |

କରୋନା --(ଭାରିଆଣ୍ଟ) ର ମହାବିଭୀଶିକା ଅନ୍ତ ହେଉ,

ସବୁରି ହୃଦୟ ରୁ ଆତଙ୍କର ପକ୍ଷ ଛେଦନ କରିଦିଅ. 

ଦୁଃଖ ର ତମସା ଅପସରି ଯାଉ, 

ମୋର ଆପଣା ପ୍ରିୟଜନ ମାନଙ୍କ ମୁହଁ ରେ ହସ ଭରିଯାଉ |

ତୁମ ଆସିବାକୁ ସ୍ୱାଗତମ ହେ ନୂତନ ବର୍ଷ l


Rate this content
Log in

Similar oriya poem from Abstract