ଷ୍ଟୋରୀମୀରର ଯେ ସେହି
ଷ୍ଟୋରୀମୀରର ଯେ ସେହି
ବାଜିଲାଣି ଶଙ୍ଖ ମଙ୍ଗଳ ମହୁରୀ
ଉଇଁଲେଣି ନୂଆ ରବି
ପୂରୁବ ଆକାଶେ ଉଙ୍କିମାରିଲାଣି
ସୃଜନର ନୂଆ ଛବି |
ଶିରାବଣ ନବ ବାରି ଧାରା ପରି
ଜାଗରଣ ଆସେ ଝରି
ସବୁରି ହୃଦୟେ ସ୍ପନ୍ଦନ ସାଜି ସେ
ହସୁଅଛି କିରିକିରି |
ଧୀରେ ଧୀରେ ପାଦ ବଢ଼ାଇ ଆଗକୁ
ସୁନେଲି ସପନ ନେଇ
ସବୁରି ମନକୁ କିଣି ନିଏ ଯିଏ
ଷ୍ଟୋରୀମୀରର ସେହି |
କେତେ ରୂପ ରଙ୍ଗେ ସଜାଏ ନିଜକୁ
ନବବଧୂଟିଏ ପରି
ଅସୁମାରୀ ଆଶା ବୁଣିଦିଏ ମନେ
ଭାବ ବିନିମୟ କରି |
ପରଶ ରେ ତା'ର ହରଷେ ଫୁଟିଛି.
ସରସୀରେ ନୀଳ କଇଁ
ହଲି ହଲି ହସି କହେ ଧୀରେ ଧୀରେ
ଆଜି କଥା କାଲି ନାହିଁ |
ଜଗାଇ ଦିଏ ସେ ସବୁରି ଅନ୍ତରେ
ସୃଜନର ପ୍ରତିଶୃତି
ସେହି ଜାଗରଣେ ଭରିଯାଏ ପ୍ରାଣେ
ଲିଖନର ମନୋବୃତ୍ତି |
ନାନାଦି ଭାଷାର ଶବ୍ଦ ଗୁଞ୍ଜରଣେ
କେତେ ଯେ କବିତା ସୃଷ୍ଟି
ପ୍ରତିଭା ଚୟନ କରି ମାନପତ୍ରେ
ସଭିଁଙ୍କୁ କରନ୍ତି ତୋଷି
କବି କବୟିତ୍ରୀ ପ୍ରାଣେ ସଞ୍ଜରିତ
ସୃଜନର ମହାମନ୍ତ୍ର
ଜଗାଇ ହୃଦୟେ ଅପୂର୍ବ ବାସନା
କରି କରାଏ ସ୍ୱତନ୍ତ୍ର |