STORYMIRROR

Manorama Mohanty

Classics

3  

Manorama Mohanty

Classics

ବୋଉ

ବୋଉ

1 min
196

ସ୍ନେହ ପ୍ରେମ ସୁଧା ଛଳ

ଉଷ୍ମ ମୋ ବୋଉର କୋଳ

ଅପାସୋରା ତା ଚୁମ୍ବନ

ବାତ୍ସଲ୍ୟର ଅନୁବନ୍ଧନ

ଲଳିତ ସୁହାଗ ଭରା

ଅବୟବ ତା'ର ତୋରା

ସତେ ସଞ୍ଜ ଦୀପ ଟିଏ

ଦିକ ଦିକ ଜଳୁଥାଏ

ତା ସହ କେ ହେବ ସରି

ଗାଇବି ତା ଅନ୍ତାକ୍ଷରୀ ।


ରୂପବତୀ ବିଳାସିନୀ

କୋମଳ ଚାରୁ ହାସିନୀ

ଜୀବନ୍ତ ଠାକୁରାଣୀ ମଞ୍ଜୁଳଦେହୀ 

ତା ପାଇଁ ହସଇ ଘର

ସୃଷ୍ଟି ହୁଏ ମଧୁଝର

ଆୟୁଷ ଆଶୀଷ ତାର ସବୁରି ପାଇଁ ।


ଛଳ ଛଳ ମଧୁବେଶ

ଅନୁପମ ମୃଦୁହାସ

ଜାୟା ଜନନୀ ଭଗିନୀ ତନୁବଲ୍ଲରୀ

ଆମ ଘର ଠାକୁରାଣୀ

ସୁଧା ସଞ୍ଜିବନୀ ବୁଣି

ମଧୁର ମମତା ଭରା ଭାଷା ତାହାରି ।


ପଳ ପଳ ମମତାରେ

ଅନାବିଳ ମାତୃତ୍ୱରେ

ଜୀବନବିନ୍ଦୁ ରେ ଆମ

ରହିଛି ତାହାରି ତ୍ୟାଗ 

ମୋ ଶରୀର ପ୍ରାଣବାହୀ

ମମତାର ଭରା ନଈ 

ତା ବିନୁ କେ ଆନ ନାହିଁ

ମୋ ପାଇଁ କଲ୍ୟାଣଦାୟୀ

ଦେବୀ ପ୍ରତିମା ସେ ପୁଣି

ତା ପାଦ ମୋ ତୀର୍ଥଭୂମି ।


ନାହିଁ ବୋଲି ମୋ ପାଶେ

ଝୁରୁଛି ମୁଁ ଅବଶୋଷେ

ଦେଖନ୍ତି କି ତାକୁ ଥରେ

ପଚାରନ୍ତି ଗଲୁ କେଣେ

ଭିଡି ମୁଁ ଧରନ୍ତି ବାହୁ

କହନ୍ତି ବୋଉଲୋ ବୋଉ

ଯା 'ନି ଲୋ ଛାଡି ମୋତେ

ନେହୁରା ହେଉଛି ତୋତେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics