Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sonali Garnayak

Classics

4.9  

Sonali Garnayak

Classics

ହୃଦୟେ ମୋ ଜଗନ୍ନାଥ

ହୃଦୟେ ମୋ ଜଗନ୍ନାଥ

4 mins
529


କେଉଁ ନାମ ଧରି ଡାକିବି ତୁମକୁ, ତୁମେ ତ ସର୍ଵନାମ |କେତେ ନାମ ସେ କାଳିଆ ଠାକୁରର କିଏ ସବୁ କେଉଁ ନାମରେ ଅସ୍ତବ୍ୟସ୍ତ କରୁଥାନ୍ତି ଦାରୁବ୍ରହ୍ମକୁ |କାହିଁ କେଜାଣି ମୋତେ କିନ୍ତୁ ଛୁଇଁଛି ସେ ଜଗନ୍ନାଥ ନାମ |ଅନ୍ୟ କୌଣସି ନାମ ହିଁ ମୋ ତୁଣ୍ଡରେ ଆସେନା ସେଇଟା ବି ସେ ଜାଣନ୍ତି କାହିଁକି ସେ ଜଗନ୍ନାଥ ନାମରେ ହିଁ ଶରଧା |ଏମିତିକି ମୁଁ କୌଣସି କାମ କରିବା ପୂର୍ବରୁ ଯେମିତିକି ପରୀକ୍ଷାରେ ଲେଖିବା ପୂର୍ବରୁ, ଘରୁ ବାହାରିବା ପୂର୍ବରୁ, ଗାଡି ଚଳାଇବା ପୂର୍ବରୁ କିଛି ବି କାମର ଆରମ୍ଭ ପୂର୍ବରୁ ତାଙ୍କୁ ସମର୍ପଣ କରି ଆଗେଇ ଚାଲୁ |ଏମିତି ଏକ ପରିସ୍ଥିତି ଆସି ମୋ ସାମ୍ନାରେ ଠିଆ ହୋଇଥିଲା ଯାହାଠୁ ମୁଁ ଜଗନ୍ନାଥଙ୍କୁ ସ୍ମରଣ କରି ରକ୍ଷା ପାଇଯାଇଥିଲି |

          ସେଦିନ ତରତର ହୋଇ ସ୍କୁଲକୁ ବାହାରୁଥାଏ |ଏବେ ଦୁଇ ତିନି ଦିନ ହେବ ସ୍କୁଲ ପହଞ୍ଚିଲାବେଳକୁ ଲେଟ ହେଉଥାଏ ଆଉ ସେଥିରେ ଆମ ପ୍ରିନସିପାଲ ସାରଙ୍କ ଅଜସ୍ର ଗାଳି |ଆପଣ ମାନେ ଶିକ୍ଷକ ହୋଇ ଯଦି ସମୟବାନ ନ ହେବେ ତେବେ ଆପଣଙ୍କଠୁ ପିଲା କଣ ଶିଖିବେ? ହେଲେ ଆମ ପ୍ରିନସିପାଲଙ୍କୁ ଜଣାନାହିଁ ଯେ ପିଲାଙ୍କ ପରି ଆମ ପାଖରେ କେହି ଅଭିଭାବକ ନାହାନ୍ତି ଯେ ଆମର ସବୁ କାର୍ଯ୍ୟ କରିଦେବେ ଏବଂ ଆମେ କେବଳ ଟିଫିନ ଧରି ଚାଲିଆସିବୁ ସ୍କୁଲ |ସକାଳୁ ଉଠି ସବୁ କାମ ସାରିବା ପରେ ନିଜ ପାଇଁ ଟିଫିନ କରି ନେଇ ଆସୁ ହୁଏତ ବେଳେବେଳେ କିଛି ନ ଖାଇ କେବଳ ପାଣି ଟିକିଏ ପିଇ ଚାଲି ଆସୁ ଖାଲି କଣ ସେତିକି !ଆସିବା ବାଟରେ ପୁଣି ଯେଉଁ ଟ୍ରାଫିକ ଆଉ ଗାଡିମାନଙ୍କ ଭିଡ ତା ଭିତରେ ତ ଗାଡିକୁ ରକେଟ ପରି କରି ନେଇଆସିପାରିବୁନି |ଏତିକି ଭାବୁ ଭାବୁ ଦେଖିଲି ଆସି ପହଞ୍ଚିସାରିଛି ସ୍କୁଲରେ ଯେଉଁଠି ମୋର ପରିଚୟ ଏକ ଗଣିତ ଶିକ୍ଷୟତ୍ରୀଭାବରେ |ଯାହା ହେଉ ଆଜି କିନ୍ତୁ ଠିକ ସମୟରେ ପହଁଚିଯାଇଛି |ମୋତେ ଦେଖି ଆମ ସ୍କୁଲର ଇଂରାଜି ଶିକ୍ଷୟତ୍ରୀ ସସ୍ମିତା ମ୍ୟାଡ଼ାମଙ୍କ ମୁହଁରେ ଏକ ହସ ଏବଂ ମୋ ପାଖକୁ ଚାଲି ଆସି କହିଲେ ଜାଣିଛନ୍ତି ପ୍ରିନସିପାଲ ଆଜି କିଛି କାମରେ ବାହାରକୁ ଯାଇଛନ୍ତି ସେ ସ୍କୁଲ ନଆସିପାରନ୍ତି |ଓହୋ!ଆଜି ଏତେ ଜଲ୍ଦି ଆସି ପହଁଚିବାର କୌଣସି ଫାଇଦା ନାହିଁ |ପୁଣି ଥରେ ମୋତେ ପ୍ରମାଣ ଦେବାକୁ ହେବ ଯେ ମୁଁ ସମୟବାନ |ସ୍କୁଲ ଯଥା ସମୟରେ ଛୁଟି ହେଲା,ମୁଁ ମୋ ସ୍କୁଟି ନେଇ ଗେଟ ପାଖକୁ ବାହାରିଲି ଦେଖିଲି ସସ୍ମିତା ମ୍ୟାଡ଼ାମ ଅଟୋ ଅପେକ୍ଷାରେ ବସିଛନ୍ତି |ମୁଁ ତାଙ୍କୁ କହିଲି ମୋ ସ୍କୁଟିରେ ନେଇ ଛାଡିଆସିବାକୁ, ସେ ମଧ୍ୟ ଆସିଥିଲେ ମୋ ସହ |ମୁଁ ତାଙ୍କୁ ପଚାରିଥିଲି ଆଛା ମ୍ୟାଡ଼ାମ ଆପଣ ଏବେ ଘରକୁ ଗଲେ କଣ କରିବେ? କିଛି ବିଶେଷ କାମ ନାହିଁ, ସାର ବି ଆସିବେ ଯାଇକି ରାତି ୮ ଟାରେ,ତାହେଲେ ଆପଣ କିଛି ସମୟ ମୋ ସହିତ ଅତିବାହିତ କରିପାରିବେ |କାହିଁକି ନା ସସ୍ମିତା ମ୍ୟାମ ହିଁ ଏକା ମୋ ଦୁଃଖ ବୁଝିପାରନ୍ତି ଏକୁଟିଆ ଜୀବନରେ କଷ୍ଟ ଆଉ ସଂଘର୍ଷ |କେବେ ବି ଟିଫିନ ଭୁଲିଆସିଲେ ମାଡାମ ତାଙ୍କ ଟିଫିନ କୁ ବଢେଇଦିଅନ୍ତି ମୋ ପାଇଁ |ଯେଉଁ ମାକୁ ଖୁସିରେ ରଖିବାକୁ ମୁଁ 

 ତିଳ ତିଳ କରି ଜଳି ସଂଘର୍ଷ କରୁଛି ସେ ବୋଧେ ସସ୍ମିତା ମ୍ୟାଡ଼ାମଙ୍କ ରୂପରେ ମୋତେ ସାହସ ଦେଉଛି |ଆମେ ସ୍କୁଲ ରୁ ଚାଲିଯାଇଥିଲୁ ସେ ପାଖରେ ଥିବା ଜଗନ୍ନାଥ ମନ୍ଦିର ଆଡକୁ ସେ ମନ୍ଦିର ପରିସରର ଶାନ୍ତିକୁ ଅନୁଭବ କରି କିଛି ସମୟ ପରେ ବାହାରିଗଲୁ ଅନାଥ ଆଶ୍ରମ ଆଡକୁ |ମ୍ୟାଡ଼ାମ ମୋତେ ପଚାରିଲେ ଏଠି କାହିଁକି ଗାଡି ରଖିଲ? ଆପଣ ଆଗ ଭିତରକୁ ଚାଲନ୍ତୁ ଜାଣିପାରିବେ |ଆମେ ଭିତରକୁ ପଶିବା କ୍ଷଣି ପିଲା ସବୁ ଦୌଡ଼ି ଆସିଥିଲେ ମୋ ପାଖକୁ ଆଉ ମୁଁ ମୋ ମନ ଭରି ହସିଥିଲି ତାଙ୍କ ସହ |ସେ ଆଶ୍ରମର କ୍ୟାରଟେକର ଆସି ପଚାରିଲା ଆପଣ ଏଥର ଆସିବାରେ ବିଳମ୍ବ କରିଦେଲେ, ହଁ ସ୍କୁଲ ଆଉ କୋଚିଂ କ୍ଲାସରୁ ସମୟ ମିଳୁନଥାଏ |କ୍ଷମା କରିବେ ଏଥର ପିଲାଙ୍କ ପାଇଁ କିଛି ଆଣିପାରିନି ଆପଣ ଏ ଦୁଇହଜାର ରଖନ୍ତୁ ସେଠୁ ବାହାରି ଚାଲିଆସିଥିଲୁ ମାଡାମ ଆଉ ମୁଁ |ଆମେ ଏକ କ୍ୟାଟିନି ପାଖରେ ରହି ଦୁହେଁ ଆଇସିକ୍ରିମି ଖାଇଥିଲୁ ଏବଂ ମାଡାମ ପଚାରିଲେ ତମେ ତ ଏକଥା ମୋତେ ଆଗରୁ କହିନଥିଲ !ମୁଁ ବାସ ଟିକିଏ ହସି ଦେଇଥିଲି, ତାପରେ ମୁଁ ମାଡାମଙ୍କୁ ତାଙ୍କ ଘରେ ଛାଡି ଚାଲିଆସିଥିଲି ନିଜ ଭଡା ଘରକୁ |

    ତା ପରଦିନ ସ୍କୁଲରେ ପହଂଚିବା ବେଳକୁ ମୁଖ୍ୟ ଦ୍ୱାରରେ ପ୍ରିନସିପାଲ ଓ ସମସ୍ତେ ସ୍କୁଲ ଷ୍ଟାପ ମୋତେ ଦେଖି କରତାଳି ବୃଷ୍ଟି କଲେ |ପ୍ରଥମେ ତ ଭାବିନେଇଥିଲି ହୁଏତ ମୋ ବିଳମ୍ବର ଏ ପୁରସ୍କାର କିନ୍ତୁ ପରେ ଜାଣିବାକୁ ପାଇଲି କାଲିର ଘଟଣା ସସ୍ମିତା ମ୍ୟାଡ଼ାମ ସମସ୍ତଙ୍କୁ କହିଦେଇଛନ୍ତି |ପ୍ରଥମ ଥର ମୋ ପାଇଁ ପ୍ରିନସିପାଲ ସାରଙ୍କ ମୁହଁରେ ହସ ଦେଖିଲି ଯାହା ଅନେକ ଦିନର ସଂଘର୍ଷ ହାଲକା କରିଦେଇଥିଲା | ସ୍କୁଲ ତରଫରୁ ଅନାଥ ଆଶ୍ରମକୁ ଦେବାପାଇଁ ପାଞ୍ଚହଜାରର ଏକଚେକ ବଢ଼ାଇଦିଆଯାଇଥିଲା ମୋତେ |ରବିବାର ଦିନ ମୁଁ ସକାଳୁ ଗାଡି ନେଇ ଅନାଥ ଆଶ୍ରମରୁ ଫେରୁଥାଏ ସ୍କୁଲ ତରଫରୁ ଦିଆଯାଇଥିବା ଚେକଟି ଦାନ କରି, ଦେଖିଲି ଏକ ମଲ ସାମନାରେ ସସ୍ମିତା ମ୍ୟାଡ଼ାମ ଅସ୍ତବ୍ୟସ୍ତ ହୋଇ କିଛି ଖୋଜୁଥାନ୍ତି |ମୁଁ ତାଙ୍କ ପାଖରେ ପହଞ୍ଚିବା ପରେ ଜାଣିଲି ଯେ ମଲରେ ଫୋନଟିକୁ ହଜେଇ ଦେଇଛନ୍ତି |ମଲ ମାଲିକ ତାଙ୍କୁ ସିସିଟିଭି ଫୁଟେଜ ଦେଖେଇବାକୁ ମନ କରିଦେଇଥିଲା |ମୁଁ ମ୍ୟାଡ଼ାମଙ୍କୁ ମୋ ଗାଡ଼ିରେ ବସେଇ ନେଇଯାଇଥିଲି ପୋଲିସଷ୍ଟେସନ ରିପୋର୍ଟ ଲେଖେଇବା ପାଇଁ |ସେଠି ପହଞ୍ଚିବା ପରେ ଦେଖିଲି ଗୋଟେ ଲୋକ ଉପରେ ଥାର୍ଡ଼ ଡ଼ିଗ୍ରୀ ଚାର୍ଜ ହେଉଛି ଲୋକଟି କେମିତି ଚି଼ହ୍ନ| ଚି଼ହ୍ନ| ଲାଗୁଛି |ମୋର ହଠାତ ମନେପଡିଗଲା ଅନାଥ ଆଶ୍ରମ ଯିବା ବାଟରେ ମୁଁ ଟିକିଏ ଜଗନ୍ନାଥଙ୍କୁ ଭେଟି ଚାଲିଯିବି ବୋଲି ଭାବୁଥିଲି |ଏ ଲୋକଟି ମନ୍ଦିର ବାହାରେ ବସିଥିଲା କଳା ଚଷମାଟେ ପିନ୍ଧି ନିଜକୁ ଅନ୍ଧର ପରିଚୟ ଦେଇ |ଲୋକଙ୍କୁ ନେହୁରା ମଧ୍ୟ ହେଉଥିଲା ପଇସା ପାଇଁ ମୋତେ ବହୁତ ନେହୁରା ହେଲା ଏଭଳି ଲୋକଙ୍କୁ କଷ୍ଟ ମୁଁ ସହଜରେ ଦେଖିପାରିବିନି ଭାବିଥିଲି ଏ ପାଞ୍ଚହଜାର ଟଙ୍କା ଚେକଟି ଏଇଠି ଦେଇଦେବି କେବେ ନା କେବେ ସେ ସୁନ୍ଦର ପୃଥିବୀକୁ ଦେଖିପାରିବ ହେଲେ କାହିଁକି କେଜାଣି ମନ ଭିତରେ ବହୁତ ପ୍ରଶ୍ନ ଉଙ୍କି ମାରିଥିଲା ଆଉ ମୁଁ ଚାଲିଆସିଥିଲି ସେଠୁ |ଆଉ ଏଠି କାହିଁକି ଦେଖୁଛି ଇଏ ଅନ୍ଧ ନୁହଁ ବରଂ ଅନ୍ଧ ହେବାର ଅଭିନୟ କରି ଲୋକଙ୍କୁ ଠକୁଥିଲା, ସଙ୍ଗେ ସଙ୍ଗେ ମୋ ଆଖିରେ ସାମ୍ନାରେ ସେ ଅନାଥ ପିଲାଗୁଡିକର ହସ ହସ ମୁହଁ ଦେଖାଯାଉଥିଲା |ଆଜି ଯଦି ଏ ଲୋକଙ୍କୁ ମୁଁ ସବୁ ଦେଇଥାନ୍ତି ବିଚାର ପିଲାଗୁଡିକ ମୁଁହ ମଳିନ ପଡିଯାଇଥାନ୍ତା |ହୁଏତ ସେତେବେଳେ ହୃଦୟେ ମୋ ଜଗନ୍ନାଥ ଥିଲେ ସେଥିପାଇଁ ଠିକ ବାଟ ବଢ଼େଇ ଦେଇଥିଲେ |ଦାନ,ଧର୍ମ କରିବା ସବୁଠୁ ଭଲ କାମ କିନ୍ତୁ ସବୁବେଳେ ନରମି ଯିବା ଠିକ ନୁହଁ, ବେଳେ ବେଳେ ଆମ ଦୁର୍ବଳତା ଯେମିତି ଅପାତ୍ର ଦାନ କରିବାକୁ ବିବଶ ନ କରୁ |ସେଥିପାଇଁ ସବୁ କର୍ମ ପୂର୍ବରୁ ସମପ୍ରିଛି ତୁମକୁ, ପାପ ନା ପୁଣ୍ୟ ହିସାବ କରିବ ତମେ ପ୍ରଭୁ ଅଚଳ ମହାମେରୁ


Rate this content
Log in

Similar oriya poem from Classics