STORYMIRROR

Bidyadhar Mantry

Abstract Classics Others

5  

Bidyadhar Mantry

Abstract Classics Others

ପିଲାଦିନ ସଞ୍ଜ ସକାଳ

ପିଲାଦିନ ସଞ୍ଜ ସକାଳ

2 mins
521


ଆଜିକାଲି ପିଲାଙ୍କ ମୋବାଇଲ୍ ସାଙ୍ଗ ଆଉ ଖେଳ

ଆମ ପିଲାଦିନ ଥିଲା ଖାଲି ଖେଳ ଓ ସାଙ୍ଗ ମେଳ

ପୁଣି ଇଚ୍ଛା ହେଉଛି ଫେରିବାକୁ ସେଇ ପିଲାଦିନ

ପିଲାଦିନ ଥିଲା ଖେଳ ଭରା କୌତୁହଳ ଦିନ।


ସେଇ ପିଲାଦିନ ଆଉ ଖରାଦିନ ଛୁଟି

ଖରାରେ ବୁଲାବୁଲି କଲେ ଘରେ କରୁଥିଲେ ପାଟି

ସାଙ୍ଗ ସାଥି ମିଶି ପଡ଼ିଆରେ ଗୁଡ଼ି ଉଡେଇବା

ପୋଖରୀରେ ଘଣ୍ଟା ଘଣ୍ଟା ବୁଡ଼ିବା ଉଠିବା

ଘର ଲୋକ ଖୋଜୁଛନ୍ତି ଜାଣିବା ମାତ୍ରକେ

ଡିଆଁ ମାରି ଘରେ ପହଞ୍ଚିବା ଆଖି ପିଛୁଳାକେ

ମାଡ଼ ଖାଇଲେ ବି ଭୁଲି ହେଉ ନ ଥିଲା ସେ ଖେଳ

ପୁଣି ତା ପରଦିନ ଲୁଚି ଲୁଚି ସାଙ୍ଗ ସାଥୀ ମେଳ।


ପାଣି ଶୁଖି ଯାଇଥିବା ପୋଖରୀରେ ମାଛ ଧରିବା

ଆମ୍ବ ତୋଟା ରେ ନିଆଁ ଲଗାଇ ମାଛ ପୋଡ଼ିବା

ଭାଗ ବାଣ୍ଟି ଖାଲି ମାଛ ଖାଇ ଗଛରେ ଚଢିବା

କଷି ଆମ୍ବ୍ ତୋଳି ଲୁଣ ଲଙ୍କା ମିଶେଇ ଖାଇବା

ଡେଇଁ ଡେଇଁ ହାଲିଆ ହେଲେ ତୋଟା ରେ ବସିବା

ସଞ୍ଜ ନଇଁଲେ ସୁନା ପିଲା ପରି ଘର ମୁହାଁ ହେବା

ପୁଣି ଗାଳି ଆଉ ମାଡ଼ ହେଉଥିଲା

ତଥାପି ଖେଳ ଆଢ଼ୁଆଳେ ମାଡ଼ ଫିକା ପଡୁ ଥିଲା।


ବେଳେବେଳେ ଗଛ ବୁଦା ରେ କୋଳି ଖୋଜା

କଣ୍ଟା ଦେହରେ ମୁଣ୍ଡରେ ଲାଗିଲେ ବି କୋଳି ମଜା

ରଙ୍ଗ ବେରଙ୍ଗର କୋଳି ଖାଇ ପାଟି ଓଠ ନାଲିଆ

ଆମ୍ବ ଟାକୁଆ ରେ ଦାନ୍ତ ଘଷି ପୁଣି ଘର ମୁହାଁ।


ଖରାରେ ବୁଲିବା ପୋଖରୀ ଗାଧୁଆ ଯୋଗୁଁ ଜ୍ଵର

ଜ୍ଵର ଥାଇ ବି ସାଙ୍ଗ ସାଥୀ ଡାକିଲେ ହାଜର

ଦୁଷ୍ଟାମି ଯୋଗୁଁ ଗାଳି ମାଡ଼ ହେଉଥିଲା

ତଥାପି ଦୁଷ୍ଟାମି ପଣିଆ ଚାଲୁ ରହିଥିଲା।


ସଞ୍ଜ ହେଲେ ବେଙ୍ଗ ଧରି ପକେଟ୍ ରେ ରଖିବା

ଅନ୍ୟର ଅନ୍ୟମନସ୍କତା ରେ ମୁଣ୍ଡରେ ରଖିବା

ବେଙ୍ଗ ଡେଇଁଲେ ଗୋଡାଗୋଡ଼ି ହୋଇ ଧାଇଁବା

ଧାଇଁବା ବେଳେ ପଡିଗଲେ ଜୋରରେ ହସିବା

ରାତି ହେଲେ ସୁନା ପିଲା ପରି ଘର ମୁହାଁ ହେବା

ପୁଣି ମାଡ଼ ଗାଳି ହେଲେ ଆଖି ବୁଜି ଶୋଇବା

ସକାଳୁ ଉଠି ଖୋଲା ପଡିଆକୁ ନିତ୍ୟକର୍ମ ଯିବା

ସାଙ୍ଗ ସାଥି ମେଳରେ ପୁଣି ଖେଳରେ ମଜିବା

ସବୁ କିଛି ଖେଳ ଖେଳରେ ବିତିଛି ସେଇ ପିଲାଦିନ

ଯେତେ ଚେଷ୍ଟା କଲେ ବି ଆଖିରେ ନାଚୁଛି ସେଦିନ


ଘର କଥା ଓ ଖାଇବା ପାଇଁ ଚିନ୍ତା ବି ନ ଥିଲା

ଦିନରାତି ସାଙ୍ଗ ସାଥି ହସ ଖୁସିରେ ସମୟ ବିତିଲା

ଚାହୁଁ ଚାହୁଁ ହଜିଗଲା ସେଇ ପିଲା ଦିନ

ସଂସାର ମାୟାରେ ଏବେ ବ୍ୟଥିତ ଜୀବନ

ଆଉ ଫେରିବନି ଅଭୁଲା ଅତୀତ ପୁଣି ପିଲାଦିନ

ସେଇ ପିଲାଦିନ ଖୁସିରେ ହିଁ ବଞ୍ଚିଛି ଜୀବନ

ଗାଁ ର ପରିବେଶ ବି ଏବେ ସମ୍ପୂର୍ଣ୍ଣ ବଦଳି ଯାଇଛି

ସେଇ ବିଲ ବଣ ତୋଟା ମାଳ ଖାଁ ଖାଁ ଲାଗୁଛି

ସେଇ ପିଲାଦିନ ସ୍ମୃତି ରହିଛି ରହିବ

ମରଣ ଶଯ୍ୟାରେ ଥାଇ ବି ସେଇ ସ୍ମୃତି ରହିଥିବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract