ଈର୍ଷା
ଈର୍ଷା
ଈର୍ଷା ପରାୟଣ ଏଇତ ମଣିଷ
ଈର୍ଷାରେ କରିଛି ଘର
ନିଜେ ଈର୍ଷା କରି ଅନ୍ୟକୁ ସେ ଖାଲି
ପିଆଉ ଅଛି ଜହର ।
ନିଜର ଶତ୍ରୁକୁ ଅନ୍ୟ ପରେ ଲଦି
କରେ ତାକୁ ବାଟ ବଣା
ବିଚାରି ନିରୀହ ସରଳ ଲୋକଟି
ବୁଝି ପାରେନା ଛଳନା ।
ତା' ପାଇଁ ସିଏ ଦୁନିଆ ଆଖିରେ
ଦୋଷୀଟିଏ ହେଇଯାଏ
ପଛରେ ରହି କି ସ୍ୱାର୍ଥୀ ଲୋକ ବସି
ମୁରୁକି ହସା ଯେ ଦିଏ ।
ଈର୍ଷା ଯିଏ ଯାହାକୁ କରୁଥାଏ ସିଏ
ଉପରକୁ ଉଠି ଥାଏ
ଈର୍ଷା ପରାୟଣ ହେଇଥାଏ ଯିଏ
ଆପେ ତଳକୁ ସେ ଯାଏ ।
ଗାଆଁରୁ ଯେ ପଲ୍ଲୀ ସହରୁ ନଗର
ଈର୍ଷେ ପୂରା କବଳିତ
ଅନ୍ୟର ସୁନାମ ସହି ନ ପାରିଣ
କ୍ରୋଧେ ହ୍ୟନ୍ତି ପ୍ରଜ୍ଜ୍ଵଳିତ ।
ନିଜ ନିଜ ମଧ୍ୟେ ପରିବାର ଭିତରେ
ଈର୍ଷା ଭଲ ଚାଲି ଅଛି
କିଏ ଯଦି ଟିକେ ଉନ୍ନତି କରୁଛି
ସିଏ ଈର୍ଷେ ଜଳି ଯାନ୍ତି ।
ଅନେକ ନାରୀ ଯେ ଏମିତି ଅଛନ୍ତି
ଈର୍ଷେ ଘର ଭାଙ୍ଗି ଦ୍ୟନ୍ତି
ନିଜେ ଶେଷେ ଘର ନ ପାଇ ବାର
ଓଳି ଦାଣ୍ଡ ପିଣ୍ଡା ହ୍ୱନ୍ତି ।
ଈର୍ଷା କରେ ଯିଏ ତାହାର ଯେ କ୍ଷତି
ଅପରଟି ଲାଭ ପାଏ
ତାହା ପାଇଁ ସିଏ ଆଗକୁ ବଢଇ
କେତେ କଥା ଶିଖି ଯାଏ ।
ମନକୁ ଆହୁରି ଦୃଢ ସେ କରଇ
କେମିତି ଆଗକୁ ଯିବ
ସେଇ ଚିନ୍ତା ତାର ମନେରେ ରହଇ
ନିଜେ କିଛି ସେ କରିବ ।
ଯାହାକୁ ଯେ ତୁମେ ଭଲ ପାଉ ଥିବ
ସେ ବେଶୀ ଈର୍ଷା କରିବେ
ତୁମର ଉନ୍ନତି ସହି ନ ପାରିଣ
ପଛରୁ ଗୋଡ ଟାଣିବେ ।
କଙ୍କଡା ପରିକା ହୀନ ବୁଦ୍ଧି ତାଙ୍କ
ଈର୍ଷାରେ ନିର୍ଗତ ହୁଏ
ପିମ୍ପୁଡି ପରିକା ଏକତାର ଭାବ
ଶିଖିବେ ବା କାହୁଁ ସିଏ ।
ପିମ୍ପୁଡି ବା କାଉ ଜନ୍ଦାଙ୍କୁ ଯେ ଦେଖ
ମିଳି ମିଶି ରହି ଥାନ୍ତି
ଯେବେ ଯେଉଁଠି ଖାଦ୍ୟ ମିଳି ଯାଉ ଥାଏ
ଏକାଠି ଯେ ଖାଇଥାନ୍ତି ।
ନା ତାଙ୍କ ମନେରେ ଥାଏ ଇର୍ଷା ଭାବ
ହୃଦୟ ଛଳନା ଘର
ଶ୍ରେଷ୍ଠ ଜୀବ ହେଇ ସେମାନଙ୍କ ଠାରୁ
ହୀନ ହେଉ ଅଛି ନର ।
ସାଇ ସାଇ ଦେଖ ଗାଆଁ ଗାଆଁ ମଧ୍ୟେ
ଚାଲିଛି ଟଣା ଓଟରା
କେହି କାହା ଶିରୀ ଦେଖି ପାରନ୍ତି ନି
ଈର୍ଷାରେ ଜଳନ୍ତି ପରା ।
ପ୍ରତିଶୋଧ ଈର୍ଷା ପରାୟଣ ହେଇ
ଶକୁନି ଚକ୍ରାନ୍ତ କଲା
ପାଣ୍ଡବ ହସ୍ତରେ କୌରବ ମରାଇ
ପିତୃ ପ୍ରତିଶୋଧ ନେଲା ।
ଇର୍ଷା ପ୍ରଜ୍ଜଳିତ ହେଇ ଦେବ ଇନ୍ଦ୍ର
ଅହଲ୍ଯା ଛଦ୍ମେ ହରିଲା
ଋଷି ଅଭିଶାପେ ସହସ୍ର ଯୋନି ସେ
ତତକ୍ଷଣାତ୍ ହେଇଗଲା ।
ଈର୍ଷା କରି ଥିଲେ ବିଶ୍ୱାମିତ୍ର ଋଷି
ମହର୍ଷି ବଶିଷ୍ଠ ପରେ
ଶେଷରେ ଅକ୍ଳେଷେ ହାରି ଯାଇଥିଲେ
ତାଙ୍କ ଧୈର୍ଯ୍ୟ ସମ୍ମୁଖରେ ।
ପାଣ୍ଡବଙ୍କୁ ଇର୍ଷା କରିଣ କୌରବେ
ଶେଷେ ବିନାଶ ହୋଇଲେ
ଈର୍ଷା ଯିଏ କରେ ତାହାର ଯେ କ୍ଷତି
ଏଇମିତି ହୁଏ ଭଲେ ।
ଈର୍ଷା କରୁଥିବା ଲୋକଟି ସର୍ବଦା
ସେ ଚିନ୍ତାରେ ବୁଡି ଥାଏ
ବୁଝି ପାରେ ନାହିଁ ସେଥି ପାଇଁ ତାର
କେତେ ବଡ କ୍ଷତି ହୁଏ ।
ଶେଷ ପରିଣତି ହୁଏ ଭୟଙ୍କର
ସବୁ କିଛି ହୁଏ ଲୋପ
ମାନ ସମ୍ମାନ ଯେ ମାଟିରେ ମିଶଇ
ଥାଏ ଖାଲି ଅନୁତାପ ।
ଆଖି ଲୁହ ତାର ସାଥି ହେଇ ଥାଏ
ଭାବନା କରଇ ବସି
ହେଲେ ବେଶୀ ଡେରି ହେଇଯାଇ ଥାଏ
ସବୁ ହାତୁ ଯାଏ ଖସି ।
ଈର୍ଷା କରୁଥିବା ଲୋକଟିକୁ ସଦା
ଧନ୍ୟବାଦ ଦେଉ ଥିବ
ତୁମେ ଯେ ଶାନ୍ତିରେ ଥିବ ସେ ଅଶାନ୍ତି
ଈର୍ଷାରେ ଯେ ଜଳୁ ଥିବ ।
ଈର୍ଷା ଏକ ଭଲ ଗୁଣ ନୁହେଁ ସଦା
ତା ଠାରୁ ଦୂରେଇ ରୁହ
ନ ହେଲେ ତୁମେ ଯେ ସବୁ ହରେଇବ
ରହି ଥିବ ଆଖି ଲୁହ ।
