STORYMIRROR

Lata Behera

Abstract

4  

Lata Behera

Abstract

କୁମ୍ଭ ସଂକ୍ରାନ୍ତି

କୁମ୍ଭ ସଂକ୍ରାନ୍ତି

1 min
248



ମାଘ ମାସେ କୁମ୍ଭ ସଂକ୍ରାନ୍ତି ପଡଇ

    କୁମ୍ଭ ମେଳା ହୋଇଥାଏ

କୁମ୍ଭ ସଂକ୍ରାନ୍ତିରେ ସୂର୍ଯ୍ୟ ଦେବଙ୍କର 

   ଚଳନ ଗତିଟି ହୁଏ ।


ମକରରୁ ଆସି ସୁରୁଯ ଦେବତା

   କୁମ୍ଭେ ପଦାର୍ପଣ ହୁଏ

 ଧରିତ୍ରୀ ଉପରେ ଶୁଭ ଦୃଷ୍ଟି ପଡେ

   ଶୁଭ ସଂକେତଟି ଦିଏ ।


ପ୍ରୟାଗ ତୀର୍ଥରେ ସ୍ନାହାନ କରନ୍ତି

     ପାପ ଧୋଇ ହେଇଯାଏ

ତ୍ରିବେଣୀ ସଙ୍ଗମେ ବୁଡ ଯେ ପକାଏ

    ପୁଣ୍ୟ ଫଳ ପାଏ ସିଏ ।


କୋଟି ଜନମର ପାପ କ୍ଷୟ ହୁଏ

    ମୁକ୍ତି ପଥ ପାଇ ଥାଏ

ନିଷ୍ଠା ଭକତିରେ ପାଳନ ଯେ କରେ

    ପାପ ମୁକ୍ତ ହୋଇ ଯାଏ ।


ମାଘ ମାସ ବ୍ରତ କରି ସତ୍ୟ ଧର୍ମ 

    ପଥେ ଚାଲି ଥାଏ ଯିଏ

କୁମ୍ଭ ସଂକ୍ରାନ୍ତିରେ ବୁଡ ପାକାଇଲ

    ସବୁ ପାପ କ୍ଷୟ ଯାଏ ।


ସ୍ବର୍ଗରୁ ଦେବତା ମର୍ତ୍ତ୍ୟକୁ ଆସନ୍ତି 

    ସ୍ନାନ କରି ଥାନ୍ତି ସିଏ

ପ୍ରଭୁଙ୍କର ପାଦ ଦର୍ଶନ କରିଣ

    ପାଦେ ସମର୍ପି ତ ହୁଏ ।

     

 କୁମ୍ଭ ସଂକ୍ରାନ୍ତିରେ ଦେବାଦେବୀଙ୍କର

     ରୀତି ନୀତି କରା ଯାଏ

ପରମ୍ପରା ବିଧି ଅନୁସାରେ ତାଙ୍କୁ

    ସ୍ନାନ କରା ଯାଇ ଥାଏ ।


ବାର ମାସେ ଆମ ତେରଟି ପରବ

   ପାଳନଟି ହେଇଥାଏ

ଓଡିଶା ସଂସ୍କୃତି ଐତିହ୍ୟର ଗାଥା

   ଚିର ଅମ୍ଳାନଟି ଇଏ ।


ବାର ମାସେ ଆମ ବାରଟି ସଂକ୍ରାନ୍ତି 

   ବାର ରାଶି ନେଇ ହୁଏ

ଏ କୁମ୍ଭ ସଂକ୍ରାନ୍ତି ଧର୍ମ ପୁଣ୍ୟ ତିଥି

   ପାପ କ୍ଷୟ ହୋଇ ଥାଏ ।    



Rate this content
Log in

Similar oriya poem from Abstract