STORYMIRROR

Binodini Dash

Abstract Inspirational

3  

Binodini Dash

Abstract Inspirational

ସତରେ କ'ଣ ପାହିଛି ରାତି

ସତରେ କ'ଣ ପାହିଛି ରାତି

1 min
240


ସର୍ବେ ବାରବାର ମନକୁ ପଚାର

ସତରେ କଅଣ ପାହିଛି ରାତି 

ହୃଦୟଟି ଯଦି ଅନ୍ଧକାର ଭେଦି

ସୂରୁଯ ସମ ନ ପାରିଲା ଭାତି

ସକାଳ ହୋଇଲେ କି ଲାଭ ହେବ

ଜୀବନରେ କେହି ଯଦି ଜାଗେ ନାହିଁ 

ନୂତନ ସୂର୍ଯ୍ୟ କି ଦେଖି ପାରିବ ?


ଅଜ୍ଞାନ କାଳିମା ହୃଦୟର ସୀମା

ଲଙ୍ଘି ବାହାରକୁ ଆସଇ ଯଦି

ଜ୍ଞାନର ଆଲୋକ କିପରି ଜଳିବ

କୁହ ଯେ ଲଭିଛ ଜ୍ଞାନରେ ସିଦ୍ଧି 

ଚକ୍ଷୁ ବୁଜିଦେଲେ କି ଲାଭ ହେବ

ଜଣେ ସିନା ଦେଖି ଆନର କର୍ମକୁ

ନିଜକୁ ବି ସେହି ପଥରେ ନେବ ।


ମଧୁ, ଗୋପବନ୍ଧୁ ଜଣେ ଜଣେ ଇନ୍ଦୁ

ଯେପରି ଥିଲେ ଉତ୍କଳ ଭୁବନେ

ନଥିଲେ ବି ଦେହ ତାଙ୍କ ତ୍ଯାଗ ସୁଅ

ପ୍ଳାବନ ଛୁଟାଏ ଏବେ ବି ମନେ 

ନହୋଇଲେ ତାଙ୍କ ସମ କି ଲାଭ

ଚେଇଁ ଶୋଇଥିଲେ କିଏ ଉଠାଇବ

ଆପଣାପଣ କି ହେବ ଉଦ୍ଭବ ?


ଗର୍ବ ଅହଙ୍କାର ତମ କରି ଚୂର

ସତ୍ୟ ସନ୍ଧାନରେ ଧାଇଁଲେ ମନ

ଅସତ୍ୟ ଅନ୍ଧାର ହୋଇଯିବ ଦୂର

ମୁଖେ ଉକୁଟିବ ହସ ସୁମନ 

ସେଥିପାଇଁ ଉଜାଗରେ ଚେତନ

ଜଗାଇ ରଖିଲେ ଅନ୍ତଃଚେତନାକୁ

ନିଶ୍ଚେ ରାତି ପାହି ହୋଇବ ଦିନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract