Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Abstract

5  

DILIP KUMAR SAHOO

Abstract

ବରଷା ବଉଦ ସଜ

ବରଷା ବଉଦ ସଜ

2 mins
4



ବରଷା ବଉଦ ସଜ

ବରଷକେ ଥରେ ଆସଇ ରଜ

ବଉଳ ଲୋ

ଦିଗ ଚଉଦିଗ ସଜବାଜ

ବଉଳ ଲୋ।


ଖୁସିରେ ହସଇ ଘର

ଝିଅ ଶାଶୁ ଘରୁ ଆସଇ ଭାର

ବଉଳ ଲୋ

ଶଂଖ ଶୁଭୁଥାଏ ଦୂରୁ ଦୂର

ବଉଳ ଲୋ।


ଚାଉଳ ଚୁନା କୁ ବିରି

ବଟାକୁଟା ସବୁ ଯାଏ ଲୋ ସରି

ବଉଳ ଲୋ

କାମ ନଥାଏ ଘରେ କାହାରି 

ବଉଳ ଲୋ।


ରଜ ଡାକେ ହାତ ଠାରି

ପ୍ରବାସୀ ଆସନ୍ତି ଗାଆଁ କୁ ଫେରି

ବଉଳ ଲୋ

ସବୁ ଘର ଉଠେ ପରା ପୁରି

ବଉଳ ଲୋ ।


ସରିଯାଏ ଜ୍ୟେଷ୍ଠ ମାସ 

ଆଷାଢ଼ ଦିଅଇ ପାଦ ପରସ

ବଉଳ ଲୋ

ମେଘ ବିଜୁଳି ଓଠରେ ହସ 

ବଉଳ ଲୋ।


ପହିଲି ରଜ ସକାଳ 

ସକାଳୁ ମାଇପି ତୁଠେ ଗହଳ

ବଉଳ ଲୋ

ଉଛୁଳଇ ନଈ ନାଳ ଜଳ

ବଉଳ ଲୋ।


ପାଦରେ ଅଳତା ନାଇ

ମଥାରେ ଚନ୍ଦନ ଟିପା ଲଗାଇ

ବଉଳ ଲୋ

ଝିଅ ହୁଅନ୍ତି କେତେ ସଜେଇ

ବଉଳ ଲୋ।


ଦୋଳି ଯାଏ ଉଡ଼ି ଉଡ଼ି 

ନୂଆ ନୂଆ ମିତ ପିନ୍ଧିଛି ଶାଢ଼ୀ 

ବଉଳ ଲୋ

ବାଟ ଚାଲୁଚାଲୁ ଯାଏ ପଡ଼ି 

ବଉଳ ଲୋ।।


କୋହଲା କୋହଲା ପାଗ

ମେଘ ନେଇ ଆସେ ,ପହିଲି ରଜ

ବଉଳ ଲୋ

ମଜ୍ଜା କରିବା ସକାଳୁ ସଞ୍ଜ 

ବଉଳ ଲୋ।


ଦୁଲୁକୁଛି ଆମ୍ବ ତୋଟା

ଦୋଳି ଖେଳୁଅଛି କନକ ଲତା

ବଉଳ ଲୋ

କଥା କହେ ତାର ଆଖି ପତା 

ବଉଳ ଲୋ।।


ସୁଆଦିଆ ରଜ ପାନ

ପାନ ଖୋଇଦେଇ କିଣିଲା ମନ

ବଉଳ ଲୋ

ମିତ ଝୁରେ ବସି ରାତିଦିନ

ବଉଳ ଲୋ ।


ମହକଇ ପୋଡ଼ ପିଠା 

ପହିଲି ପ୍ରେମର ସୁଆଦ ମିଠା

ବଉଳ ଲୋ

ଥରେ ଲାଗିଲେ ଛାଡେନି ଅଠା

ବଉଳ ଲୋ।


ପଟା ଦୋଳି କଟକଟ

ତୋଟା ରେ ବସଇ ରଙ୍ଗ ର ହାଟ

ବଉଳ ଲୋ

ସେତ ଉଛୁଳଇ ରଜ ଗୀତ

ବଉଳ ଲୋ।


ଦୋଳି ଯାଏ ଝୁଲି ଝୁଲି 

କିଏ ଆସି ଦିଏ ପଛରୁ ଠେଲି

ବଉଳ ଲୋ

ଚାହାଁ ମୁହଁ ପଡ଼ିଯାଏ ନାଲି

ବଉଳ ଲୋ।


ମେଘ ବାନ୍ଧୁଥାଏ ଦାନା

ଘର କାମ ଆଜି ଝିଅ ଙ୍କୁ ମନା

ବଉଳ ଲୋ

ହସ ଖୁସି କରେ ଆନ ମନା

ବଉଳ ଲୋ।


ଆକାଶ କୁ ଛୁଏଁ ଦୋଳି 

ମେଘ ରାଇଜରେ ହସେ ବିଜୁଳି

ବଉଳ ଲୋ

ଆସ ସପନ ଆଣିବା ତୋଳି

ବଉଳ ଲୋ।


ମାଟି ମାଆ ରଜବତୀ 

ରଜ ମଝି ରେ ତ ରଜ ସଂକ୍ରାନ୍ତି

ବଉଳ ଲୋ

ମେଘ ଗାଏ ଲୋ ମିଳନ ଗୀତି

ବଉଳ ଲୋ।


ଦୋଳି ଉଡ଼େ ରହିରହି

ରଜ ପରି ପରା ପରବ ନାହିଁ 

ବଉଳ ଲୋ

ଗାଆଁ ବୁଲା ପିଠା ମିଠା ଖାଇ 

ବଉଳ ଲୋ ।


ତାଳ ସଜ ତାଳ ଗଜା 

ଆଈ ସାଥେ ପଶା ଖେଳନ୍ତି ଅଜା

ବଉଳ ଲୋ

ରଜ ତିନିଦିନ ଖାଲି ମଜା 

ବଉଳ ଲୋ।


ପଠାରେ ବାଗୁଡ଼ି ଖେଳ

ଦିନ ସାରା ଜମେ ତାଆସ ଖେଳ

ବଉଳ ଲୋ

ଜମା ଜଣା ପଡେନାହିଁ ବେଳ

ବଉଳ ଲୋ ।


ବହେ ଲୋ ଥଣ୍ଡା ପବନ

ଶେଷ ରଜ ଦିନ ଭୂମୀ ଦହନ

ବଉଳ ଲୋ

ମାଟି ମାଆ କୁ ପୂଜିବା ଦିନ

ବଉଳ ଲୋ ।


ଚନ୍ଦନ ସିନ୍ଦୂର ଚୂଆ 

ରଜ ବାସୀ ବସୁମତୀ ଗାଧୁଆ

ବଉଳ ଲୋ

ହୁଏ ପୂଜା ଶୀଳ ଶିଳପୁଆ

ବଉଳ ଲୋ ।



ଦୋଳି ଉଡ଼େ ଥିରି ଥିରି 

ରଜ ତିନିଦିନ ଯାଏ ଲୋ ସରି

ବଉଳ ଲୋ

ସବୁ ମନ ହେଉଥାଏ ଝୁରି 

ବଉଳ ଲୋ ।


ପାଚିଲା ଆମ୍ବ ପଣସ 

ରଜ ସରିଗଲେ ଆରମ୍ଭ ଚାଷ

ବଉଳ ଲୋ

ମେଘ ଚାଷୀ ଓଠେ ଭରେ ହସ

ବଉଳ ଲୋ ।






Rate this content
Log in

Similar oriya poem from Abstract