STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ମାଆ ଗଲା ପରେ

ମାଆ ଗଲା ପରେ

1 min
198

ଉଜୁଡା ମଣ୍ଡପର ଅସଜଡ଼ା ଅସହାୟତା ଭିତରେ

ମାଆ ତୁମ ଅଭାବଟା ବାରି ହୋଇ ପଡ଼େ,

ଏଇତ କାଲି ଥିଲା ଯେଉଁଠି ଉତ୍ସବର ବେଶ୍ କୋଳାହଳ

ଆଜି ସେଠି ଶୂନ୍ୟତାରେ ମାଡ଼ି ମାଡ଼ି ପଡ଼େ। 


ତୁମେ ଆସିଥିଲ ଅସରନ୍ତି ଆନନ୍ଦର ସ୍ଵର୍ଣ୍ଣ କଳସୀ ଧରି

ଛାଡ଼ିଗଲ ସେଇ ପୁରୁଣା ଉଦାସର ଆସକ୍ତ ଅଗଣା,

ବେଶ୍ କେଇ ଦିନ ହସେଇ ଭସେଇ ଉଲ୍ଲାସର ନଦୀ ତୀରେ

ନିଜେ ପୁଣି ଭାସିଗଲ ଶେଷେ ବଜାଇ ଭସାଣି ବାଜଣା।


କିଏ ଜଣେ କହି ଦେଇଗଲା ତୁମେ ପରା ସବୁ ହୃଦୟରେ

ମୁଁ ନିରେଖି ଦେଖିଲି ମୋ ମନ ଭିତରକୁ ବହୁ ବେଳ ଯାଏଁ

ସେଠି ଥିଲା ବେପରୁଆ ଆଶା ଓ ସ୍ଵପ୍ନର ଅଲୋଡ଼ା ଜୁଆର

ଈର୍ଷା ଦ୍ୱେଷ ଅହଙ୍କାର କେତେ କଣ, ତୁମ ଛଡ଼ା ସବୁ କିନ୍ତୁ ଥାଏ।


ତୁମ ମମତାର ପଣତ ନେଇ ଲୁଚିଗଲ ଦୂର ଆକାଶରେ

ଚିହ୍ନା ଦେଇ ଅଚିହ୍ନା ସାଜିଲ ଦିନ କେଇଟାରେ,

ମେଲାଣି ନିଅ ହେ ମାଆ ଆଶ୍ଵିନର ଶେଷ ପାହାଚରେ

କିନ୍ତୁ ଦେଖାଦିଅ ସର୍ବ ଭୂତ ମଧ୍ୟେ କୃପା କଟାକ୍ଷରେ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract