STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ବିନତି ଘେନ ବିନାୟକ

ବିନତି ଘେନ ବିନାୟକ

1 min
300

ବିନୟେ ବିନତି ଘେନ ବିନାୟକ

ବିଷମ ସମୟ ବେଳେ

ବିହିତ ଆଶିଷେ କର ହେ କୃତାର୍ଥ

ବୁଦ୍ଧି ବ୍ୟତିକ୍ରମ କାଳେ।

ଭାବ ଭିଜା ଭକ୍ତି ଜଳେ,

ଧୋଇବାକୁ ତବ ଶ୍ରୀପଦ ପଙ୍କଜ

ସ୍ଥିର ଚିତ୍ତ ହୋଇ ଭାଳେ।।


ଆହେ ବିଦ୍ୟାଦାତା ତବ ବିଦ୍ୟମାନେ

ହେଉ ଅବିଦ୍ୟାର ନାଶ

ଅଜ୍ଞ ଚେତନାରେ ଜ୍ଞାନ ପ୍ରଭାରାଶି

ହେଉ ତୁରନ୍ତ ପ୍ରକାଶ। 

ଦୂର ହେଉ ସର୍ବ କ୍ଳେଶ

ତୁମ୍ଭ ପ୍ରଭାବରେ ପ୍ରଭାବିତ ହୋଇ

ଲିଭୁ ଜୀବନ ପରାସ।।


ସୁମନରେ କରେ ସୁମନାସ ଏବେ

ବୁଦ୍ଧି ସିଦ୍ଧି ଜ୍ଞାନ ଆଶେ

ତୁମ୍ଭେ ଦେବ ଭରି ଶୂନ୍ୟ ଆଞ୍ଜୁଳା ମୋ

ରଖି ସୁଦୃଢ ବିଶ୍ୱାସେ। 

ଏ ମୋ ନିଶ୍ୱାସେ ପ୍ରଶ୍ୱାସେ,

ପ୍ରବାହିତ ହୋଇ ତୁମ୍ଭ ଆଶ୍ରି ଧାରା

ଭରୁ ଅନ୍ତର ସୁବାସେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract