STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ହଳଦିଆ ରଙ୍ଗେ ଖେଳିବା ହୋଲି

ହଳଦିଆ ରଙ୍ଗେ ଖେଳିବା ହୋଲି

1 min
430

ସୂର୍ଯ୍ୟର କିରଣେ ପ୍ରକାଶିତ ଭୂମି

   ଥିବ ହଳଦିଆ ରଙ୍ଗ,

ଖେଳୁ ଥିବେ ହୋଲି ଆନନ୍ଦ ଖୁସିରେ

   ସତ୍ୟର ହିଁ ଏହୁ ରଙ୍ଗ।


ହଳଦିଆ ରଙ୍ଗେ ରଙ୍ଗ ସରବର

  ହୁଏ ସୂର୍ଯ୍ୟ ଆଶିର୍ବାଦ,

ହୋଲିକା ଦହନ କରିବେ ଟି ପୁଣି

   ବାଜୁ ଥିବ ବାଦ୍ୟ ନାଦ।


ହୁହୁହୁହୁ ହୋଇ ଜଳୁ ଥିବ ନିଆଁ

  ଦୁଷ୍ଟର ହେବ ବିନାଶ,

ଭକ୍ତ ପ୍ରହ୍ଲାଦେ ରଖିବେ ଠାକୁରେ

  ଏହୁତ ସତ୍ୟ ସନ୍ଦେଶ


ହୃଦୟେ ଗୁଞ୍ଜିବ ସତ୍ୟର ବିଜୟ

  ମନ ଥିବ ଭକ୍ତିଚିତ,

ରାଧା ମୋହନଙ୍କ ମନ୍ଦିରେ ପୂଜନ

  ଭକ୍ତିପ୍ରେମ ଶ୍ରଦ୍ଧାତିତ।


ହଳଦିଆ ରଙ୍ଗେ ଅଭିର ଘେନିଣ

  ପୂଜନ ଟି ରାଧାକୃଷ୍ଣେ

ମଥାରେ ଅଭିର ଲଗେଇ ଦେବେ ଟି

  ପଣ୍ଡିତେ ହିଁ ରାଧାକୃଷ୍ଣେ।


ହୁଳହୁଳି ଶବ୍ଦ ଗୁଞ୍ଜୁ ଥିବ ତହିଁ

  ହେଉ ଥିବ ଶଙ୍ଖ ଧ୍ବନୀ

ରଙ୍ଗ ହଳଦିଆ ଭୂଷିତ ହୋଇଣ

  ଥିବ ରାଧାକୃଷ୍ଣ ଧ୍ବନୀ।


ମୃଦଙ୍ଗର ଧ୍ବନୀ ଗିନିର ଝଙ୍କାର

  ପ୍ରଭୁଙ୍କ ନାମ ଗୁଞ୍ଜିବ,

ହଳଦିଆ ରଙ୍ଗେ ଅଭିର ଭୂଷଣ

  ଭକ୍ତି ରାଧାକୃଷ୍ଣେ ଥିବ।


ହଳଦିଆ ରଙ୍ଗ ଶୁଭର ରଙ୍ଗ ଟି

  ହୋଲିର ହିଁ ଶୁଭାରମ୍ଭେ,

ମୃଦଙ୍ଗ ଗିନିର ଗୁଞ୍ଜନଟି ତହିଁ

  ପରା ପର୍ବରେ ପ୍ରାରମ୍ଭେ


ନାମ ରାଧାକୃଷ୍ଣ ଜନେ ଗାଉଥିବେ 

  ଭକ୍ତିପୂର୍ଣ୍ଣ ବାଦ୍ୟନାଦେ,

ଗାଆଁ ଗହଳିରେ ଚହଳ ପଡ଼ିବ

  ମୃଦଙ୍ଗ ଓ ଗିନିନାଦେ।


ଅଟେ ହୋଲି ପରା ଭକ୍ତିର ପର୍ବ ଟି

  ବିଜାୟ ପର୍ବ ଟି ହୋଲି,

ଅନ୍ୟାୟ ଦମନ କରିଥିଲେ ବିଷ୍ଣୁ

  ସତ୍ୟର ପର୍ବଟି ହୋଲି।


ରଙ୍ଗ ହଳଦିଆ ଶୁଭର ରଙ୍ଗରେ

  ହୋଲିରେ ରଙ୍ଗି ହୋଇବା,

ସତ୍ୟ ଧର୍ମ ତ୍ୟାଗ ହୃଦୟେ ରଖିଣ

  ହୋଲିରେ ନାଚି ବୁଲିବା।


ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନଟି

  ସମସ୍ତ ରାଷ୍ଟ୍ର ବାସିଙ୍କୁ,

ହଳଦିଆ ରଙ୍ଗେ ଖେଳିବାଟି ହୋଲି

   ଗାଇବା ରାଧାକୃଷ୍ଣଙ୍କୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract