STORYMIRROR

Sukanti Hotta

Abstract Others

4  

Sukanti Hotta

Abstract Others

ଦୁହିତାର ଦୟନୀୟ ଅବତାର

ଦୁହିତାର ଦୟନୀୟ ଅବତାର

1 min
120

ପ୍ରେମରେ ଘରଟିକୁ ସଜାଡ଼ିବା ପାଇଁ

ନିଜର ସର୍ବସ୍ବ ତ୍ୟାଗ କରିଦିଏ

ମାନ ଅଭିମାନ ସବୁ ଛାଡିଦିଏ

ବୋହୁହୋଇ ଆସିଲା ପରେ

ପରିବାରର ଭାରକୁ ହସିହସି ସହିଯାଏ

ଝିଅ ଆଉ ବୋହୂର ପାର୍ଥକ୍ୟ ଦେଖି

ଚୁପ ରହିବାକୁ ଚେଷ୍ଟା କରେ


ଘରକୁ ଜୋଇଁ ଆସିଲେ ତାଙ୍କ ପସନ୍ଦର

ଛ ତିଅଣ ନ ଭଜା ପରଷିଦିଏ

ସେ ବିତ ନୂଆ ନୂଆ ଆସିଛି

ତା ମନ କଥା ବୁଝିବ କିଏ

ତାକୁ କିଆଁ ସମସ୍ତଙ୍କ କଥା ବୁଝିବାକୁ ହୁଏ

ତାର କଣ ମନ ବୋଲି ନଥାଏ

ଏ ପାତର ଅନ୍ତର କରିଛି କିଏ


ନୂଆ ଜୋଇଁପୁଅ ପୁରୁଣା ହେଲେବି

ସନମାନ ପାଇଥାଏ

ବୋହୂ ବିଚରା ରଗଡା ଜୀବନ ଜୀଇଁଥାଏ

ପୁଅର ଭୂଲ ଥିଲେବି ବୋହୂ ଦୋଷୀ ହୁଏ

ଠିକ ଥିଲେ ପୁଅର ଗୁଣ କୀର୍ତ୍ତନ ହୁଏ

ଏ ଚିରାଚରିତ ପ୍ରଥାର ମୂଳାଧାର କିଏ?


ମଥାପୋତି ଚୁପ ରହି ଯିଏ ସହିଯାଏ

ସଂସ୍କାରି ବୋଲି କୁହାଯାଏ

ଯେ ସ୍ୱର ଉତ୍ତୋଳନ କରେ

ଉଦଣ୍ଡୀ ବୋଲି ବଦନାମ ହୁଏ

ଝିଅ ଜୋଇଁ ସହ ବାହାରେ ରହିଲେ

ବାପମାଆ ମନ ଖୁସି ହୋଇଯାଏ

ବୋହୂ ରହିଲେ ଆମ କପାଳ କୁହାଯାଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract