ଚିର ସ୍ମରଣୀୟ ନେତାଜୀ
ଚିର ସ୍ମରଣୀୟ ନେତାଜୀ


ଚିର ସ୍ମରଣୀୟ ର ନିର୍ଭିକ ବୀର
କ୍ରାନ୍ତିକାରୀ ହେ ସୁବାଷ
ଚିର ଆଦର୍ଶରେ ବିମଣ୍ଡିତ ତୁମେ
ତୁମେ ଏ ଜାତି ଗରବ ।
ଚିର ସ୍ମରଣୀୟ ହେ ସୁବାସ ବୋଷ
ଅନବଦ୍ୟ ଦେଶପ୍ରେମ
ଫିରିଙ୍ଗି ଶାସନ ଦୋହଲାଇ ଥିଲ
ଅନନ୍ୟ ତୁମର ଦମ୍ଭ ।
ଚିର ସ୍ମରଣୀୟ ହେ ତେଜସ୍ୱୀ ବୀର
ଓଡ଼ିଶା ମାଟି ସନ୍ତାନ
ମାତା ପ୍ରଭାବତୀ ପିତା ଯେ ଜାନକୀ
କୋଳକୁ କରିଛ ଧନ୍ୟ ।
ଚିର ସ୍ମରଣୀୟ ଓଜସ୍ଵିନୀ ତେଜ
ଅପୂର୍ବ ବ୍ୟକ୍ତିତ୍ଵେ ଭରା
ସ୍ଵାଧୀନତା ପାଇଁ ରକତ ମାଗିଛ
ମନରେ ସାହସ ଭରା ।
ଚିର ସ୍ମରଣୀୟ ତୁମରି ପଉଜ
ଆଜାଦ୍ ହିନ୍ଦ୍ ଯେ ନାମ
ଯୁବକ ରକ୍ତରେ ଭରିଥିଲ ତୁମେ
କେତେ ଯେ ସାହସ ବଳ ।
ଚିର ସ୍ମରଣୀୟ ହେ ବିଜ୍ଞ ପ୍ରବର
ଶିକ୍ଷା ରେ ଥିଲ ମଣ୍ଡିତ
ବିଦେଶରେ ଥିଲ ମନେ ବହୁଥିଲା
ଦେଶ ପ୍ରେମର ନିର୍ଝର ।
ଚିର ସ୍ମରଣୀୟ ହେ ଯୋଗ୍ୟ ସନ୍ତାନ
ଦେଶ ପାଇଁ ପଦ ତ୍ୟାଗ
ଦିଲ୍ଲୀ ଚଲ୍ଲୋର ଆହ୍ଵାନେ ପ୍ରକମ୍ପେ
ପ୍ରବାସୀ ଙ୍କର ଅନ୍ତର ।
ଚିର ସ୍ମରଣୀୟ ଉଦ୍ଦାମ ଉତ୍ସାହେ
ମନ ଥିଲା ହରା ଭରା
ସୈନିକ ବେଶରେ ସ୍ଵାଧୀନତା ବାର୍ତ୍ତା
ପରଶି ଗଲ ହେ ନେତା ।
ଚିର ସ୍ମରଣୀୟ ହେ ବୀର ପୁଙ୍ଗବ
ଜୀବନ ସ୍ଵଳ୍ପ ତୁମର
ତୁ
ମ ଦାମ୍ଭୀକତା ଫିରିଙ୍ଗି ଛାତିରେ
ଦକା ଯେ ପଶାଇ ଥିଲା ।
ଚିର ସ୍ମରଣୀୟ ହେ ପ୍ରିୟ ନେତାଜୀ
ଧନ୍ୟ ତୁମ ଦେଶପ୍ରେମ
ଟେକାକୁ ପଥରେ ଜବାବ ଦେବାର
ସାହସ ଯେ ରଖିଥିଲ ।
ଚିର ସ୍ମରଣୀୟ ହେ ସୁବାସ ଚନ୍ଦ୍ର
ନେତାଜୀ ନାମ ବହିଲ
ବିଶ୍ଵ ଦରବାରେ ତୁମ ଔଜଲ୍ୟର
ଗାଥା ଲେଖିଦେଇ ଗଲ ।
ଚିର ସ୍ମରଣୀୟ ହେ ସେନା ପୁଙ୍ଗବ
ଜନ୍ମତିଥି ତ ପାଳୁଛୁ
କେଉଁଠି ହଜିଲ କେମିତି ହଜିଲ
ସେ ଉତ୍ତର ଖୋଜୁ ଅଛୁ ।
ଚିର ସ୍ମରଣୀୟ ଆହେ କ୍ରାନ୍ତି ବୀର
ଥରେ ଆସି ଦେଖିଯାଅ
ତୁମ ସପନର ସ୍ଵାଧୀନତା ଆଜି
କି ଭାବେ ନେଇଛି ରୂପ ।
ଚିର ସ୍ମରଣୀୟ ଆଉ ଥରେ ତୁମେ
ଏ ଧରାକୁ ଆସନ୍ତି କି
ଯୁବ ଚେତନାରେ ନୂଆ ଉଦ୍ଦାମତା
ଭରିଦେଇ ଯାଆନ୍ତ କି !
ଦୁନିଆକୁ ଥରେ କରି ଦିଅନ୍ତ କି
ସ୍ଵାଧୀନତା ପରିଭାଷା
ଅଧିକାର ଆଉ କର୍ତ୍ତବ୍ୟର ଦୀକ୍ଷା
ଦିଅନ୍ତ କି ମହାଯଷା ।
ଚିରସ୍ମରଣୀୟ ତୁମେ ଆଜି ପ୍ରଶ୍ନ
ପ୍ରତି ଟି ପ୍ରାଣେ ଆଙ୍କିଛି
ଉତ୍ତର ଖୋଜୁଛୁ ପାଉ ନାହୁଁ ହେଲେ
କିଏ ଦେବ ତା ଉତ୍ତର !
ଚିର ସ୍ମରଣୀୟ ହେ ଦିବ୍ୟ ପୁରୁଷ
ଦିବ୍ୟ ଚେତନାରେ ଭରା
ପ୍ରଣିପାତ ଘେନ ହେ ସୁଭାଷ ଚନ୍ଦ୍ର
ତୁମେ ଏ ଜାତି ଉଦ୍ଗାତା ।