Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nibedita Mishra

Abstract Inspirational

4.5  

Nibedita Mishra

Abstract Inspirational

ନିଷିଦ୍ଧ ଇଲାକା

ନିଷିଦ୍ଧ ଇଲାକା

1 min
296



ଇଚ୍ଛା ହେଉଛି ଦୁନିଆରେ ଥାଆନ୍ତା କି ଏକ ଏମିତି ନିଷିଦ୍ଧ ଇଲାକା

ଯେଉଁଠି ଦୁଃଖ ଯନ୍ତ୍ରଣାକୁ ଓହ୍ଲାଇ ମଣିଷ ହେଇ ପାରନ୍ତା ହାଲକା।

ହସ ଖୁସି ର ଜୁଆର ଉଠୁ ଥାଆନ୍ତା ଅନବରତ ଅହରହ ସେହି ଠାରେ

ବିଷାଦର କଳା ବୌଦର କାଳିମା ଉଭା ହେଉ ଥାଆନ୍ତା ନିମିଷକ ରେ।

ନ ଜୀଅନ୍ତା ସେଠି କେହି କେବେ ବି କୌଣସି ଦୁଃଖ ଯନ୍ତ୍ରଣାମୟ ଜୀବନ

ହସି ଉଠୁ ଥାଆନ୍ତା ପ୍ରତ୍ଯେକଟି ହୃଦୟ ଓ ଶାନ୍ତି ର ଅଧିନେ ଥା'ନ୍ତା ପ୍ରାଣ।

ସେଠି ନ ଥାଆନ୍ତା କାହା ମନରେ ହିଂସା ଓ ପ୍ରତିଶୋଧ ର ମନୋଭାବ

ସଭିଏଁ ସଭିଙ୍କୁ ଦେଉ ଥାଆନ୍ତେ ଉପହାର ପ୍ରେମ,ପ୍ରୀତି ଓ ସଦଭାବ।

ସେ ଇଲାକା ରେ ଲୋଭ, ମୋହ, କ୍ରୋଧ, ଅହଂକାର ନ ଥାଆନ୍ତା ପ୍ରବେଶ 

କେବଳ ଦାନ, ଧର୍ମ, ସ୍ନେହ, ସହୋଯୋଗ ର ଭାବନା ଥାଆନ୍ତା ଅଶେଷ।

ଏ ଇଲାକା କୁ ଯଦି କେହି କେବେ ଥରେ ଭୂଲ ବଶତଃ ଚାଲି ଯାଆନ୍ତା

ତେବେ ବାରମ୍ବାର ଜାଣି ଶୁଣି ସେ ସେହି ଭୂଲ କରିବାକୁ ମନ ବଳାନ୍ତା

ଏ ମର୍ତ୍ତ୍ଯ ଲୋକ ରେ ଏମିତି ଏକ ନିଷିଦ୍ଧ ଇଲାକାର ପରିକଳ୍ପନା ତୁଚ୍ଛ

ଏଠି ମଣିିଷ ମଣିଷ ର ଶତ୍ରୁ,ପ୍ରତି ହୃଦୟରେ ହିଂସା ଦ୍ବେଷ ର ଲତାଗୁଚ୍ଛ

ମଣିଷ ଭିତରେ ଥିବା ଆତ୍ମାଟି ହେଉଛି ଏମିତି ଏକ ନିଷିଦ୍ଧ ଇଲାକା

ଯେଉଁଠି ଏ ସବୁ କୁ-ପ୍ରକ୍ରୃତି ର ନ ଥାଏ ତିଳେମାତ୍ର ଛିଟା ହାଲକା

ଯଦି ମଣିଷ ନିଜ ଭିତରେ ଥିବା ନିଷିଦ୍ଧ ଇଲାକା କୁ କରି ପାରନ୍ତା ପ୍ରଶସ୍ତ

ତେବେ ସେ ସଭିଙ୍କ ହୃଦୟରେ ଓ ସଭିଙ୍କୁ ନିଜ ହୃଦୟରେ ସହଜେ କରନ୍ତା ସ୍ଥାନିତ।।


Rate this content
Log in

Similar oriya poem from Abstract