ଓଠ ତଳ ହସ
ଓଠ ତଳ ହସ
ଆଗୋ ପ୍ରିୟତମା କି ବର୍ଣ୍ଣିବି ତୁମ ଓଠ ତଳର ହସ
ଭରି ରହି ଥାଏ ଯହିଁ ଅନେକ ଅକୁହା ଗୁଢ ରହସ୍ଯ।
କେବେ ସାଜେ ଲାଜୁଆ ପଣ ର ନିରୀହ ନିବେଦନ
ତ କେବେ ଦିଶେ ତାଚ୍ଛଲ୍ଯ ଭରା ତୀକ୍ଷଣ ପ୍ରତ୍ଯାଖାନ।
ତୁମ ଓଠ ତଳ ହସ ବୋଳେ ଯେବେ ପ୍ରେମ ର ସପ୍ତ ରଙ୍ଗ
ସେ ପ୍ରେମ ରେ ମତୁଆଲା ହୁଏ ମୋ ଶରୀର ର ପ୍ରତିଟି ଅଙ୍ଗ।
କେବେ ସେ ହସ ଭରେ ମୋ ଅନ୍ତରେ ମିଠା ମିଠା ସ୍ମୃତି
ତ କେବେ ଜଗାଏ ସୁପ୍ତ ସ୍ଥିର ହୃଦୟେ ଉନ୍ମାଦନା ର ତାତି।
ତୁମ ଓଠ ତଳ ହସରେ ହଜି ପାଗଳ ସାଜିଥିଲି ଦିନେ ମୁହିଁ
ସେଦିନୁ କାହିଁ କେଜାଣି ନିଜ ଠିକଣା ଟି ଖୋଜି ପାଉନାହିଁ ।
ତୁମ ଓଠ ତଳ ହସର ମାଦକତା ସତରେ ଅତନ୍ତ୍ଯ ଅନନ୍ଯ
ବଢାଏ ସେ ତୁମର ସୌନ୍ଦର୍ଯ୍ଯତା ର ତେଜ ଓ ରୂପ ଲାବଣ୍ଯ
ତେଣୁ ସଦା ଈଶ୍ବରଙ୍କୁ କରେ ମୁଁ ପ୍ରାର୍ଥନା ଓ ଆକୁଳ ନିବେଦନ
ନ ଲିଭୁ ତୁମ ଓଠରୁ ହସ,ଝଟକୁ ଥାଉ ହୋଇ ପୁନେଇ ଜହ୍ନ।