STORYMIRROR

Nibedita Mishra

Abstract Inspirational

3  

Nibedita Mishra

Abstract Inspirational

ବଦନାମ ଗଳି

ବଦନାମ ଗଳି

1 min
136


ସହରଟିଏ ,

ତା ଭିତରେ ଗଳିଟିଏ

ବଦନାମ ଗଳି ବୋଲି ଆଖ୍ଯା ପାଇଥାଏ।

ସେଇଠି

ଥିଲା ତୁଳସୀ ବୋଲି ଝିଅଟିଏ

ରୂପରେ ଗୁଣରେ ସବୁଥିରେ ପାରଙ୍ଗମ ସିଏ।

ଅଜଣା

ତା'ର ପରିଚୟ କିଏ ତା ବାପା ମା 

ଜଣା ନାହିଁ ଜନ୍ମ ତିଥି ଅବା ଘରର ଠିକଣାଟିଏ।

ତଥାପି

ମନରେ ଆଶା ସୃଷ୍ଚି କରିବାକୁ 

ମଣିଷ ଭିତରେ ମଣିଷ ଭାବେ ନୂତନ ପରିଚୟ ବିଶେଷ।

କରିଚାଲେ

ସେ ଅଦମ୍ଯ ପରିଶ୍ରମ,ମନରେ ସଞ୍ଚି ଆଶା

ସଫଳତା ହାସଲ ପାଇଁ ଓ ରଚିବାକୁ ନୂଆ ଇତିହାସ।

ଦିନ ଆସିଲା

ନୂଆ ସକାଳର ବାର୍ତ୍ତା ନେଇ

ବଦଳି ଗଲା ତୁଳସୀର ପରିଚୟ ଥିଲା ଯାହା ଅଦୃଶ୍ଯ।

ଖବର କାଗଜ

ପ୍ରତି ପୃଷ୍ଠା ଶୋଭା ବର୍ଦ୍ଧନ କରୁଥିଲା ତା ନାଁ

ବଦନାମ ଗଳିର ଝିଅଟି ଆଜି ଥିଲା ସଭିଙ୍କ ନମସ୍ଯ।

ସାଜିଗଲା

ତୁଳସୀ ସଭିଙ୍କ ଲାଗି ଆଜି ଏକ ଉଦାହରଣ 

ଅଦମ୍ଯ ଉଦମ୍ଯ ଓ ପରିଶ୍ରମ ଯେ ସଫଳତା ଆଣେ।

ଏହି କଥା

ଶିକ୍ଷା ଦେଇଗଲା ତୁଳସୀ ସଭିଙ୍କୁ

ହେଜିଲେ ଯାହା ସମସ୍ତେ ଓ ହୃଦଙ୍ଗମ କଲେ ମନେ ମନେ।



Rate this content
Log in

Similar oriya poem from Abstract