STORYMIRROR

Nibedita Mishra

Inspirational

3  

Nibedita Mishra

Inspirational

ମୁଁ ଆସୁଛି

ମୁଁ ଆସୁଛି

2 mins
171

ପବିତ୍ର ଶରତ ଋତୁର ଆଗମନେ, କାଶତଣ୍ଡି ଫୁଲର ଧଳା ଚାଦର ମେଲାଇ ଅପେକ୍ଷାରତ ସମଗ୍ର ସ୍ରୁଷ୍ଚି। ମା ଆସୁଛି ବୋଲି ପ୍ରତ୍ଯେକଟି ଜୀବନ୍ତ ସତ୍ତା ଚଳଚଞ୍ଚଳ। ହେଲେ ମା କଣ କହୁଛନ୍ତି ଜାଣିଛନ୍ତି???? 

ମା କହୁଛନ୍ତି ମୁଁ ଆସୁଛି... ହେଲେ ଟିକିଏ ଭିନ୍ନ ରୂପରେ....

ମୁଁ ଆସୁଛି

ମୁଁ ଆସୁଛି...

 ଏକ ନୂଆ ରୂପ ନୂଆ ଉଦ୍ଦେଶ୍ଯ ନେଇ

ପାପର ବିନାଶ ଓ ଧର୍ମର ସ୍ଥାପନା ପାଇଁ

ହଁ ମୁଁ ଆସୁଛି......

ବନ୍ଦ କର ତୁମ ପ୍ରତିବର୍ଷର ଏ ନାଟକୀୟ ପ୍ରହସନ

ଧୈର୍ଯ୍ଯଚ୍ଯୁତ ଓ ଶ୍ବାସରୁଦ୍ଧ କଲାଣି ମୋତେ ଏ କ୍ଷଣିକପ୍ରେମ

 ହୃଦୟେ ଉଠୁନାହିଁ ତୁମପ୍ରତି ଆଉ କୌଣସି ଆଲୋଡନ

ଏଥର ନିଶ୍ଚୟ ନିଷ୍ଫଳ ହେବ ତୁମର ଅଭିନୟ ଜାଣ

ମୁଁ ଆସୁଛି.....

ଏକ ନୂଆ ରୂପ ନୂଆ ଉଦ୍ଦେଶ୍ଯ ନେଇ

ପାପର ବିନାଶ ଓ ଧର୍ମର ସ୍ଥାପନା ପାଇଁ


ସୁବର୍ଣ ପାଟ ଓଢଣୀରେ ଢାଙ୍କି କରିବନି ମୋତେବରଣ

ବଂର ଉଲଗ୍ନ ପ୍ରତିମା ମୋହର ମଣ୍ଡପେ କରିବ ସ୍ଥାପନ

ଯେଉଁ ଉନ୍ମୁକ୍ତ ଶରୀର ପ୍ରତି ସଦା ଲାଳାୟିତ ତୁମ ମନ

ସେ ନିର୍ଜୀବ ଶରୀରେ ପାରିବ ଯଦି ପ୍ରତିଷ୍ଠା କରିବ ପ୍ରାଣ  

ମୁଁ ଆସୁଛି......

ଏକ ନୂଆ ରୂପ ନୂଆ ଉଦ୍ଦେଶ୍ଯ ନେଇ

ପାପର ବିନାଶ ଓ ଧର୍ମର ସ୍ଥାପନା ପାଇଁ


 ସଜେଇବନି ପ୍ରସାଦରୂପେ ଶହଶ୍ରାଦି ଫଳ ଓ ବ୍ଯଞ୍ଜନ

 ବଂର ବାଢି ଦେବ ତୁମ ବେଆଇନ ଅର୍ଜିତ ସମସ୍ତ ଧନ

ଯେଉଁ ଧନ ପିପାଷା କରେ ତୁମକୁ ହିତାହିତ ଜ୍ଞାନ ଶୂନ୍ଯ

ସେ ଧାତବ ଧନକୁ ପ୍ରସାଦରୁପେ ସର୍ବେ କରିବ ଗ୍ରହଣ 

ମୁଁ ଆସୁଛି.......

ଏକ ନୂଆ ରୂପ ନୂଆ ଉଦ୍ଦେଶ୍ଯ ନେଇ

ପାପର ବିନାଶ ଓ ଧର୍ମର ସ୍ଥାପନା ପାଇଁ


ପାଠ କରିବନି ବେଦ, ମନ୍ତ୍ରାଦି,ଜପତପ ଓ ଅନୁଷ୍ଠାନ

ବଂର ତୁମ ପସନ୍ଦ ଅଶ୍ଳୀଳ ସଂଗୀତକୁ କରିବ ବାଦନ

ଯେଉଁ ଶବ୍ଦଗୁଚ୍ଛ ଉନ୍ମାଦନା ଜନ୍ମାଇ କାବୁ କରେ ତୁମମନ

ସେ ଅଶ୍ଳୀଳତାକୁ ମୁକ୍ତକଣ୍ଠେ ସବାନ୍ଧବେ କରିବ ଯେ ଗାନ

ମୁଁ ଆସୁଛି......

ଏକ ନୂଆ ରୂପ ନୂଆ ଉଦ୍ଦେଶ୍ଯ ନେଇ

ପାପର ବିନାଶ ଓ ଧର୍ମର ସ୍ଥାପନା ପାଇଁ


ଏଥର ମୋ ପ୍ରତିମାକୁ ଦଶମୀରେ କରିବନି ବିସର୍ଜନ

ବଂର ଜାଳିବ ଅର୍ଦ୍ଧଦଗ୍ଧ କରି ଢାଳିଦେଇ ତୈଳଇନ୍ଧନ 

ସେ ଅନଳେ ସମର୍ପି ଦେବ ତୁମ ଧର୍ଷଣ ପିପାସୁ ମନ  

କମ୍ପିଉଠୁ ହୃଦତନ୍ତ୍ରୀ ନକରୁ କ୍ରୁରତାର ସୀମା ଲଘଂନ

ମୁଁ ଆସୁଛି.....

ଏକ ନୂଆ ରୂପ ନୂଆ ଉଦ୍ଦେଶ୍ଯ ନେଇ

ପାପର ବିନାଶ ଓ ଧର୍ମର ସ୍ଥାପନା ପାଇଁ


ହଁ...... 

ଗୋଟିଏ କଥା ହେତୁ ରଖିବ କରିବନି ଜମା ଆନ

ପ୍ରାଣ ପ୍ରତିଷ୍ଠା ବେଳେ ଅବଶ୍ଯ କରିଦେବ ମୋତେ ଦୃଷ୍ଟିହୀନ

କାରଣ....

ତୁମ ଏ ବିଭତ୍ସତା ନକରେ ଯେମିତି ଖଣ୍ଡିତ ମୋ ମାତୃ ସମ୍ନାନ

ହୃଦୟେ ସୃଷ୍ଟି ନ କରେ ମମତାର ତିଳେମାତ୍ର ଆଲୋଡନ

ମୁଁ ଦୃଷ୍ଟିହୀନେ ଉଲଗ୍ନେ ଅର୍ଦ୍ଧଦଗ୍ଧେ କରିବି ପାପ ବିନାଶନ

ତେବେ ହୁଏତ ତୁମେ ବୁଝିବ ନାରୀର ମହତ୍ବ ଓ ସମ୍ନାନ

ମୁଁ ଆସୁଛି........ 

ଏକ ନୂଆ ରୂପ ନୂଆ ଉଦ୍ଦେଶ୍ଯ ନେଇ

ପାପର ବିନାଶ ଓ ଧର୍ମର ସ୍ଥାପନା ପାଇଁ ।


સામગ્રીને રેટ આપો
લોગિન

Similar oriya poem from Inspirational