STORYMIRROR

Deepak Kumar Mishra

Inspirational

4  

Deepak Kumar Mishra

Inspirational

ଅନ୍ତର୍ଦ୍ବନ୍ଦ

ଅନ୍ତର୍ଦ୍ବନ୍ଦ

1 min
279


ମୁଁ ନୁହେଁ ନିର୍ଝରିଣୀ

ଗଛିତ ମୋ ବୁକୁରେ ପୁରୁଣା ଜମା

ପୁତିମୟ ଦୂଷିତ ଜଳର ଭଣ୍ଡାର,

ସପନ ମୁଁ ଦେଖିନାହିଁ କେବେ

ଛୁଇଁବାକୁ ରାଜଜେମାର କୋମଳ ବଦନ,

ଜଗିଛି କେବଳ ମୁଁ ମୃଗର 

ସଞ୍ଜ ଆଗମନ

କରିବାକୁ ମୃଗତୃଷ୍ଣା ନିବାରଣ l 


ଯଦିଚ ଫୁଟୁଛି ମୁଁ ହୋଇ 

ସୁରଭିହୀନ କାଗଜର ଫୁଲ,

ଅଯୋଗ୍ୟା ମୁଁ ପୂଜା ପାଇଁ

ଠାକୁରଙ୍କ ପାଖେ ,

ଘର ବାହାରେ, ରାସ୍ତାରେ 

ବିସ୍ତାରି ରଙ୍ଗ ବେରଙ୍ଗ ତରଙ୍ଗ  

ଫୁଟାଉଛି ଖୁସିର ମହକ,

ବାସ୍ନା ନାହିଁ ବୋଲି ମୁଁ ନୁହେଁ 

ବାସନ୍ଦିତ ଦୁନିଆଁ ଆଗରେ l 


ନ ଥାଇ ବି ମୋ ସ୍ୟାହିରେ 

ଅଳଙ୍କୃତ ଶବ୍ଦର ସମ୍ଭାର 

ଲେଖେ ମୋ କଲମ ମୁନରେ 

କିଛି ରସହୀନ ଶବ୍ଦର ଫାନ୍ଦରେ ,

ସରଂଚନା କରେ ମଣିଷ ସମ୍ପର୍କର

ଅକୁହା ଅଲିଖିତ ମରମ ବେଦନା,

କରିବନି ମୋତେ ଆଖ୍ୟାୟିତ

କେବେ ଶବ୍ଦ-ବନ୍ଧ୍ୟା ରୂପେ l 


ଅନ୍ତର୍ଦ୍ବନ୍ଦର ଅନ୍ତିମ ଦ୍ଵନ୍ଦରେ

ଲଗାଇଛି ଜୀବନର ବାଜି

ଜୟ ମୋ ନୁହେଁ ଦୃଢ଼ କାମ୍ୟ 

ଭୟ ବି ହାରିଗଲେ ନାହିଁ l

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational