STORYMIRROR

Deepak Kumar Mishra

Tragedy

3  

Deepak Kumar Mishra

Tragedy

ରକ୍ତ ଚରିତ୍ର

ରକ୍ତ ଚରିତ୍ର

2 mins
210


     

କ୍ରୁରତାର ପ୍ରେମରେ, ପ୍ରେମର କ୍ରୁରତାରେ

ନଖ ମାଉଁସ ଲଢେଇର

ହିସ୍ ହିସ୍ ର ଆକ୍ରମଣ....,

ଖାଲି ଦଂଶନ ଓ ଦହନ,

ଦହନ ପରେ ନଗ୍ନ ସ୍ନାନ ଜିଅନ୍ତା ଅଗ୍ନିରେ

ସେହି ଟକମକ ଫୁଟୁଥିବା ଉତ୍ତପ୍ତ ରକ୍ତରେ..... l


ଶରୀର ଭୂଗୋଳର ଅଶାନ୍ତ ସମୁଦ୍ରରେ

ଦିଗହୀନ ନାବିକ....,

ଦିଗବାରିଣୀ ବି ହୋଇଛି ଅଚଳ

ଭାବୁଛି ଓହରି ଯିବକି ସମୁଦ୍ର ଯାତ୍ରାରୁ,

କିନ୍ତୁ ପଛରେ ଉଠିଛ ଲହଡି ପାଚେରୀ,

ଫେରିବାର ବାଟ ବୋଧେ ଭୁଲିଛି ନାବିକ l


ଆଦିରୁ ଇତି ପର୍ଯ୍ୟନ୍ତ

ଇତି ଠୁଁ ଅନନ୍ତ....

ଅନନ୍ତରୁ ପୁଣି ହେବ ବ୍ରହ୍ମର ସର୍ଜନା,

ଆଜି କିନ୍ତୁ ଆଶୁ ପତନରେ ଧରାଶାଇ

ସେ ସର୍ଜନା ମୂର୍ଚ୍ଛନା,

ବ୍ରହ୍ମ ବ୍ରହ୍ମାଣ୍ଡରେ ଭରିଛି ରିକ୍ତ ଓ ଶୂନ୍ୟତା,

ଖୋଜିବାକୁ ପଡୁଛି ସେ ଈଶ୍ୱରୀୟ

ପ୍ରେମର ସତ୍ତାଟିକୁ ଅବିଶ୍ୱାସର ଯବ କାଚତଳେ l


ଚାଲିବ ଏ ଖେଳ..

ଶିତ୍କାର ଶିତ୍କାର ଶିତ୍କାର.....,

ଇଭ ଆଦାମଙ୍କ ଯୁଦ୍ଧର ଖେଳରେ

ଏଠି ଜିତି ଜିତି ସମସ୍ତେ ହାରନ୍ତି

ହାରି ହାରି ପୁଣି ଜିତନ୍ତି ,

କିଛି ନାହିଁ ଖେଳର ନିୟମ,

ଏହି ନଗ୍ନତାର ଖେଳରେ

ବାଜେ ନାହିଁ ବିରାମର ହୁଇସିଲ

ବିରାମ ବିଶ୍ରାମ କାହିଁ ନଖ ମାଉଁସ ଖେଳରେ ....!

ଓଃ କି ଯନ୍ତ୍ରଣା, କେତେ ସିକ୍ତତା

କେବେ କେବେ ଆଣେ ସୁଖତୃପ୍ତି

କେବେ ଆଣେ ଘୃଣା

କେବେ ଆଣେ ପୁଣି ଆନନ୍ଦ ଯନ୍ତ୍ରଣା l


ଜନ୍ନ, ସତରେ କେତେ

ମାଙ୍ଗଳିକ ମାଙ୍ଗଳିକ ଶୁଭେ.

ରକ୍ତ ସହିତ ରକ୍ତର ଲଢେଇ

ସ୍ନାୟୁବିକ ଭିଡାଟଣା, ଗର୍ଭର ବେଦନା

କଟା ଛଟା, ହାତ ଗୋଡ଼ ବନ୍ଧା,

ଚିତ୍କାର ଚିତ୍କାର ଚିତ୍କାର....

ମୃତ୍ୟୁ ପରର ଦ୍ଵିତୀୟ ଯନ୍ତ୍ରଣା,

ରକ୍ତର ପିଚକାରୀ...

ତା ସହିତ କୁଆଁ କୁଆଁ ଡାକ...

ଚାଲିଛି ନିର୍ବାପନ ରକ୍ତକୁଣ୍ଡର

ସଙ୍ଗେ ଘିଅରେ ଜଳାହୁଏ ସୁଖଦୀପରେ ସଳିତା .....l


ସ୍ରଷ୍ଟାବି ଉଲଗ୍ନ, ଏଠି ସୃଷ୍ଟି ବି ଉଲଗ୍ନ

ସେହି ନଗ୍ନତାର ଖେଳ

ନଖ ମାଉଁସର ଖେଳ.....l


ଆଖି ଖୋଲି ଦୁନିଆକୁ ଦେଖେ

ଚାଲିବାକୁ ଅଛି ରକ୍ତର ରାସ୍ତାରେ,

ରକ୍ତ ଝର ଝର କ୍ଷତାକ୍ତ ପାଦରେ

ଲଢ଼ିବାକୁ ଆଉ ଏକ ରକ୍ତର ଯୁଦ୍ଧ 

ମୃତ୍ୟୁର ସେହି ଶାନ୍ତ ବିରାମ ପର୍ଯ୍ୟନ୍ତ l

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy