STORYMIRROR

Anjana Naik,Anju..Deogarh

Romance Tragedy Inspirational

4  

Anjana Naik,Anju..Deogarh

Romance Tragedy Inspirational

ଭୀରୁ ପ୍ରେମିକାର ବିଳାପ

ଭୀରୁ ପ୍ରେମିକାର ବିଳାପ

2 mins
340

ଛୋଟ ଛୋଟ ମାନ ଅଭିମାନ ଭରି 

ନିଜ ଦାୟିତ୍ଵକୁ ପାସୋରି ଦେଲି

ଘର ବୋଲି ଯାହା ଗଢ଼ିଥିଲେ ଦୁହେଁ 

କୁଟା ଖିଅ ପରି ଦୂରେ ଫିଙ୍ଗିଲି ।


ତୋ ସହିତ ଯୋଡ଼ି ହୋଇ ନ ପାରି ମୁଁ 

ଦୂରେଇବା ବାଟ ଆବୋରି ନେଲି

ଭାଙ୍ଗିଦେଲି ନିଜେ ସମ୍ପର୍କର ସେତୁ

ସେ ବନ୍ୟାରେ ନିଜକୁ ଭସାଇ ଦେଲି।


ଅଭିମାନ କରି ଚ଼ାଲି ମୁଁ ଆସିଲି

ତୋ ଠାରୁ ଦୂରରେ ରହିବା ପାଇଁ 

ତୋତେ ସିନା ଏକା ଛାଡ଼ି ମୁଁ ଆସିଲି 

ମୋ କବିତାରୁ ତୋତେ ତଡ଼ି ପାରୁନି ।


ଭାବୁଛି ପ୍ରଚୁର ,ଲେଖୁଛି ପ୍ରଚୁର 

ଭାବନା କଳ୍ପନାର ରାଜ୍ୟରେ ଥାଇ

ତୋ ପ୍ରେମର ନିଶା, ଆଜିଯାଏଁ ପ୍ରିୟ 

ମୋ ମନ ହୃଦୟରୁ ଓହ୍ଲାଇ ନାଇଁ । 


ମୁଁ ଲେଖେ କବିତା ତୋ ପ୍ରେମ ସ୍ମୃତିରେ 

ବାହୁନି ବାହୁନି ଅତୀତ କାହାଣୀ 

ସ୍ବପ୍ନରେ ଆସି ନିଶବ୍ଦରେ କହିଯାଉ 

ତୁ ମୋର ରାଜା ମୁଁ ତୋର ରାଣୀ ।


ଗଭୀର ଗଣ୍ଡରେ ଭାସେ ମୋ ନୌକା

ନାଉରୀ ବିନା କି ପାରି ହୋଇବି

କାତ ପାଉ ନାହିଁ କୁଳ ଖାଏ ନଇ

ଭଉଁରୀ ରେ ନିଶ୍ଚେ ଲିନ ମୁଁ ହେବି ।


କେତେବେଳେ ହସ କେତେବେଳେ ଲୁହ

କେବେ ଭଚ୍ଛ୍ବାସ କେବେ ଦୀର୍ଘନିଶ୍ବାସ

ପ୍ରତ୍ୟେକ କ୍ଷଣେ ସୟନେ ଜାଗରଣେ

ତୋକଥା ଭାବେ ମୋ ପ୍ରତ୍ୟେକ କୋଶ ।


ବୁଝି ପାରିଲିନି, ଜାଣି ପାରିଲିନି

ତୋର ମୋର ଥିବା ଭିତିରି ମରମ

ହୃଦୟରେ ଅଙ୍କୁରିତ ପ୍ରେମ ଚାରା 

କେମିତି ହୋଇ ଯାଇଛି ମହାଦୃମ ।


ସେ ମହାଦୃମର ବନ ପଲ୍ଲବରେ 

ହୋଇଛି ମୁଁ ଆଜି ନିଜେ ପଲ୍ଲବିତ 

ତାର ମହକର ମୋହରେ ମଜ୍ଜି ମୁଁ 

ହୋଇ ଯାଇଅଛି ନିଜେ ବାସ୍ନାୟିତ ।


ମୋ ପୃଥିବୀରେ ଆଉ କାହା ଛବି

ଦେଖ ପାରିଲିନି ତୋ ମୁହଁ ବଦଳେ 

କେମିତି ଦେବି କାହାକୁ ମୋ ହୃଦୟେ ଯାଗା 

ଯୋଉଠି ରହିଅଛୁ ତୁ କାଳେ କାଳେ ।


ହୋଇ ଅଭିମାନି ସାଜିଛି ବାୟାଣୀ 

ଗଢ଼ିଦେଇଛି ଆମ ମଧ୍ୟରେ ପ୍ରାଚ଼ୀର 

ସେ ପ୍ରାଚ଼ୀର ଭେଦି ଯାଇ ପାରୁନାହିଁ 

ମୋ ଅହଂକାରର ସେ ଆର୍ତ୍ତ ଚିତ୍କାର ।


ତୋ ପ୍ରେମର ଢେଉରେ ଧକ୍କାଖାଇ 

ମରୁଛି ନିତି ମୁଁ ବାରମ୍ବାର 

ଯଉବନ ମୋର ଢଳି ଗଲାଣି ଯେ

ଭାଙ୍ଗି ଯାଇଛି ମୋ ଅହଂକାର ।


ପାହିନି ମୋ ରାତି ସପନ ପ୍ରଚୁର 

ଝିଲିମିଲି ତାରା ହୋଇ ଝୁମେ 

ଜାଣେନା କାହିଁକି ମୋ ନିରବତାକୁ 

ବିରହ ତୁମରି ନିତି ଚୁମେ ।


ବୁଝିଲେ ଜାଣିବ କେତେ ପ୍ରେମ ମୁଁ ଯେ 

ସାଇତି ରଖିଛି ଏହି ମନରେ 

ମାପି ପାରିବୁନି ତୋ ଜୀବନ ସାରା 

ଦୁନିଆ ଦୌଲତର ନିକିତିରେ ।


ବେଳ-ଅବେଳରେ ସମୟ ସହିତ 

ସାଲିସ୍ କରି ହିଁ ବଞ୍ଚି ରହିଛି 

ମୋର ପ୍ରତ୍ୟେକ ନିଶ୍ବାସ ପ୍ରଶ୍ବାସ

ତୋ ନାଆଁରେ ପ୍ରିୟ ଲେଖି ଦେଇଛି ।


ଦେଖେଇ ପାରୁନି ଲୁଚେଇ ପାରୁନି

ସହି ଯାଇଛି ଯାହା ଦୁଃଖ ଯନ୍ତ୍ରଣା 

ତୋତେ ନ ପାଇ ମୁଁ ବିକଳରେ କରେ

ଦୂର ଆକାଶକୁ ହିଁ ପ୍ରେମ ଯାଚନା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance