STORYMIRROR

Anjana Naik,Anju..Deogarh

Inspirational

4  

Anjana Naik,Anju..Deogarh

Inspirational

ଅଗଷ୍ଟ ପନ୍ଦର ଆସିଛି.......।

ଅଗଷ୍ଟ ପନ୍ଦର ଆସିଛି.......।

1 min
18

ଆଜି 

ସ୍ଵାଧୀନତାର ଅମୃତ ମହୋତ୍ସବ

ଘରେ ଘରେ ତ୍ରିରଙ୍ଗା ଉଡ଼େଇ

ପ୍ରତ୍ୟେକ ଭାରତୀୟ 

ଉତ୍ସବ ପାଳନ କରୁଛି

ଜହିଁ ଜମୁନା ଗଙ୍ଗା ଵହୁଛି

ସୁଜଳା ସୁଫଳା ଶସ୍ୟ ଶ୍ୟାମଳାରେ

ମୋ ଭାରତ ମାତା‌ ହସୁଛି

ଏଠି ତ୍ରିରଙ୍ଗା ପତକା ଉଡୁଛି 

ପୁଣି ଅଗଷ୍ଟ ପନ୍ଦର ଆସିଛି.......।


 ଦେଖରେ ପତକା ଉଡେ ଫରଫର 

ଜନ-ଗଣ-ମନ ଗିତ ଗାଇ ଗାଇ 

ମୋ ବୀର ସ୍ଲୋଗାନ ଦେଉଛି  

ନିଜ ମଥା ଟେକିଛି

ସ୍ଵାଧୀନତା ସଂଗ୍ରାମୀ ମାନଙ୍କ 

ଗୌରବ ଗାନ କରୁଛି 

ଭାରତୀୟଙ୍କର ପରିଚୟ

ତ୍ରିରଙ୍ଗା ଆଜି ଦେଉଛି....

ଘରେ ଘରେ ତ୍ରିରଙ୍ଗା ଉଡୁଛି 

ଅଗଷ୍ଟ ପନ୍ଦର ଆସିଛି  ଆଜି 

ଅଗଷ୍ଟ ପନ୍ଦର ଆସିଛି.......।


୭୮ତମ ସ୍ଵାଧୀନତା ଦିବସ ‌୍

ପାଳନ କରିବା ପାଇଁ 

ଦେବଗଡ଼ ଜିଲ୍ଲା  

ଜନ ଗହଳିରେ 

ଆଜି ପୁରି ଉଠିଛି 

ଭାରତ ମାତାର ଜୟ ଜୟକାର 

ଚାରିଆଡ଼େ ଦେଖ ସୁଭୁଛି 

ଶାନ୍ତି -ମୈତ୍ରୀ -ପ୍ରୀତୀର ଵାରତା

ଘରେ ଘରେ ତ୍ରିରଙ୍ଗା ବାଣ୍ଟୁଛି 

ଅଗଷ୍ଟ ପନ୍ଦର ଆସିଛି   ଆଜି 

ଅଗଷ୍ଟ ପନ୍ଦର ଆସିଛି.......।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational