STORYMIRROR

Anjana Naik,Anju..Deogarh

Abstract Classics Inspirational

4  

Anjana Naik,Anju..Deogarh

Abstract Classics Inspirational

ମୋ ଗାଁର ସମୟ...

ମୋ ଗାଁର ସମୟ...

1 min
12

ଆମ ଗାଁ ପାଖ ଜଙ୍ଗଲରେ

ବୁଲୁ ବୁଲୁ ବେଳେବେଳ ବାଟ ଭୁଲିଗଲେ 

ଦୁନିଆର ସବୁ ସୁଖ ମୋତେ ତୁଚ୍ଛ ମନେହୁଏ ..।

ଗହଳିଆ ଗଛ ମାନଙ୍କରେ

ଟିକି ଟିକି ପକ୍ଷୀ ମାନେ

କୁଟା କଠିର ବସା ବାନ୍ଧି 

ଖୁସିରେ କିଚିର.....ମିଚିର କରି 

ସ୍ନେହର ଆଦାନ ପ୍ରଦାନ କରି ରହିଲା ଵେଳେ

ନିଜର କୋଠା ଘର, ସୁନା ଗହଣା

ଜମି ବାଡ଼ି,ଦାମି ମୋଟର ଗାଡ଼ି 

ସଵୁ ତୁଚ୍ଛ ଲାଗେ..!!!!!

ସେହି ଆକାଶ ତଳେ ଭାବୁଥିଲି 

ପରିବେଶର ସୁନ୍ଦରତାରେ

ମୋ ଠିକଣା ହଜେଇ ଦେଵି

ସବୁଜ ଧରଣି କୋଳରେ ନିଜେ

ପତ୍ରଝଡ଼ା ଦେଇ ପିଙ୍ଗଳ ପତ୍ର କଅଁଳି 

ନବ କଳେବର ନେଇ ଗୁପ୍ତରେ ରହିଯିଵି......

କିନ୍ତୁ ମାୟାର ବନ୍ଧନ

ବେଳେବେଳେ ହାତ ଛାଡ଼ି ଦେଲେ

ପକ୍ଷୀ ଙ୍କର କଳରବ ଟିକେ ମନେପଡ଼େ

ମୋର ଅସହାୟତାକୁ ଉପହାସ କରେ

ଅଡ଼ୁଆ ସମ୍ପର୍କ ଗୁଡ଼ାକ ମୋତେ

ମାଙ୍କଡସା ଜାଲ ଭଳି ଭିଡ଼ି ଧରେ

ସମସ୍ତ ଜୀବନ ମୋର କ୍ଷଣିକ ପରି‌ଲାଗେ ।।

ଗାଁରେ ବିତେଇ ଥିବା ସମସ୍ତ ସମୟ

ମୋ ହୃଦୟରୁ ସ୍ପନ୍ଦନର କୋହ ହୋଇ 

ଅଜାଣତରେ ଆଖିରେ ଲୁହ ହୋଇ

ଧାରଧାର ବହିଯାଏ ।।

ଗାଁ କୁ ଯିବା ତ ଏବେ ସ୍ଵପ୍ନ ହୋଇଗଲାଣି

ସ୍ମୃତି ସନ୍ତକ ସଵୁ ରଖିଛି ସାଇତି 

ତାକୁ ଦେଖି ଦେଖି ଜୀବନ ବିତିଯାଏ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract