STORYMIRROR

Anjana Naik,Anju..Deogarh

Action Classics Fantasy

4  

Anjana Naik,Anju..Deogarh

Action Classics Fantasy

ସାଖି ମୋ....ସେ ଦୁଇ ଆଖି

ସାଖି ମୋ....ସେ ଦୁଇ ଆଖି

1 min
28


ସ୍ଵର୍ଗ ରେ ସଵୁକିଛି


ମାଗଣା ମିଳେ ବୋଲି ଶୁଣିଥିଲି

କାହାରିକୁ ନ ଜଣେଇ 

ଭାବିଲି .......ନିଶ୍ଚୟ ଯିବି

କିଛି ମାଗଣା ପାଇବାକୁ ..।।


ଜାଣିଛି ଅଫେରା ତା ବାଟ

ଜୀବନର ଚଲାପଥ ପରେ ଯୋଉ 

ସମ୍ପର୍କ ଗୁଡ଼ାକ ମୋତେ

ବାନ୍ଧି ରଖିଛନ୍ତି ତାଙ୍କ ପ୍ରେମରେ 

ସବୁ ଭୁଲେଇ.... କ'ଣ ଯାଇ ପାରିବି 

କିଛି ମାଗଣା ପାଇବାକୁ ..।।


କର୍ତ୍ତବ୍ୟର ଦ୍ୱାହି ଦେଇ

ନିତି ମୁଁ ସ୍ବିକାର କରୁଛି ଯୋଉ

ପାରିବା ପଣିଆର ବାହାଦୂରୀ

ୟାକୁ ଛାଡ଼ି କ'ଣ ଯାଇ ପାରିବି 

କିଛି ମାଗଣା ପାଇବାକୁ ..।।


ଆକାଶରେ ଜୀବନର 

ବିଭିନ୍ନ ପରିସ୍ଥିତିକୁ ଦୃଷ୍ଟିରେ ରଖି 

ନିଜ ମନର ଭାବକୁ ବର୍ଣ୍ଣନା କରିବା 

ଭୁଲିଯାଇ..... କ'ଣ ଯାଇ ପାରିବି 

କିଛି ମାଗଣା ପାଇବାକୁ ..।।


ଚାରିଆଡ଼େ ତ କଳ୍ପନାର

କଳା କିଟିମିଟି ଅନ୍ଧକାର ଘେରିଛି 

ମୁଁ ଆଖି ବନ୍ଦକଲେ ତା ମଧ୍ୟରେ ଦିସୁଛି 

କେବଳ ସେ ଜଳ ଜଳ ଦୁଇଟି ଆଖି

ସେ ଆଖିକୁ ଥରେ ହୃଦୟରେ

ସାଖି ରଖି...... କ'ଣ ଯାଇ ପାରିବି 

କିଛି ମାଗଣା ପାଇବାକୁ ..।।


ଯଦି କିଏ କହେ ପୁଣି 

ସଵୁ ଏଇ ଆକାଶ ତଳେ ମିଳିଯାଏ ବୋଲି

ଆଶା କରିବି,

ସ୍ଵର୍ଗର ସଵୁ ରଙ୍ଗ ମୋ ଆଖିରେ ଲଗେଇ

ଦିବ୍ୟ ଦର୍ଶନ ପାଇବା ଆଶାରେ 

କିଛି ମାଗଣା ପାଇବାର ଆଶାକୁ ଫିଙ୍ଗି 

ଆଜି ଆକାଶ ତଳେ..

ଆପଣା ଲୋକଙ୍କ ସାନ୍ନିଧ୍ୟରେ 

ମୁଁ ସ୍ବର୍ଗ ସୁଖର ଅନୁଭବ କରିବି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action