ଜୀବନ
ଜୀବନ


ଜୀବନର ଦୋ'ଛକିରେ
ହାଇ ମାରେ ସନ୍ଦୀହାନ ମଣିଷ
ଜୀବନ ଯୌବନ ହେଉକି
ଜୀବନ ଜୀବିକା
ସବୁକିଛି ତୁଚ୍ଛ ଲାଗେ
ସମୟ ସୁଅରେ.....
ଠିକ୍ ଘଣ୍ଟାକଣ୍ଟାର ଟିକଟିକ୍ ଭଳି
ମଣିଷ ଆଗେଇ ଚାଲେ ସିନା
ପଛକୁ ଫେରିବାର ଯୁ' ନଥାଏ...
ବୟସର ଅପରାହ୍ନରେ
ଭାରକ୍ରାନ୍ତ ମଣିଷ ହୁଏ ଫଟାକାଚ,
ସ୍ବପ୍ନର ଉତ୍ତାଳ ଢେଉରେ
ହଜିଯାଏ ଭବିଷ୍ୟତ....
ଲଣ୍ଠନର କାଚ
ଶୀତଳ ହେଉ କି ତାତିଲା
ସ୍ବଚ୍ଛତା ହିଁ ତା'ର ସର୍ବସ୍ବ
ନିଜେ କାଳିମାର ଦାଗକୁ ସ୍ବୀକାର କରିନିଏ,
ଜଳି ଜଳି ତାତେ
ଆଉ ଗାଢ ଅନ୍ଧକାର ଦୂରକରେ ।
ମଣିଷ ଏଇମିତି
ନିଜ ମଣିଷ ପାଇଁ, ପରିବାର ପାଇଁ
ଆଉ ସମାଜ ପାଇଁ ଜଳେ,
କିନ୍ତୁ ଦୁନିଆର କର୍ତ୍ତବ୍ୟବୋଧ ହଜିଯାଏ...
ସେ ତିରସ୍କୃତ ହୁଏ ,
କେବେ ଚାୟ କପ୍ ରେ ଝଡ ଭଳି
ହଠାତ୍ ତାତିଲା ଲଣ୍ଠନକାଚ ଫାଟିଯାଏ.....
ସେଇମିତି ସ୍ବପ୍ନର ମଣିଷ ବି
ତା' ସ୍ଥିତି ହରାଏ ,
ଯୌବନ ସରିଯାଏ ,
ଜୀବିକା ଉଜୁଡିଯାଏ ,--
ଜୀବନ ପଦ୍ମପତ୍ରରେ ପାଣି ଭଳି ଢଳଢଳ
ଆଉ
ଆଗାମୀ ଭବିଷ୍ୟଙ୍କ ଦୃଷ୍ଟିରେ
ସେ ବେସାହାରା ହୋଇଯାଏ ,
ସନ୍ଯାସ ବୟସରେ
ମଣିଷର କଣ ମନ ବୋଲି କିଛି ଥାଏ !!
ଜୀବନର ସନ୍ଯାସରେ
ମଣିଷ ପରାଜୟ ଗ୍ଲାନିରେ
ଖଞ୍ଜଣି ବଜାଏ !
ମହିମା ଧୁନିରେ ନିଜେ ଜଳିଜଳି
ଏତିକି ସ୍ବୀକାର କରିନିଏ
ଜୀବନ -
ଏଠି ଜୀବନ ନୁହେଁ
ବରଂ ଯାତନାର ଲମ୍ବା-ରାସ୍ତା ଟିଏ ।