STORYMIRROR

DHARITRI SAHU

Action

4  

DHARITRI SAHU

Action

ଏଇଆ ନା?

ଏଇଆ ନା?

1 min
206


ଗର୍ବ"ଏକ ଶଦ୍ଦ'କହିଲେ

 ଯାହା ସମସ୍ତଙ୍କୁ ଖରାପ ଲାଗେ,

ହେଲେ ସେ ତ ଫେଭିକଲ ରେ ଯୋଡା

ହୋଇ ରହିଗଲା ସମସ୍ତଙ୍କ ଠାରେ।

ରାଗ" ଏକ ଶଦ୍ଦ ଯାହା ସମସ୍ତେ ମନା କରନ୍ତି ତାଙ୍କର ନାହିଁ ବୋଲି

ହେଲେ ସେ ତ ଅଳିନ୍ଦ ନିଳୟରେ ପ୍ରବାହିତ ହୋଇଗଲା।

ଅହଂକାର" ଏକ ଶଦ୍ଦ  

କୁହନ୍ତି ତ କାହାରି ନାହିଁ ବୋଲି

ହେଲେ ପ୍ରତି ଲୋମ କୂପ ରେ ଜଡି ହୋଇ ସେ ସ୍ବେଦ କେମିତି ହେଲା।

ପରଶ୍ରୀକାତରତା" ତ ବାଟ ଖୋଜୁଥାଏ

କେତେବେଳେ ସେ ତା ଅଭିନୟ ଆରମ୍ଭ କରିବ ବୋଲି,

କାରଣ ଅଭିନୟ ତ ସମସ୍ତଙ୍କୁ ଉଣା ଅଧିକ ଜଣା।

ଅସହିଷ୍ଣୁତା"ତ ସେଇଦିନ ମୋ ଭାତୃ,

 ଭଗ୍ନୀ ଭୂମିଷ୍ଠହୋଇ ନେଇ ଆସିଲେ

 ମୋ ପାଖକୁ

 ସେ ତ ମୋ ମନର ନିଭୃତ କୋଣରେ ବାସ ନେଇଗଲା,

 ହେଲେ

 ମୁଁ ଜମା ତାକୁ ଧରି ନାହିଁ।

 ହୃଦୟହୀନତା" ଭଳି ଅମୂଲ୍ୟ ପଦାର୍ଥ ତ 

ସେଇ ଗରୀବ ପିଲାଟି କୁ ଦେଖି ନ ଦେଖିଲା ଭଳି ଆସିବା ବେଳେ

ମୋ ସାଥିରେ ପଳାଇ ଆସିଲା।

 ନୀଚମନ୍ନତା" ତ ସେଇଦିନ ବିଚରା ଗରୀବ ରିକ୍ସାବାଲା ଉପରେ ଗରମ ଖାଇଲା ବେଳେ ମୋ ପକେଟରେ ପଶିଗଲା।

 ଇର୍ଷା" ପରାୟଣତା ତ ପଡୋଶୀ ଘରର ପୁଅ ବେଷ୍ଟ ୧ ନଂ ରେ 

 ପାସ ହେଲା ବେଳେ ମୋତେ ଦେଇ ଦେଇ ଗଲା।

 ହିଂସା" ତ ମୋ ପରିବାର ଭିତରେ 

 ଆପେ ଆପେ ଧସେଇ ପଶିଲା

 ମୁଁ କିନ୍ତୁ ତାକୁ ନଜର ଦେଉନାହିଁ।

 ଆଉ ସବୁଠୁ ବଡ କଥା ହେଉଛି

 ସମସ୍ତେ ମୋର ସମସ୍ତେ ନିଜର 

 ହେଲେ ବି ସ୍ବାଭିମାନ" ସବୁବେଳେ ଆଗ ଭାଗ ନେଇ ଆବୋରି ବସୁଛି।

 ଅହଂକାର" ତ ମୁଁ ବଡ ମୁଁ ଠିକ୍ କୁ 

 ସାବ୍ୟସ୍ତ କରିବାରେ ତାର ସବୁ ସମୟ ଶେଷ କରି ଦେଉଛି।

 ମୁଁ ଭଲ ସବୁ ଖରାପ, ମୁଁ ସବୁ ଜାଣିଛି 

 ଆଉ ସବୁ ମୂର୍ଖ,

 ୟାକୁ ପ୍ରମାଣିତ ପ୍ରତି ପଦକ୍ଷେପ ରେ 

 କରି ସାରିଲା ପରେ 

 ଆଉ ସମୟ କାହିଁ ଯେ ଇଶ୍ଵର ମନେ ପଡିବେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action