STORYMIRROR

DHARITRI SAHU

Classics

4  

DHARITRI SAHU

Classics

ମୁଁ ହଜିଛି

ମୁଁ ହଜିଛି

1 min
15

ହଁ ମୁଁ ହଜିଛି

ମୋ ନିରଲିପ୍ତ ସତ୍ତାର ଆଢ଼ୁଆଳରେ 

ମୁଁ ହଜି ଯାଇଛି।

ମୁଁ ହଜି ଯାଇଛି ସେହି ଛଳନାର

ଗମ୍ଭାରୀ ଭିତରର କବାଟ ଛାୟାରେ

 ମୁଁ ଅନୁଭବ କରୁଛି, ମୁଁ ସତରେ ଆଜି ହଜିଯାଇଛି।

ମୋ ନିଜ ଛାଇ ଆଜି ବେଳେ ବେଳେ

ଶଙ୍କା ଅନୁଭବ କରୁଛି

 ତା ନିଜର ପରିଚୟ 

କେଉଁ ଧାନ ବଦାଡିର ଗଳି ଭିତରେ

ଛାଡି ଆସିଛି ବୋଲି।

କଣ୍ଟେଇ କୋଳିର କଣ୍ଟାର କ୍ଷତ

ଆଜି ବି ରକ୍ତାକ୍ତ କରୁଛି ମୋ

ପାଟ ମଠା ପିନ୍ଧା ଅବୟବ କୁ।

ଧାନ ବୁହା ରାସ୍ତାର ଧାନ ଛିଞ୍ଚା ଗୁଡାକ

ଆଜି ମୋତେ ଗୁଡେ଼ଇ ତୁଡେଇ ପ୍ରଶ୍ନ

ପଚାରି ଚାଲିଛନ୍ତି

 ମୋତେ କେବେ ନେବୁ ତୋ ଅଣ୍ଟାକୁ?କେବେ କରିବ ତମେ ବଣଭୋଜି?

ମୁଁ କଣ କେବେ ତମ ଖୁସି ରେ ସାମିଲ ହୋଇ ନ ଥିଲି?

ଢ଼ିଙ୍କି ର କଷ୍ଟ ସହି ତମକୁ 

ଆନନ୍ଦ ଭୋଜନରେ ଆପ୍ୟାୟିତ କରି ନ ଥିଲି?

ତୋ ବାଲାମୀ ଅରୁଆ ଚାଉଳ ର 

ଧୋବ ଫର ଫର ରଙ୍ଗରେ

କଣ ମୁଁ ହଜିଗଲି ରେ ସାଙ୍ଗ ତୋ ଡାଇନିଂ ଟେବୁଲ ଉପରେ?

ଥରେ ମନେ ପକା ତୋର ସେ ସୁନେଲି ଅତୀତ କୁ?

ଯେଉଁଠି ତୁ ଛାଡି ଯାଇଥିଲୁ

ତୋ ଶାଗ ତୋଳା ପାଛିଆ କୁ,

ତୋର ସେ ଏଡି ଘସା ତୁଠ ପଥରକୁ,

ତୋର ସେ କମଳା ଚକଟା ଖିଆ ସାରୁ ପତରକୁ,

ଆଉ ପୁଣି କୁଆଁର ପୁନେଇଁର ଫୁଲ ଡଲାକୁ,

ଏବେବି ଝୁରୁଛି ତୋତେ

ବାଡ଼ିର ସେ ଆମ୍ବ, ନଡ଼ିଆ ର ଗଛ,

ଯେଉଁଠି ଦିପହରେ ତୁ ସମସ୍ତଙ୍କୁ

ଲୁଚି ଲୁଚି ପାଠ ପଢିବା ନାଁ ରେ

ଏକା ନିଶ୍ଵାସ ରେ ପିଇ ସାରିଦେଉଥିଲୁ

କା',ଝଞ୍ଜା', ନୀଳଶୈଳ', ବଧୁ ନିରୁପମା କୁ?।

ଉଃ! କି ଅବଶୋଷ, କି ଯନ୍ତ୍ରଣା 

ଏ ପ୍ରଶ୍ନର ଅନ୍ତର୍ନିହିତ ବୋଧ ରେ ସତେ।

ଏ ପ୍ରଶ୍ନର ଉତ୍ତର ବା କଣ ଅଛି,

ଏକ ମାୟା ମରିଚୀକା ଜାଲରେ

ପଡି ଛାଟି ପିଟି ହେଉଥିବା

ଏକ ଅସହାୟା ମୃଗୁଣୀ ପାଖରେ।

ଯିଏ ନିଜେ ହଜି ଯାଇଛି ନିଜ ପାଖରେ!।

ଅବୋଧ ହୃଦୟଟା ଅପେକ୍ଷା କରିଛି

ଆଉ ଏକ ପୁନର୍ଜନ୍ମକୁ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics