STORYMIRROR

DILIP KUMAR SAHOO

Classics

4  

DILIP KUMAR SAHOO

Classics

ଗାଁ ଆମର ଶଙ୍କରପୁର

ଗାଁ ଆମର ଶଙ୍କରପୁର

1 min
240

ଗାଁ ଆମର ଭାରି ସୁନ୍ଦର

ନାଁ ଟି ତାର ଭାରି ମଧୁର

ଶଙ୍କରପୁର ଶଙ୍କରପୁର

ଦିଅଁ ଆମର ଶଙ୍କରେଶ୍ବର

ତାଙ୍କ ନାଁ ରେ ଗାଁ ଆମର

ଶଙ୍କରପୁର ଶଙ୍କରପୁର ।


ଗାଁରେ ଅଛି କେତେ ଦେଉଳ

ମଠ ମନ୍ଦିର ପୀଠ ଗହଳ

ଲକ୍ଷ୍ମୀ ନାରାୟଣ ଶ୍ରୀଜଗନ୍ନାଥ

ତାରିଣୀ ମାଆ ପବନ ସୂତ

ମଙ୍ଗଳା ବୁଢ଼ୀ ତ୍ରିନାଥ ସାଇଁ

ଗ୍ରାମଦେବତୀ ଶନି ଗୋସାଇଁ

ସକାଳ ହେଲେ ଭଜନ ସ୍ବର

ଗାଁରେ ତୋଳେ ଭକ୍ତି ଝଙ୍କାର                 

ଗାଁ ଆମର ଶଙ୍କରପୁର ।


ବାର ମାସରେ ତେର ପରବ

ଶରଧା ବୋଳେ ସ୍ନେହ ସରାଗ

ରଜ ମଉଜ ରଥ ଯାତରା

ଗହ୍ମା ଝୁଲଣ ଦୋଳ ଦଶରା

ଅଷ୍ଟପ୍ରହରୀ ନାମ କିର୍ତ୍ତନ

ଶରତ ରାସ ଭାବ ବନ୍ଧନ

ମକର ମେଳା କାର୍ତ୍ତିକେଶ୍ବର

ଏକତା ଶ୍ବର ତୋଳେ ଜାଗର

ଗାଁ ଆମର ଶଙ୍କରପୁର ।


ପାଠ ହେଉକି ହେଉରେ ସାଠ

ସବୁ ଦିଗକୁ ମେଲିଛି ବାଟ

ମୋ ଗାଁ ପିଲେ ପାଠୁଆ ହୋଇ

ନାଁ ରଖନ୍ତି ବିଦେଶେ ଯାଇ

ଆମରି ଗାଁ କବି ଲେଖକ

ଲେଖା ତାଙ୍କର ଗାଁର ଟେକ

ଚାଷ ବାସର ସୁନା ସ°ସାର

ମୋ ଗାଁ ଓଠେ ହସ ଯୁଆର

ଗାଁ ଆମର ଶଙ୍କରପୁର ।


କଳା କିରତି ରାଜନୀତିରେ

ଆମ ଗାଁ ର ରହିଛି କ୍ଷ୍ୟାତି

ଆମ ଗାଁ ର ଆଗୁଆ ପୁଅ

ନେତୃତ୍ୱ ତାଙ୍କ ଏବେ ସବୁଠି

ଜିଲ୍ଲା ପରିଷଦ ବିଧାନ ସଭା

ସବୁଠି ତାଙ୍କ କେତେ ଆଦର

ଇତିହାସରୁ ଭୂଗୋଳ ପୋଥି

ସବୁଠି ଶୁଭେ ତାଙ୍କରି ସ୍ବର

ଗାଁ ଆମର ଶଙ୍କରପୁର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics