ନାମ ଜପରେ ଭରା ଅମାପ ଶକ୍ତି
ନାମ ଜପରେ ଭରା ଅମାପ ଶକ୍ତି
ନାମ ଜପରେ ଭରା ଅମାପ ଶକ୍ତି
ଦିଲ୍ଲୀପ କୁମାର ସାହୁ
""""""""""""""""""""""""""""""""""
ପ୍ରଭୁଙ୍କର ନାମ ଜପରେ ଭରା ଅମାପ ଶକ୍ତି
ଅସାଧ୍ଯ ହୁଅଇ ସାଧନ ନାମ ଜପ କଲେଟି।
ଭକତି ନିଷ୍ଠାରେ ପ୍ରଭୁଙ୍କ ନାମ ଜପ କରିଲେ
ଅଜଣା ପୁଲକ ଜାଗଇ ଶାନ୍ତି ମୁକତି ମିଳେ।
ଶଯ୍ୟାତ୍ୟାଗ ସମୟରେ ତ ଦଣ୍ଡେ ଶେଯ ରେ ବସି
ପ୍ରଭୁଙ୍କର ନାମ ଭକ୍ତିରେ ହେବ ମନରେ ଘୋଷି।
ଶୁଭମୟ ହେବ ଦିନ ଟି ଯିବ କଳୁଷ ହଟି
କାମକରିବାକୁ ଉତ୍ସାହ ମନେ ଭରିଯିବ ଟି।୧।
ସ୍ନାହାନ ସମୟେ ପ୍ରଭୁଙ୍କ ନାମ କଲେ ସ୍ମରଣ
ତୀର୍ଥ ସ୍ନାନ ଫଳ ମିଳଇ ହୁଏ ଜୀବନ ଧନ୍ଯ।
ଦେହ ମନ ରହେ ନିର୍ମଳ ସୁଖ ଶାନ୍ତି ମିଳଇ
ମନ୍ଦ ଚିନ୍ତା ମନ୍ଦ ଭାବନା ସବୁ ଯାଏ ଦୂରେଇ।
ସମର୍ପଣ କରି ପ୍ରଭୁଙ୍କୁ ଯିଏ ଖାଆନ୍ତି ଖାଦ୍ଯ
ଖାଦ୍ଯ ତାଙ୍କ ପାଇଁ ପାଲଟେ ଈଶ୍ବର ଙ୍କ ପ୍ରସାଦ।
ପ୍ରସାଦ ପ୍ରାପ୍ତିରେ ମିଳଇ ପ୍ରାଣେ ମହା ଆନନ୍ଦ
ଆନନ୍ଦେ ଆଶିଷ ଦିଅନ୍ତି ଢାଳି ପରମାନନ୍ଦ ।୨।
ପ୍ରଭୁଙ୍କର ନାମ ସ୍ମରଣ କରି ଭାବ ଭକ୍ତିରେ
ଆରମ୍ଭ କରନ୍ତି ଯିଏ ତ କାହିଁ ଦୂର ଯାତ୍ରା ରେ,
ଯାତ୍ରା ହୁଏ ତୀର୍ଥଯାତ୍ରା ଟି ପଥ ସୁଗମ ହୁଏ
ଦାଉ ଧକ୍କା ଯେତେ ଆସିଲେ ସବୁ ଦୂରେଇ ଯାଏ।
କର୍ମ ଆରମ୍ଭିବା ପୂର୍ବରୁ ଜପ ପ୍ରଭୁଙ୍କ ନାମ
କର୍ମଭକ୍ତି ଭାବେ ସଫଳ ନିଶ୍ଚେ ହେବ ସେ କର୍ମ।
କେହି ପାରିବେନି କାମକୁ କାହିଁ ଅଟକାଇ ତ
ସହଜ ସୁନ୍ଦର ହୋଇବ ସେହି କରମ ପଥ।୩।
ପ୍ରଭୁଙ୍କର ନାମ ହୁଅଇ ଯେଉଁ ଘରେ ଭଜନ
ମନ୍ଦିର ସମାନ ଲାଗଇ ସେହି ଘର ଟି ଜାଣ।
ଅଭାବ କଷଣ ସେଘରେ ଜମା ରୁହଇ ନାହିଁ
ଖୁସିରେ ସମସ୍ତେ ରୁହନ୍ତି ତହିଁ ପ୍ରଭୁଙ୍କୁ ଧ୍ୟାୟୀ।
ଅଧ୍ଯୟନ ଯେବେ ଆରମ୍ଭ ଛାତ୍ରଛାତ୍ରୀ କରନ୍ତି
ପ୍ରଭୁଙ୍କର ନାମ ମନରେ ଯଦି ଜପ କରନ୍ତି,
ବିଦ୍ଯା ,ଜ୍ଞାନ ବ୍ରହ୍ମ ପାଲଟି ଲାଗେ ସହଜ ଭାରି
ପାଠ ସବୁ ମନେ ରହେଟି ମନେ ଆନନ୍ଦ ଭରି।୪।
ଦ୍ବନ୍ଦ ରେ ପଡିଲେ କେଉଁଠି କ୍ଷଣେ ନିରବେ ବସି
ପ୍ରଭୁଙ୍କର ନାମ ମନରେ ଯେବେ ହୋଇବ ଘୋଷି,
କାନଡ଼େରି ପ୍ରଭୁ ନିଶ୍ଚୟ ତୁମ ଡାକ ଶୁଣିବେ
ସମାଧାନ ପାଇଁ ଉପାୟ ପ୍ରଭୁ ବତାଇ ଦେବେ।
ପ୍ରଭୁ ନାମ ସ୍ମରି ଔଷଧ କଲେ ପରା ସେବନ
ଔଷଧ ପାଲଟି ଯାଏ ଟି ମହୋଷଧୀ ଯେ ଜାଣ।
ପ୍ରଭୁଙ୍କ ଆଶିଷ ଔଷଧେ ଭରିଯାଏ ଟି ତହିଁ
ରୋଗ ହୁଏ ଉପଶମ ଟି କଷ୍ଟ ଯାଏ ଉଭେଇ। ୫।
ଶୟନ ଆଗରୁ ପ୍ରଭୁଙ୍କୁ ଯିଏ କରନ୍ତି ଧ୍ୟାନ
ନିଦ୍ରା ହୁଏ ଧ୍ୟାନ ନିଦ୍ରା ଟି ହୁଏ ସୁଖେ ଶୟନ।
ଚିନ୍ତା ଅବସାଦ ମନରୁ ସବୁ ଦୂରେଇ ଯାଏ
ସୁଖ ନିଦ୍ରା ପାଇଁ ମନ ଯେ ସଦା ପ୍ରଫୁଲ୍ଲ ରହେ।
ପାଞ୍ଚ ମନ ଆଉ ପଚିଶ ଗୋଟି ପ୍ରକୃତି ସେତ
ସେମାନଙ୍କ ପାଇଁ ଜୀବନ ହୁଏ ଅଣ ଆୟତ।
ପ୍ରଭୁଙ୍କର ନାମ ଜପିଲେ ମାୟା ଯାଏ ରେ ହଟି
ନିୟନ୍ତ୍ରଣରେ ତ ରୁହନ୍ତି ମନ ଆଉ ପ୍ରକୃତି।୬।
ଲୋଭ କମ କ୍ରୋଧ ଅର୍ଥ ଯେ ମଣିଷ କୁ ନିଇତି
ଅବାଟରେ ଯିବା ପାଇଁକି ଉତ୍ସାହିତ କରନ୍ତି।
ପ୍ରଭୁଙ୍କର ନାମ ଜପରେ ସଦା ଯାର ମନ ଟି
ବାଟ ଭୁଲିଗଲେ ପ୍ରଭୁ ଯେ ତାକୁ ବାଟ ବତାନ୍ତି।
ଅବସାଦ ଯେବେ ମନକୁ ଯାର କରନ୍ତି ଗ୍ରାସ
ଅସ୍ଥିର ହୁଅଇ ମନ ଯେ ହଜି ଯାଏ ରେ ହସ।
ସେତେବେଳେ ବସି ନିରବେ କଲେ ନାମ ଜପ ଟି
ଅବସାଦ ଯାଏ ଦୂରେଇ ମିଳେ ଅସୀମ ଶାନ୍ତି।୭।
ଜପିବାକୁ ପ୍ରଭୁ ନାମ ଯେ ନାହିଁ ବେଳ ଅବେଳ
ଭକତି ନିଷ୍ଠାରେ ଭଜିଲେ ଭରେ ମନ ରେ ବଳ।
ନାମ ର ମହିମା ଅସୀମ ନାମ କରିଲେ ଜପ
ଆସୁ ଯେତେ ବଡ ବିପଦ ସବୁ ଟଳି ଯାଏତ।
ପ୍ରଭୁଙ୍କର ନାମ ଅମୃତ ସଦା କରିଲେ ପାନ
ପାପତାପ ଯାଏ ଦୂରେଇ ହୁଏ ଜୀବନ ଧନ୍ଯ।
ଶାନ୍ତି ମୁକତିର ମାର୍ଗ ଯେ ହୋଇଥାଏ ଉନ୍ମୁକ୍ତ
ପ୍ରଭୁଙ୍କ ପାଦରେ ଆତ୍ମା କୁ ମିଳିଥାଏ ସ୍ଥାନ ତ।୮।
