STORYMIRROR

Basanti Pattnaik

Classics

3  

Basanti Pattnaik

Classics

ପ୍ରାର୍ଥନା

ପ୍ରାର୍ଥନା

1 min
284

    ମା ଲୋ ତୁ ଆଡେ ଚାହିଁ

    ସାହା ହୁଅ ତୁ ରହିଛି ମୁହିଁ

     ସଂସାର ସାର ତ ଦୁଃଖ ସାଗର

     ଉବୁଟୁବୁ ମୁହିଁ କାଟୁଛି ଦିନ

    ଅଜ୍ଞାନୀ ମୁହିଁ ତ କିଛି ଜାଣି ନାହିଁ

     ସଂସାର ରାସ୍ତାକୁ କାଟିବି କାହିଁ

      ତୁହି ତ ଅଟ‌ଇ କରୁଣା ମୟୀ

      କରୁଣା ବିନ୍ଦୁ ତ ପାଉନି କାହିଁ

      ମା' ତୋ ଉପରେ ଅଭିମାନ ମୁହିଁ

      ମୋ ଆଡେ ତୁହି ଚାହୁନୁ କାହିଁ

      ଜୀବନ ଯାତ୍ରା ତ ବଡ଼ କୁଟିଳ

      କାଟିବି କିପରି ଭାବୁଛି ଦିନ

       ମାଆ ଲୋ ତୁ ଆଡେ ଚାହିଁ

       ସାହା ହୁଅ ତୁ ରହିଛି ମୁହିଁ

        ତୋର କରୁଣା ସଦା ରହିଥାଉ

        ତୋ ହାତ ମୋ ମଥାରେ ରହୁ

        ପାପ ଅସତ୍ୟ ଦୂରରେ ରହେ

         ସତ୍ୟ ଅମୃତ ରସ ମୁଁ ପାଏ

         ଅନ୍ଧାର ପଥରୁ ନିଅ କଢ଼େଇ

         ଆଲୋକ ର ପଥେ ଦିଅ ଚଲାଇ

         ଆହେ ଦୟାମୟୀ ମା ଗ‌ଉରୀ

         ତୁ ବହୁଋପା ଆଲୋକ ମୟୀ

         ମା' ଜଗତେ କରୁଣା ବାଣ୍ଟୁଲୋ ତୁହି

         ତୋର କରୁଣା କୁ ମୁହିଁ ଚାହିଁଛି 

         ଛିଞ୍ଚି ଦେ ଟିକିଏ ଏତିକି ମାଗୁଛି।

         

       



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics