Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Basanti Pattnaik

Abstract

4  

Basanti Pattnaik

Abstract

ରଜ ମ‌ଉଜ

ରଜ ମ‌ଉଜ

1 min
315


     ବରଷକ ଥରେ ଆସିଛି ରଜ ଲୋ

       ହେବାଲୋ ସଖି ଆମେ ସଜବାଜ

    ବାର ମାସରେ ତ ତେର ପର୍ବ ଯେ

       ରଜ ତ ଅଟ‌ଇ ନିଆରା ଏକ

    ଆଷାଢ଼ ମାସ ର ପ୍ରଥମ ଦିନ

      ପହିଲି ରଜ ର ଖୁସି ଭରେ ତ

     କୁଆଁରୀ ଝିଅ ସଜବାଜ ହୋଇ

       ଆନନ୍ଦ ମନରେ ଦୋଳି ଖେଳେ ତ

    ଓଡ଼ିଆ ମାନଙ୍କ ବଡ଼ ପରବ

       ସବୁରି ମନରେ ଭର‌ଇ ଆନନ୍ଦ

    ଚାରି ଦିନ ଏହି ପାଳିତ ହୁଏ

       କୃଷି ଭିତ୍ତିକ ମାଟି ମା ପୂଜା ପାଏ

    ସବୁରି ଘରେ ତ ଆନନ୍ଦ ଥାଏ

       ପିଠା ପଣା ରେ ବାସ୍ନା ମହକୁ ଥାଏ

   ଆନନ୍ଦ ଉଲ୍ଲାସରେ ଫାଟି ପଡ‌ଇ

    ରଜ ଗୀତ ରେ କୁଆଁରୀ ଝୁଲ‌ଇ

    ଝିଅ ମାନଂକ ରଜଦୋଳି ଖୁସି ଲୋ

      ପୁଅ ମାନଙ୍କ ବାଗୁଡ଼ି ତାସ୍ ଖେଳ 

   ‌‌‌‌‌     ଛୋଟ ଠାରୁ ତ ବୁଢ଼ା

 ବୁଢ଼ୀ ସବୁ ଲୋ

   ଆନନ୍ଦେ ପାଳନ୍ତି ଯେ ଏହି ରଜ ଲୋ

    ଦିତୀୟ ଦିନ ରେ ରଜ ସଂକ୍ରାନ୍ତି

    ‌‌‌‌ରଜ ପାନ ରେ ତ ମଜା ଉଠାନ୍ତି

  ତୃତୀୟ ଦିନରେ ଭୂମି ଦହନ ଯେ

     କୃଷକ ଭାଇ ସବୁ ଲଙ୍ଗଳ ପୂଜେ

     ରଜ ରେ ମାଟି ମା ରଜସ୍ଵଳା ଥାଏ

     ଭୂଇଁ କୁ କେହି କଷ୍ଟ ଦେଇ ନ ଥାଏ

      ଚତୁର୍ଥ ଦିବସେ ବସୁମତୀ ସ୍ନାନ

      ବିଧି ଅନୁଯାୟୀ ହୁଅଇ ପାଳନ

         ଏହି ଚାରି ଦିନ ମ‌ଉଜ ମସ୍ତିରେ 

       ସର୍ବେ କଟାନ୍ତି ଅତି ଆନନ୍ଦରେ

    ରଜ ପର୍ବ ର ମହତ୍ତ୍ଵ ଅତି ସୁନ୍ଦର

    ବାର୍ତ୍ତା ବହନ କରେ ଆମ ସଂସ୍କୃତିର।


Rate this content
Log in

Similar oriya poem from Abstract