STORYMIRROR

Basanti Pattnaik

Inspirational

4  

Basanti Pattnaik

Inspirational

"ସମ୍ପର୍କ"

"ସମ୍ପର୍କ"

1 min
10

"ସମ୍ପର୍କ " 
           ବାସନ୍ତୀ ପଟ୍ଟନାୟକ,ଭୁବନେଶ୍ବର,ଓଡ଼ିଶା ।


     ପରିବାର ରସ  ଫିକା ପଡୁଛି 
     ସମ୍ପର୍କ ଏଠି ଭାଙ୍ଗି  ଯାଉଛି
     ଭାଇ ଭଉଣୀ ରେ ଆଦର ନାହିଁ
     ସମ୍ପତ୍ତି ଏଠାରେ ବାଧା ହୋଇଛି ।

     ଜୀବନ କାଳ ବାଲିଘର  ପରି
     ସର ସର ହୋଇ ଯାଏ ତ ସରି
     ମୂଢ ମାନବ ଅନ୍ଧ ସାଜିଛି 
    ଲୋଭ ଜାଲରେ ବନ୍ଧା ହୋଇଛି। 

    ବାଲ୍ୟକାଳ ତ କେତେ ସୁନ୍ଦର 
   ସମ୍ପର୍କ ଯୋଗ ଭାରି ମଧୁର 
    ପିତାମାତା ଆକଟ କେତେ ଭଲ
    ସମ୍ପର୍କ ରୁ ଝରେ ଅମୃତ ଝର।

     ବୃଦ୍ଧା  ବାପା ମାଆ ଭାରି ପଡୁଛି
     ଆଖିରୁ ତାଙ୍କର  ଲୁହ ଗଡୁଛି
     ସମ୍ପତ୍ତିର  ବିଷ ଖେଳ କରୁଛି
     ପରିବାରର  ଶାନ୍ତି ଭାଙ୍ଗୁଛି।

      ମାନବ ଜୀବନ ଅଢେଇ ଦିନିଆ 
      କୋକେଇ ରେ ଆମ ଲାଗିବ ନିଆଁ
      ମରିଚିକା ପଛେ ନିଜେ ଧାଉଁଛେ ।ସମ୍ପର୍କ କୁ ଆମେ ନିଜେ ଭାଙ୍ଗୁଛେ।
ସ
       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational