STORYMIRROR

Bijoy Jena

Inspirational

3  

Bijoy Jena

Inspirational

ଦଇବ ଦଉଡ଼ି

ଦଇବ ଦଉଡ଼ି

1 min
181


ଦଇବ ଦଉଡ଼ି ଟାଣଇ ଯୁଆଡେ

  ସେ ଦିଗେ ମଣିଷ ଗତି

ଏହା ହିଁ ଚାଲିଛି ସୃଷ୍ଟି ଆରମ୍ଭରୁ

  ବିଚିତ୍ର ଯେ ରୀତି ନୀତି।

ଅଳପ ଦିନର ରହଣୀ ଭିତରେ

   ସମାଜର ହିତ ସାଧି

ଦଇବ କର୍ମରେ ସହଯୋଗ କରି

   ବାହୁଡ଼ିବା ଆମ ବିଧି।

ଶାନ୍ତି ର କପୋତ ଆମେ ତ ମଣିଷ

   ଅହିତ ନୁହଇଁ ଧର୍ମ

ଉତ୍ତମ କରମ ସମାଜ କଲ୍ୟାଣ

  ଦେବାରେ ସଭିଏଁ ମନ।

ନିଜ ସ୍ବାର୍ଥ ପାଇଁ ଜନ୍ମ ହୋଇ ନାହିଁ

  ଆମେ ରେ ଦୈବ ଅଧୀନ

ଦୈବ କର୍ମ କରି ମହତେ ଚଳିଲେ

   ସାର୍ଥକ ହୁଏ ଜୀବନ।

ମଣିଷ ପଣିଆ ଦର୍ଶାଇ ପାରିଲେ

  ଫେରିବ ସୁଖ ସମ୍ଭୃଦ୍ଧି

ହସିବ ମରତ ହସିବେ ଦେବତା

  କୁ ପ୍ରବୃତ୍ତି ହେବ ବଦ୍ଧ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational