ସାଇ ଭଗବାନ
ସାଇ ଭଗବାନ
ସାଇ ଭଗବାନ ଆଜି ଜନ୍ମ ଦିନେ ଏତିକି କରୁ ମିନତି ଆଉ ଥରେ ନାଥ ଅବତରି ଆସ ଅପେକ୍ଷା କରେ ଧରିତ୍ରୀ। ସାରା ଜଗତର ବାଳ ବିକାଶର ଅଛୁ ଛାତ୍ର ଛାତ୍ରୀ ଯେତେ ପ୍ରଶାନ୍ତି ତୁମର ଉଛୁଳି ପଡିବ ପ୍ରଗତି ନାମରେ କେତେ। ତୁମେ ବାବା ଥିଲ ପ୍ରଗତି ଆଧାର ସେବାର ତ ଅବତାର ଜୀବ ସେବା ବ୍ରତ ଆଚରି ଜୀବନେ ରଚିଛ ଲୀଳା ଅପାର। ଆମ ମନ ଖାଲି ତୁମକୁ ଝୁରଇ ତୁମ ଚାଲି ତୁମ କଥା ସବୁ ସମସ୍ୟାର ସମାଧାନ କର ଭାବିଲେ ଲାଗଇ ବ୍ୟଥା। ଆଜି ଜନ୍ମ ଦିନେ ତୁମରି ଚରଣେ କରୁ ଅଛୁ ମଥା ନତ ଆମ ପାଇଁ ପ୍ରଭୁ ଫେରି ଆସ ଥରେ ହସି ଉଠୁ ଯେ ଜଗତ।
