STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ସକାଳର ଜଣାଣ ନୀଳାଚଳ ନାଥ ,,,,,,,,,,,,,,,,,,,,,,,,,,

ସକାଳର ଜଣାଣ ନୀଳାଚଳ ନାଥ ,,,,,,,,,,,,,,,,,,,,,,,,,,

1 min
8

ନୀଳାଚଳ ନାଥ ଶ୍ରୀ ଜଗନ୍ନାଥ ଙ୍କୁ ପ୍ରାର୍ଥନା କରଇ ନିତି ଖୋଜ ଇ ତାହାଙ୍କୁ ପ୍ରତି ମୁହୂର୍ତ୍ତରେ ଦିନ ହେଉ ଅବା ରାତି। ତାଙ୍କ ବିନା କେବେ ସାମନା କରେନା ଏଡ଼େ ବିଶାଳ ପୃଥିବୀ ମୋ ଶରୀର ରଥ ସଂଚାଳିତ ହୁଏ ପ୍ରଭୁ ମୋ ରଥେ ସାରଥୀ। ତାଙ୍କରି କରୁଣା ଅପାର ଅସୀମ ଦେଖଇ ନିତି ସକାଳ ଦେଖଇ ସୂର୍ଯ୍ୟାସ୍ତ ଇନ୍ଦ୍ରଧନୁ ଶୋଭା ପ୍ରକୃତି ନୂଆ କୌଶଳ। ଯେତେ ଦୋଷ ମୋର କ୍ଷମା କରି ଦିଅ ମହାବାହୁ ରକ୍ଷା କର ସୁଖ ଦୁଃଖ ଅବା ସୁଯୋଗ ଦୂର୍ଯୋଗ କରି ନିଅ ଆପଣାର। ଆଜି ପାଇଁ ପ୍ରଭୁ ବଞ୍ଚିବା ପାଇଁ କି ମୋତେ ମିଳିଛି ସୁଯୋଗ ଆଜି କଥା ଆଜି ଚିନ୍ତା ମୁଁ କରିବି ଯାହା ହୋଇବ ଯେ ଭୋଗ। ଏଥିପାଇଁ ସିନା ଲୋଡୁଛି ତୁମକୁ ପ୍ରତିଶ୍ୱାସ ପ୍ରଶ୍ୱାସରେ ମୋହରି ଭାବନା ବିତରି ସଭିଙ୍କୁ ଶରଣ ନିଏ ପୟରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action