STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ବାଞ୍ଛା ନିଧି ତୁମେ

ବାଞ୍ଛା ନିଧି ତୁମେ

1 min
19

 ବାଞ୍ଛାନିଧି ନାମେ ଜଗତ ଜାଣିଛି ଭକ୍ତ ବାଞ୍ଛା କର ପୂର୍ଣ୍ଣ ମୋ ବେଳକୁ କାହିଁ କପଟ କରୁଛ ଜାଣିବା ଅଟେ ଗହନ। ଦିନ ପରେ ଦିନ ରାତି ପରେ ରାତି ବିତେ ମାସ ବିତେ ବର୍ଷ ତଥାପି ତୁମର ଲୀଳା ବୁଝି ବାକୁ କ୍ଷମ ନୁହେଁ ମୋ ଆୟୁଷ। କେତେ ଯେ ଜନମ ଭ୍ରମି ଭ୍ରମି ନାଥ ପାଇଛି ମନୁଷ୍ୟ ଜନ୍ମ ଏହି ଜନ୍ମେ ଯଦି ଭକତି ନ ଆସେ ବ୍ୟର୍ଥ ଯିବ ମୋର କର୍ମ। କି ଗୀତ ଗାଇବି କେମିତି ଗାଇବି ତୁମେ ସିନା ପ୍ରଭୁ ଜାଣ ରକତ ମାଉଁସ ଶରୀରେ ମୋହର ଜାଗି ଉଠ ପ୍ରତିକ୍ଷଣ। ଜୀବନ ଦେବତା ଦୁଃଖ ନ ଶୁଣିଲେ ବାଞ୍ଛା ରହିବ ଅପୂର୍ଣ୍ଣ ବାଞ୍ଛା ନିଧୁ ନାମ ନ ଲାଗୁ କଳଙ୍କ ଶ୍ରୀ ପଦେ ନିଏ ଶରଣ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action